ମଣିଷର ଆବେଗ ସାହିତ୍ୟ ସୃଷ୍ଟି କରେ

ବଲାଙ୍ଗୀର ଅଫିସ,୧୪ା୨- ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ପକ୍ଷରୁ ଗୁରୁବାର ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ସାହିତ୍ୟ ଓ କବିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମୁଖ୍ୟବକ୍ତା କବି ଭାଗିରଥି ମିଶ୍ର, ସମ୍ମାନିତ ଅତିଥି ଭାବେ କବୟିତ୍ରୀ ଡ. ମଞ୍ଜୁବାଳା ପଣ୍ଡା, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଳ ପାଣିଗ୍ରାହୀ ଯୋଗ ଦେଇଥିଲେ ା ପ୍ରେରଣା ସମ୍ପାଦକ ରଘୁନନ୍ଦନ ସିଂ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟଅତିଥି ଛୁରିଆ ତାଙ୍କ ବକ୍ତବ୍ୟରେ ମଣିଷ ବୁଦ୍ଧି, ଜ୍ଞାନ, ବିବେକ ଓ ଆବେଗ ଜରିଆରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିଛି ଓ ଏହାହିଁ ପ୍ରକାରାନ୍ତରେ ପିଢ଼ି ପିଢ଼ି ଧରି ବାଟ କଢ଼ାଉଛି ବୋଲି କହିଥିଲେ ା ଯେଉଁମାନେ ଆବେଗକୁ ପ୍ରକାଶ କରିପାରନ୍ତି ସେମାନେ କବି, ଲେଖକ ତଥା ସାହିତି୍ୟକ ପଦବାଚ୍ୟ ହୁଅନ୍ତି ବୋଲି ମୁଖ୍ୟବକ୍ତା ମିଶ୍ର କହିଥିଲେ ା ସମ୍ମାନିତ ଅତିଥି ଡ. ପଣ୍ଡା ଆବେଗ ସମସ୍ତ ଭିତରେ ଥାଏ, ଯେଉଁମାନେ ତାକୁ ଭାବ ଓ ଭାଷାରେ ପ୍ରକାଶ କରନ୍ତି ସେମାନେ ହିଁ କବି, ଲେଖକ ତଥା ସାହିତି୍ୟକ ବୋଲି କହିଥିଲେ ା ଏହି ଅବସରରେ କପିଳେଶ୍ୱର ଖମାରୀଙ୍କ ପୁସ୍ତକ ଚନ୍ଦ୍ରମା ମୋର ଓ ନିରୁପମା ଉଦ୍‌ଗାତାଙ୍କ ପ୍ରୀତି ବଲ୍ଲରୀ-୧ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା ସଭା ପରେ କବି ନବକିଶୋର ବେହେରା, କବୟିତ୍ରୀ ଲିଲି ପଟେଲ ଓ ସବିତା ମହରାଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ନଳିନୀ ଶତପଥି, ଗୋପୀକୃଷ୍ଣ ପାଣ୍ଡିଆ, ମାଳତୀ ଉଦ୍‌ଗାତା, ରତ୍ନମୟ ତ୍ରିପାଠୀ, ବଳିଷ୍ଠ ପ୍ରଧାନ, ଗୀତାଞ୍ଜଳି ରଥ, ହୃଷୀକେଶ ପୁରୋହିତ, ନେପାଳ ଚନ୍ଦ୍ର ବାଗ, ଇନ୍ଦିରା ପ୍ରିୟଦର୍ଶିନୀ ତ୍ରିପାଠୀ, ନିଲେଶ କୁମାର ଭୋଇ, ବିନୟୀ ଶ୍ରୀନାଥ, ଅଶୋକ ସେଠୀ, ମଧୁସୂଦନ ନାୟକ, ଗଣେଶ ବାରିକ, ସବିତା ମହରା, କସ୍ତୁରୀ ରଥ, ନବ ବେହେରା, ଲିଲି ପଟେଲ, ଶୁଭ୍ରାଂଶୁ ଶେଖର ପଣ୍ଡା, ପୁସ୍ତମ ଜୁଆଡି, କବିତା ମିଶ୍ର, ଅଶୋକ ମିଶ୍ର, ସୀତାକାନ୍ତ ଜୁମୁନିଆ ସ୍ବରଚିତ କବିତା ପାଠ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର…

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

କୋରାପୁଟରେ ସ୍କୁଲ ଛୁଟି ଘୋଷଣା: କାଲିଠୁ ଏତିକି ଦିନ ପର୍ଯ୍ୟନ୍ତ…

କୋରାପୁଟ,୨୨ା୪(ଅମିତାଭ ବେହେରା): ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କୋରାପୁଟ…

ବଲାଙ୍ଗୀରରେ ବସ୍‌ ଚକାତଳେ ଜୀବନ ଯାଇଥିବା ଯୁବକଙ୍କ ମିଳିଲା ପରିଚୟ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ଏକ ବସ୍‌ ଚକାତଳେ ଦ୍ରୁତଗତିରେ ଆସି ଗୋଟିଏ…

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର, ଦେଖିଲେ ଲାଗୁଛି….

ବଲାଙ୍ଗିର/ସଇଁନ୍ତଲା,୨୨ା୪(ସୁନିଲ ମହାନ୍ତି/ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଳା ଥାନା ବର୍ଣୀ ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର ହୋଇଛି । ତେବେ ନରକଙ୍କାଳଟି ଏକ…

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri