ସଫଳତା ପଥରେ ଓଡ଼ିଶା ମିଲେଟ୍‌ସ ମିଶନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଫିଙ୍ଗର୍‌ ମିଲେଟ୍‌ ବା ରାଗି। ଓଡ଼ିଆରେ ମାଣ୍ଡିଆ। ଦିନ ଥିଲା ଓଡ଼ିଶାର ଘରେ ଘରେ ଏହା ପରିଚିତ ଥିଲା। ଗରିବଙ୍କ ଠାରୁ ଧନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆ ଜାଉ ଥିଲା। ହେଲେ ଧୀରେ ଧୀରେ ଆଧୁନିକତାର ପ୍ରଭାବରେ ମାଣ୍ଡିଆ ନିଜର ଲୋକପ୍ରିୟତା ହଜାଇଲା। କେବଳ ମାଣ୍ଡିଆ ନୁହେଁ, ଫକ୍ସଟେଲ୍‌ ମିଲେଟ୍‌ ବା କାଙ୍ଗୁ, ପର୍ଲ ମିଲେଟ୍‌ ବା ବାଜରା, ଲିଟିଲ୍‌ ମିଲେଟ୍‌ ବା ସୁଆଁ, ଗୁର୍ଜି, କୋଶଲା, ସୋରଗମ୍‌ ବା ଜନ୍‌ହା, କୋଦୋ, ବାନ୍ୟାର୍ଡ ବା ଜାଡ଼ି ଭଳି ଏକାଧିକ କ୍ଷୁଦ୍ରଶସ୍ୟ ଓଡ଼ିଶାରୁ ନିଜର ଉପସ୍ଥିତି ହଜାଇ ଦେଇଥିଲା। ହେଲେ ଓଡ଼ିଶାର ଉଭୟ ଚାଷଜମି ଓ ଖାଦ୍ୟ ଥାଳିରେ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭-୧୮ ଆଥିର୍ର୍କବର୍ଷରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ‘ଓଡ଼ିଶା ମିଲେଟ୍‌ସ ମିଶନ’ର ଶୁଭାରମ୍ଭ କରାଯାଇଥିଲା।
କ୍ଷୁଦ୍ରଶସ୍ୟ ଚାଷ ହେଉଥିବା ରାଜ୍ୟର ୧୧ ପ୍ରମୁଖ ଜିଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯାହାର ସଫଳତା ଏବେ ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି। ପ୍ରଥମଥର ପାଇଁ ୨୦୧୮-୧୯ ବର୍ଷରେ ୧୭,୯୮୫ କୁଇଣ୍ଟାଲ ମାଣ୍ଡିଆ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ସଂଗ୍ରହ କରାଯିବା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶା ମିଲେଟ୍‌ସ ମିଶନର ସଫଳତା ଆଧାରରେ ଭାରତ ସରକାର ପୁଷ୍ଟିଶସ୍ୟ ସଂକ୍ରାନ୍ତରେ ମାର୍ଗଦର୍ଶିକାକୁ ସଂଶୋଧନ କରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ନୀତି ଆୟୋଗ ଦ୍ୱାରା ଓଡ଼ିଶା ମିଲେଟ୍‌ସ ମିଶନ ଢାଞ୍ଚାରେ ମାଣ୍ଡିଆ ଚାଷକୁ ଅନ୍ୟ ରାଜ୍ୟରେ ପ୍ରଚଳନ ପାଇଁ ପ୍ରୋତ୍ସାହିତ କରାଯାଉଛି। ମିଲେଟ୍‌ସ ବା କ୍ଷୁଦ୍ରଶସ୍ୟର ଉତ୍ପାଦନ ବୃଦ୍ଧି ସହ ବଜାର ସୁବିଧା ସୃଷ୍ଟି କରିବା ଏବଂ ଅତ୍ୟାଧୁନିକ ପଦ୍ଧତିରେ ମାଣ୍ଡିଆ ଭଳି କ୍ଷୁଦ୍ରଶସ୍ୟକୁ ଲୋକପ୍ରିୟ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାସହ ମିଲେଟ୍‌-ବେସ୍‌ଡ ଫୁଡ୍‌ ପ୍ରୋସେସିଂକୁ ପ୍ରୋତ୍ସାହିତ କରିବା ପାଇଁ ଯୁବ ଉଦ୍ୟୋଗୀମାନଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏହାର ସଫଳତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମିଲେଟ୍‌ସ ମିଶନକୁ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ଆଇସିଡିଏସ୍‌, ଏମ୍‌ଡିଏମ୍‌, ଆଇଟିଡିଏ ଦ୍ୱାରା ପରିଚାଳିତ ହଷ୍ଟେଲ ଭଳି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୋଷଣ ଯୋଜନାରେ କ୍ଷୁଦ୍ରଶସ୍ୟକୁ ସାମିଲ କରାଯାଇଥିବା ବେଳେ ଆଗାମୀ ଭବିଷ୍ୟତରେ ଏହାକୁ ପିଡିଏସ୍‌ରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ରାଜ୍ୟର ୧୪ ଜିଲାର ୭୨ ବ୍ଲକ୍‌ରେ ୨୩,୨୩୫ ହେକ୍ଟର ଚାଷଜମିରେ କ୍ଷୁଦ୍ରଶସ୍ୟ ଚାଷ କରାଯାଉଥିବା ବେଳେ ୫୩,୫୪୨ ଚାଷୀ ଏହା ଦ୍ୱାରା ଉପକୃତ ହେଉଛନ୍ତି।

ଉଦାହରଣ ସାଜିଛି ‘ମାଣ୍ଡିଆ କାଫେ’

କ୍ଷୁଦ୍ରଶସ୍ୟର ଲୋକପ୍ରିୟତା ବୃଦ୍ଧି ପାଇଁ ମିଶନ ଶକ୍ତି ଦ୍ୱାରା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ଅତ୍ୟାଧୁନିକ ଖାଦ୍ୟମାନ ପ୍ରସ୍ତୁତ କରାଯାଉଛି। ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ତ୍ରିଶକ୍ତି ମହିଳା ପରିଷଦ ସହଯୋଗରେ ଏକ ମାଣ୍ଡିଆ କାଫେ ଖୋଲାଯାଇଛି। ମାଣ୍ଡିଆ ଭେଜ୍‌ ସ୍ୟାଣ୍ଡ୍‌ଓ୍ବିଚ୍‌, ପ୍ରୋସୋ ବିରିୟାନୀ, ମାଣ୍ଡିଆ ପିଜ୍‌ଜା, ମାଣ୍ଡିଆ ସୁପ୍‌, ମାଣ୍ଡିଆ ବର୍ଗର, ମାଣ୍ଡିଆ ହଟ୍‌ଡଗ୍‌, ମାଣ୍ଡିଆ କୁକିଜ୍‌, ମାଣ୍ଡିଆ ମିକ୍ସଚର, ମାଣ୍ଡିଆ ବ୍ରେଡ୍‌, ମାଣ୍ଡିଆ ମଫିନ୍‌, ମାଣ୍ଡିଆରେ ପ୍ରସ୍ତୁତ ସୁଗାର୍‌ ଫ୍ରୀ ବିସ୍କୁଟ୍‌ ଭଳି ଏକାଧିକ ନୂତନ ପଦ୍ଧତିର ଖାଦ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ଏହାବ୍ୟତୀତ ମାଣ୍ଡିଆ କାଫେ ପକ୍ଷରୁ ବିଭିନ୍ନ ମେଳା, ମହୋତ୍ସବରେ ଷ୍ଟଲ୍‌ ପକାଯାଇ ମାଣ୍ଡିଆରେ ପ୍ରସ୍ତୁତ ଦହିବରା, ଆଳୁଚପ୍‌, ପୋଡ଼ପିଠା, ମଣ୍ଡାପିଠା, ସୁଆଁ ଖିରି, ବରା, ପକୁଡ଼ି, ଜାଉ, ମାଣ୍ଡିଆ ଚିକେନ୍‌ ପକୁଡ଼ି, ଇଡ୍‌ଲୀ, ଲଡ଼ୁ, ନିମ୍‌କି, ଆରିସା ପିଠା ଆଦି ବିକ୍ରି ହେଉଛି। ସେହିଭଳି ଟ୍ରାଇବାଲ ଡେଭଲପ୍‌ମେଣ୍ଟ କୋପରେଟିଭ୍‌ କର୍ପୋରେଶନ(ଟିଡିସିସି) ଦ୍ୱାରା ଆଦିଶା ମାଧ୍ୟମରେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ବ୍ରାଣ୍ଡିଂ କରାଯାଇ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ବିକ୍ରି କରାଯାଉଛି। ଆଗାମୀ ଦିନରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟସାମଗ୍ରୀକୁ ଆଇଆର୍‌ସିଟିସି ଓ୍ବେବ୍‌ସାଇଟରେ ସାମିଲ କରିବାକୁ ଯୋଜନା ରହିଛି।

କ’ଣ ପାଇଁ ହିତକର

କ୍ଷୁଦ୍ରଶସ୍ୟ ସ୍ବାସ୍ଥ୍ୟ ପାଇଁ ହିତକର। ମାଣ୍ଡିଆରେ କ୍ଷୀର ତୁଳନାରେ ୩ ଗୁଣା ଅଧିକ କ୍ୟାଲସିୟମ୍‌ ରହିଛି। ସେହିଭଳି ସୁଆଁରେ ଚାଉଳ ତୁଳନାରେ ୧୩ ଗୁଣା ଅଧିକ ଲୌହ ବା ଆଇରନ୍‌ ରହିଥିବାବେଳେ ‘କୋଦ’ରେ ଗହମ, ଚାଉଳ ଓ ମକା ତୁଳନାରେ ୩ ଗୁଣା ଅଧିକ ତନ୍ତୁ ରହିଥାଏ। ସ୍ବଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ହେବାସହ ଏହା ଅଧିକ ତନ୍ତୁଯୁକ୍ତ, ଅଧିକ କ୍ୟାଲ୍‌ସିୟମ୍‌, ଅଧିକ ଲୌହଯୁକ୍ତ ଓ ଗ୍ଲୁଟିନ୍‌ମୁକ୍ତ ହୋଇଥାଏ। ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍‌ ରହିଛି, ଯାହା ବୃକକ୍‌ ଓ ଯକୃତର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। କୋଲେଷ୍ଟେରଲ୍‌କୁ କମାଇବାରେ ମଧ୍ୟ ମିଲେଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri