ଭୁବନେଶ୍ୱର ପରିଦର୍ଶନରେ ଆସୁଛନ୍ତି ସଂସଦୀୟ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ନେଇ ଗଢାଯାଇଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟିର ୨୦ ଜଣ ସଦସ୍ୟା, ସଦସ୍ୟ ଏବଂ ୫ ଜଣ ସଂସଦୀୟ ବ୍ୟାପାର ଅଧିକାରୀ ଓଡ଼ିଶା ପରିଦର୍ଶନରେ ଆସୁଛନ୍ତି। ଏହି କମିଟି ସିଧାସଳଖ କ୍ଷେତ୍ର ପରିଦର୍ଶନ କରି ୨୦୧୯-୨୦ ମସିହାରେ ଚିହ୍ନିଟ ହୋଇଥିବା ବିଷୟଗୁଡ଼ିକୁ ଅନୁଧ୍ୟାନ କରିବେ। ସହରାଞ୍ଚଳ ବିକାଶ ନିମନ୍ତେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଜାନୁୟାରୀ ୧୫ ରୁ ୨୦ତାରିଖ ମଧ୍ୟରେ ଇନ୍ଦୋର, ମୁମ୍ବାଇ, ଭୁବନେଶ୍ୱର ଏବଂ କୋଲକାତା ଆଦି ସହର ପରିଦର୍ଶନ କରିବାକୁ ଥିବା ବେଳେ ଶୁକ୍ରବାର ସେମାନେ ଭୁବନେଶ୍ୱର ପରିଦର୍ଶନ କରିବାକୁ ଆସୁଛନ୍ତି। ଷ୍ଟାଣ୍ଡିଂ କମିଟି ନଗର ଉନ୍ନୟନ ବିଭାଗର କେତେକ ପ୍ରକଳ୍ପ, ଯଥା-ସ୍ମାର୍ଟ ସିଟି ପ୍ରକଳ୍ପ, ଅମୃତ ପ୍ରକଳ୍ପ (ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍‌ମେଶନ୍‌), କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସହରୀ ବନ୍ୟାର ପରିଚାଳନା, ପାନୀୟ ଜଳଯୋଗାଣ, ଜାତୀୟ ସହରାଞ୍ଚଳ ବିକାଶ ଯୋଜନା ଏବଂ ସହରାଞ୍ଚଳ ଜୀବିକା ମିଶନ ଇତ୍ୟାଦିର ସମୀକ୍ଷା କରିବେ। ଶନିବାର ଏହି କମିଟି ପୁରୀ ଯାଇ ଜାତୀୟ ଐତିହ୍ୟ ବିକାଶ ଏବଂ ସହରାଞ୍ଚଳ ବିକାଶ ଯୋଜନା, କଠିନ ଏବଂ ତରଳ ବର୍ଜ୍ୟ ପରିଚାଳନା ତଥା ଅମୃତ୍‌ ଯୋଜନାର ସମୀକ୍ଷା କରିବେ। ଏହା ସହ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରବିବାର କୋଣାର୍କ ମନ୍ଦିରର ଭାସ୍କର୍ଯ୍ୟ ଏବଂ ମନ୍ଦିର ଶୈଳୀ ଦେଖିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଉକ୍ତ ସଂସଦୀୟ କମିଟିର ପରିଦର୍ଶନ ନିମନ୍ତେ ନଗର ଉନ୍ନୟନ ବିଭାଗର ପଦାଧିକାରୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପଦାଧିକାରୀ ଏବଂ ଭୁବନେଶ୍ୱର ମହାନଗର ନିଗମର ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିବା ପାଇଁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri