Posted inଜାତୀୟ

ଭୂକମ୍ପ ପ୍ରବଣ ଜୋନ୍‌ରେ ରାଜଧାନୀ ଦିଲ୍ଲୀ: ୮୦ ପ୍ରତିଶତ କୋଠା ଅସୁରକ୍ଷିତ

ଦେଶର ରାଜଧାନୀ ଦିଲ୍ଲୀ ଭୂକମ୍ପ ଜୋନ୍‌ରେ ରହିଛି। ଏଠାରେ ଗତ ୨ ମାସ ମଧ୍ୟରେ ୧୫ଥର କମ୍‌ ତୀବ୍ରତାଯୁକ୍ତ ଭୂକମ୍ପ ହୋଇସାରିଛି। ଏବେ ଏହାକୁ ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ସୋମବାର ଏଠାରେ ୨.୧ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହାର କେନ୍ଦ୍ର ହରିୟାଣାର ଗୁରୁଗ୍ରାମ୍‌ ଥିଲା ବୋଲି ଭୂଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀରେ ଆଗାମୀ ଦିନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ଏଠାକାର ୮୦ ପ୍ରତିଶତରୁ କୋଠା ଅସୁରକ୍ଷିତ ବୋଲି କୁହାଯାଉଛି। ଦିଲ୍ଲୀର ୬୦ ପ୍ରତିଶତ ଅଞ୍ଚଳରେ କୋଠା ନିର୍ମାଣ ସମୟରେ ସରକାରୀ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରାଯାଇଛି। ଭବିଷ୍ୟତରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେଲେ ଏସବୁ କୋଠା ଏହାକୁ ସହ୍ୟ କରିବାକୁ ସକ୍ଷମ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ସେସମୋଲୋଜି ଆଣ୍ଡ ଆର୍ଥକ୍ୱାକ୍‌ ଇଭାଲ୍ୟୁଶନ ସେଣ୍ଟର ପକ୍ଷରୁ ଏ.କେ. ଶୁକ୍ଳା ସୂଚନା ଦେଇଛନ୍ତି। ୧୭୨୦ରେ ଦିଲ୍ଲୀରେ ୬.୫ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା। ସେହିପରି ୧୯୫୬ରେ ୬.୭ ତୀବ୍ରତାଯୁକ୍ତ ଭୂକମ୍ପ ବୁଲନ୍ଦସହର ନିକଟରେ ହୋଇଥିଲା। ଦିଲ୍ଲୀ ନିକଟରେ ବହୁ ଫଲ୍ଟଲାଇନ୍‌ ରହିଥିବା ଭୂକମ୍ପ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଫଲ୍ଟ ଲାଇନ୍‌ରେ ଥିବା ବୃହତାକାୟ ପଥର ଚଟାଣ ଚଳପ୍ରଚଳ ହେଲେ ପ୍ଲେଟୋଟେକନିନ୍ସ୍‌ ଅନୁସାରେ ଭୂପୃଷ୍ଠ ଥରିବାକୁ ଲାଗିଥାଏ। ମଥୁରା, ମୋରାଦାବାଦ୍‌ ଏବଂ ଶୋନହାଠାରେ ଏଭଳି ଫଲ୍ଟ ଲାଇନ୍‌ ରହିଥିବା କୁହାଯାଉଛି। ଏପ୍ରିଲ୍‌ ୧୨ରୁ ଜୁନ୍‌ ୮ ମଧ୍ୟରେ ଦିଲ୍ଲୀ ୧୫ ଥର ଥରିଛି। ମେ ୨୯ରେ ରୋହତକ୍‌ଠାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା। ଗତ ୨ ମାସ ମଧ୍ୟରେ ୪.୫ଠାରୁ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଦିଲ୍ଲୀରେ ହୋଇନାହିଁ। ତେବେ ଏହାଠାରୁ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେଲେ ଦିଲ୍ଲୀରେ କ୍ଷୟକ୍ଷତି ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ବେଙ୍ଗାଲୁରର ଜବାହରଲାଲ ନେହେରୁ ସେଣ୍ଟର ଫର୍‌ ଆଡଭାନ୍ସଡ୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର ଜିଓଡାଇନାମିକ୍ସ୍‌ ପ୍ରଫେସର ସି.ପି. ରାଜେନ୍ଦ୍ରନ କହିଛନ୍ତି। ଦିଲ୍ଲୀର ୩୦ ପ୍ରତିଶତ ଅଞ୍ଚଳ ଭୂକମ୍ପ ଜୋନ୍‌-୫ରେ ରହିଛି। ଅବଶିଷ୍ଟ ଅଞ୍ଚଳ ଭୂକମ୍ପ ଜୋନ୍‌-୪ରେ ଥିବା ସେ କହିଛନ୍ତି। ଏପରିସ୍ଥଳେ ଯଦି ୬.୦ ଅବା ୬.୫ ତୀବ୍ରତାଯୁକ୍ତ ଭୂକମ୍ପ ଆସେ ତେବେ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏସବୁ କମ୍‌ ତୀବତ୍ରାଯୁକ୍ତ ଭୂକମ୍ପ ଭବିଷ୍ୟତରେ ହେବାକୁ ଥିବା ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଆଶଙ୍କାକୁ ବହୁଗୁଣା ବଢ଼ାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri