Posted inଜାତୀୟ

ଭୂକମ୍ପ ପ୍ରବଣ ଜୋନ୍‌ରେ ରାଜଧାନୀ ଦିଲ୍ଲୀ: ୮୦ ପ୍ରତିଶତ କୋଠା ଅସୁରକ୍ଷିତ

ଦେଶର ରାଜଧାନୀ ଦିଲ୍ଲୀ ଭୂକମ୍ପ ଜୋନ୍‌ରେ ରହିଛି। ଏଠାରେ ଗତ ୨ ମାସ ମଧ୍ୟରେ ୧୫ଥର କମ୍‌ ତୀବ୍ରତାଯୁକ୍ତ ଭୂକମ୍ପ ହୋଇସାରିଛି। ଏବେ ଏହାକୁ ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ସୋମବାର ଏଠାରେ ୨.୧ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହାର କେନ୍ଦ୍ର ହରିୟାଣାର ଗୁରୁଗ୍ରାମ୍‌ ଥିଲା ବୋଲି ଭୂଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀରେ ଆଗାମୀ ଦିନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ଏଠାକାର ୮୦ ପ୍ରତିଶତରୁ କୋଠା ଅସୁରକ୍ଷିତ ବୋଲି କୁହାଯାଉଛି। ଦିଲ୍ଲୀର ୬୦ ପ୍ରତିଶତ ଅଞ୍ଚଳରେ କୋଠା ନିର୍ମାଣ ସମୟରେ ସରକାରୀ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରାଯାଇଛି। ଭବିଷ୍ୟତରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେଲେ ଏସବୁ କୋଠା ଏହାକୁ ସହ୍ୟ କରିବାକୁ ସକ୍ଷମ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ସେସମୋଲୋଜି ଆଣ୍ଡ ଆର୍ଥକ୍ୱାକ୍‌ ଇଭାଲ୍ୟୁଶନ ସେଣ୍ଟର ପକ୍ଷରୁ ଏ.କେ. ଶୁକ୍ଳା ସୂଚନା ଦେଇଛନ୍ତି। ୧୭୨୦ରେ ଦିଲ୍ଲୀରେ ୬.୫ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା। ସେହିପରି ୧୯୫୬ରେ ୬.୭ ତୀବ୍ରତାଯୁକ୍ତ ଭୂକମ୍ପ ବୁଲନ୍ଦସହର ନିକଟରେ ହୋଇଥିଲା। ଦିଲ୍ଲୀ ନିକଟରେ ବହୁ ଫଲ୍ଟଲାଇନ୍‌ ରହିଥିବା ଭୂକମ୍ପ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଫଲ୍ଟ ଲାଇନ୍‌ରେ ଥିବା ବୃହତାକାୟ ପଥର ଚଟାଣ ଚଳପ୍ରଚଳ ହେଲେ ପ୍ଲେଟୋଟେକନିନ୍ସ୍‌ ଅନୁସାରେ ଭୂପୃଷ୍ଠ ଥରିବାକୁ ଲାଗିଥାଏ। ମଥୁରା, ମୋରାଦାବାଦ୍‌ ଏବଂ ଶୋନହାଠାରେ ଏଭଳି ଫଲ୍ଟ ଲାଇନ୍‌ ରହିଥିବା କୁହାଯାଉଛି। ଏପ୍ରିଲ୍‌ ୧୨ରୁ ଜୁନ୍‌ ୮ ମଧ୍ୟରେ ଦିଲ୍ଲୀ ୧୫ ଥର ଥରିଛି। ମେ ୨୯ରେ ରୋହତକ୍‌ଠାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା। ଗତ ୨ ମାସ ମଧ୍ୟରେ ୪.୫ଠାରୁ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଦିଲ୍ଲୀରେ ହୋଇନାହିଁ। ତେବେ ଏହାଠାରୁ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ହେଲେ ଦିଲ୍ଲୀରେ କ୍ଷୟକ୍ଷତି ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ବେଙ୍ଗାଲୁରର ଜବାହରଲାଲ ନେହେରୁ ସେଣ୍ଟର ଫର୍‌ ଆଡଭାନ୍ସଡ୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର ଜିଓଡାଇନାମିକ୍ସ୍‌ ପ୍ରଫେସର ସି.ପି. ରାଜେନ୍ଦ୍ରନ କହିଛନ୍ତି। ଦିଲ୍ଲୀର ୩୦ ପ୍ରତିଶତ ଅଞ୍ଚଳ ଭୂକମ୍ପ ଜୋନ୍‌-୫ରେ ରହିଛି। ଅବଶିଷ୍ଟ ଅଞ୍ଚଳ ଭୂକମ୍ପ ଜୋନ୍‌-୪ରେ ଥିବା ସେ କହିଛନ୍ତି। ଏପରିସ୍ଥଳେ ଯଦି ୬.୦ ଅବା ୬.୫ ତୀବ୍ରତାଯୁକ୍ତ ଭୂକମ୍ପ ଆସେ ତେବେ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏସବୁ କମ୍‌ ତୀବତ୍ରାଯୁକ୍ତ ଭୂକମ୍ପ ଭବିଷ୍ୟତରେ ହେବାକୁ ଥିବା ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଆଶଙ୍କାକୁ ବହୁଗୁଣା ବଢ଼ାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri