ଭୋଗ ପ୍ରସ୍ତୁତିରେ ବ୍ୟତିକ୍ରମ: ସ୍ବାଦ ହରାଇଛି ବଳଦେବଜୀଉଙ୍କ ଖେଚୁଡ଼ି; ମଇଁଷି ଘିଅ ବ୍ୟବହାର ହେଉନି

କେନ୍ଦୁଝର, ୧୭ା୫ କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଘିଅ ପାଇଁ ପାହାଡ଼ର ୮ଟି ସ୍ଥାନରେ ମଇଁଷି ଗୋଠ ଥିଲା। ମଇଁଷି କ୍ଷୀରରୁ ଠାକୁରଙ୍କ ପାଇଁ ଘିଅ ପ୍ରସ୍ତୁତ କରାଯାଉଥିଲା। ବେଲ ବାହାଳି (ଆନନ୍ଦପୁର)ରୁ ଗୁଡ଼ ଓ ମୁଗ ଆସୁଥିଲା ା ଚାରିଗଡ଼ ଅର୍ଥାତ ତେଲକୋଇରୁ ଆସୁଥିଲା ଚାଉଳ। ତ୍ରିଲୋଚନପୁର ଓ ତାଳଗାଁରୁ ଆସୁଥିଲା ବୋଇତାଳୁ ଓ ଅନ୍ୟାନ୍ୟ ସାମଗ୍ରୀ। ଉପରୋକ୍ତ ସାମଗ୍ରୀରେ ଭୋଗ ପ୍ରସ୍ତୁତ ହୋଇ ଠାକୁରଙ୍କୁ ଲାଗି କରାଯାଉଥିଲା। ଏବେ କିନ୍ତୁ ଏହି ପରମ୍ପରାରେ ବ୍ୟତିକ୍ରମ ଘଟିଛି ା ସରକାର ମନ୍ଦିର ଦାୟିତ୍ୱ ନେବା ପରେ ଠାକୁରଙ୍କ ନୀତିକାନ୍ତିରେ ନାନା ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ହୋଇଛି ା
ଏ ନେଇ କେନ୍ଦୁଝର ସହର ମାଧପୁର ସାହିର ବରିଷ୍ଠ ନାଗରିକ ଶିବ ପ୍ରସାଦ ମହାନ୍ତି ନିଜ ଅନୁଭୂତିରୁ କୁହନ୍ତି, ହାତଗଣତି କେତେଜଣ ସେବକ ଓ ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି ା ସରକାରୀ କର୍ମଚାରୀଙ୍କ ଦାୟିତ୍ୱହୀନ ପଦକ୍ଷେପ ଯୋଗୁ ଠାକୁରଙ୍କ ନୀତିକାନ୍ତି ଓ ପରିଚାଳନାରେ ନାନା ବିଭ୍ରାଟ ଦେଖା ଦେଇଛି ା ତତ୍କାଳୀନ ରାଜାମାନଙ୍କ ଦ୍ୱାରା ପରିଚାଳିତ ହେଇ ଆସୁଥିବା ଏହି ମନ୍ଦିର ସମ୍ପର୍କରେ ସେ କୁହନ୍ତି, ମୋ ବାପା ଗୋପୀନାଥ ମହାନ୍ତି ଥିଲେ ରାଜାଙ୍କ ଦେଉଳ ଭଣ୍ଡାରର ବିଷୋଇ(ରକ୍ଷକ)। ଭଣ୍ଡାର ଘରର ସବୁ ଚାବି ତାଙ୍କ ପାଖରେ ରହୁଥିଲା ା ସେହି ଚାବିର ଓଜନ ସାତ ସେର ଥିଲା ା ରାଜାଙ୍କର ସେ ଅତି ବିଶ୍ୱସ୍ତ କର୍ମଚାରୀ ଥିଲେ ା ଗଉଡମାନେ ମଇଁଷି ଗୋଠରୁ ଘିଅ ନେଇ ପ୍ରତି ସପ୍ତାହର ଶୁକ୍ରବାର ଆମ ଘରକୁ ଆସନ୍ତି। ସେଦିନ ରାତିରେ ସେମାନେ ଆମ ଘରେ ରୁହନ୍ତି। ହଣ୍ଡା, କଡେଇ, ଚାଉଳ ଆଦି ସାମଗ୍ରୀ ଦେଲେ ସେମାନେ ରୋଷେଇ କରି ଖାଆନ୍ତି। ଶନିବାର ଘିଅ ମାପ ହୁଏ ା ରବିବାର ହାଟୁଆ (ହାଟକୁ ଆସୁଥିବା ପାହାଡିଆ ଲୋକ)ଙ୍କ ସହ ଗଉଡ଼ମାନେ ପୁଣି ପାହାଡକୁ ଫେରିଯାଆନ୍ତି। ସେହି ଘିଅ ବଳଦେବଜୀଉଙ୍କ ମନ୍ଦିରକୁ ଯାଉଥିଲା ା ଠାକୁରଙ୍କ ମଇଁଷି ଗୋଠ ଦେଖାରଖା ପାଇଁ ଜଣେ ସୁପରଭାଇଜର ନିଯୁକ୍ତି ହୋଇଥିଲେ। ଘିଅ ଠିକ ଭାବେ ଠାକୁରଙ୍କ ପାଖରେ ପହଞ୍ଚୁଛି କି ନାହିଁ ତା’ର ସେ ତଦାରଖ କରୁଥିଲେ। ସକାଳେ ଶ୍ରୀଜୀଉଙ୍କ ପାଖରେ ବାଳ ଭୋଗ ହେଉଥିଲା ା ମଧ୍ୟାହ୍ନରେ ଖେଚୁଡି ଭୋଗ ଓ ରାତିରେ କନ୍ଦ କ୍ଷୀରି ଓ କନ୍ଦ କାକରା ଭୋଗ ଲାଗି ହେଉଥିଲା ବୋଲି ସେ କହିଛନ୍ତି। ଏସବୁ ମଇଁଷି ଘିଅରେ ପ୍ରସ୍ତୁତ ହେଉଥିଲା। ଖେଚୁଡ଼ିର ନାମ ସହିତ ସ୍ବାଦ ବି ଅଲଗା ଅଲଗା ଥିଲା ା ଦଳା ଖେଚୁଡି, ଭଜା ଖେଚୁଡି , ବାଟୁଳା ଓ ସାଧା ଭାତ ା ଦଳା ଓ ଭଜା ଖେଚୁଡି ସୁସ୍ବାଦୁ ଥିଲା ା ଦଳା ଖେଚୁଡି ମଝିରେ ମୁଠି ମାରି ଖାଲ କରାଯାଉଥିଲା ା ସେହି ଖାଲକୁ ଘିଅରେ ଭର୍ତ୍ତି କରିଦିଆଯାଉଥିଲା। ଏହି ଦଳା ଖେଚୁଡି ରାଜ୍ୟରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲା। ଏବେ ଭୋଗର ମାନ କମିଗଲାଣି ା ସେଭଳି ଭୋଗର ସ୍ବାଦ ମଧ୍ୟ ନାହିଁ ବୋଲି ସେ କୁହନ୍ତି। ଏବେ ବଳଦେବଜୀଉଙ୍କ ଭୋଗ ପ୍ରସ୍ତୁତିରେ ଆଉ ମଇଁଷି ଘିଅ ବ୍ୟବହାର କରାଯାଉନି ା ବଜାରରେ ମିଳୁଥିବା ବିଭିନ୍ନ ଘିଅକୁ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ା
ଠାକୁରଙ୍କ ବିଭିନ୍ନ ସ୍ଥାନରେ ବହୁ ଏକର ଜମିବାଡି ରହିଛି ା ବେଲବାହାଳିରୁ ଯେଉଁ ଗୁଡ ଓ ମୁଗ ଆସୁଥିଲା ସେସବୁ ଦାନସୂତ୍ରରେ ଭକ୍ତମାନେ ଦେଉଥିଲେ ା ସେହିପରି ଚାରିଗଡରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଦାନ ସୂତ୍ରରେ ଆସୁଥିଲା ା ଏବେ ମଧ୍ୟ ଭକ୍ତମାନେ ଶ୍ରୀଜୀଉଙ୍କୁ ଦେବାକୁ ଆଗ୍ରହୀ ଅଛନ୍ତି ା ହେଲେ ସେସବୁ ଆଣିବା ଓ ପୂର୍ବ ଭଳି ଭୋଗ ପ୍ରସ୍ତୁତ କରିବାର ଆଗ୍ରହ କାହାର ନାହିଁ ବୋଲି ଶିବ ପ୍ରସାଦ ଅଭିଯୋଗ କରିଛନ୍ତି। ବରିଷ୍ଠ ସେବାୟତ ନବକିଶୋର ସାହୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପୂର୍ବରୁ ଯେଉଁମାନର ଭୋଗ ଠାକୁରଙ୍କୁ ଲାଗି ହେଉଥିଲା ଏବେ ତା’ ମିଳୁନାହିଁ। ଏଥିପାଇଁ ମନ୍ଦିର ପ୍ରଶାସନର ଆନ୍ତରିକତା ଥିବା ମନେ ହୁଏନାହିଁ। ଭୋଗର ମାନକୁ ବ୍ରହ୍ମା ଓ ବଡ଼ପଣ୍ଡା ତଦାରଖ କରୁଛନ୍ତି। ଏବେ ଗାଈ ଘିଅରେ ଭୋଗ ପ୍ରସ୍ତୁତ ହେଉଥିବାବେଳେ ମନ୍ଦିର ସଂସ୍କାର କାର୍ଯ୍ୟ ସର୍ବସମ୍ମତିରେ ଚାଲିଛି ବୋଲି କେନ୍ଦୁଝର ଉପଜିଲାପାଳ ସୋମନାଥ ପ୍ରଧାନ କହିଛନ୍ତି।

(ନରେଶ ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri