ଭୁବନେଶ୍ୱରରେ ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ: ସଫେଇ କର୍ମଚାରୀଙ୍କୁ ସୁବିଧା ମିଳୁ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ ମନହର ବଲ୍‌ଜିଭାଇ ଜାଲା ମଙ୍ଗଳବାର ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଅପରାହ୍ନରେ ତାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅଧ୍ୟକ୍ଷ ଜାଲା ସଫେଇ କର୍ମଚାରୀଙ୍କୁ ମିଳୁଥିବା ସୁବିଧା, ସ୍ବାସ୍ଥ୍ୟାବସ୍ଥା ଓ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। କର୍ମଚାରୀମାନେ ମାସିକ ବେତନ, ରହିବାକୁ ବାସସ୍ଥଳୀ ଓ ବିନା ଛୁଟିରେ କାର୍ଯ୍ୟ କରିବାକୁ ମୁଖ୍ୟ ସମସ୍ୟା ବୋଲି କମିଶନ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏଥିସହିତ ସଫେଇ କରିବା ପାଇଁ ଆବଶ୍ୟକ ସ୍ବଚ୍ଛତା କିଟ୍‌ ଯୋଗାଇ ଦିଆଯାଉ ନାହିଁ, ଠିକ୍‌ ସମୟରେ ପେନ୍‌ସନ ମିଳୁନି, ଦୈନିକ ବେତନ ମାତ୍ର ୧୯୫ ଟଙ୍କା ମିଳୁଥିବା ଓ ମୃତ କର୍ମଚାରୀଙ୍କୁ ବକେୟା ଅର୍ଥ ମିଳୁ ନ ଥିବା ସେମାନେ କହିଥିଲେ। ବିଶେଷ ଭାବେ ମହିଳା ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ନେଇ ଉପସ୍ଥିତ ସଙ୍ଗଠନ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ। ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର କରିଦେବା, କାର୍ଯ୍ୟ କ୍ଷେତ୍ରରେ ଅଶ୍ଳୀଳ ବ୍ୟବହାରର ଶିକାର ହେବା, ସେମାନଙ୍କ ପିଲା ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ। ସବୁକଥା ଶୁଣିବା ପରେ କମିଶନ ଅଧ୍ୟକ୍ଷ ଜାଲା ଉପସ୍ଥିତ ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଫେଇ କର୍ମଚାରୀଙ୍କ ସମସ୍ତ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିବା ସହ ମାସିକ ସ୍ବାସ୍ଥ୍ୟ ପରୀକ୍ଷା, ସଫେଇ ସଚେତନତା ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ତାଗିଦ କରିଥିଲେ। ସଫେଇ କର୍ମଚାରୀଙ୍କୁ ଉପଲବ୍ଧ ସମସ୍ତ ସୁବିଧା ନ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଥିଲେ, ସଫେଇ କର୍ମଚାରୀଙ୍କୁ ଆବଶ୍ୟକ ଉପକରଣ ସହ ସମସ୍ତ ସୁବିଧା ଯୋଗାଇଦିଆଯାଉଛି। ବିଏମ୍‌ସି ଓ ନିଗମ ସହ ଜଡ଼ିତ ସମସ୍ତ ସଫେଇ କର୍ମଚାରୀଙ୍କ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଆଉକିଛି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସହର ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରରେ ୫ ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ଠିକା ସଂସ୍ଥାଦ୍ୱାରା ପରିଚାଳିତ ପାଖାପାଖି ୪ହଜାର କର୍ମଚାରୀଙ୍କ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୈଠକରେ ଜାତୀୟ ସଫେଇ କର୍ମଚାରୀ କମିଶନ ସମ୍ପାଦକ ମହେନ୍ଦ୍ର କୁମାର, ପରାମର୍ଶଦାତା ପୂରଣ ସିଂ, ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀ, ବିଏମ୍‌ସି ସହ ଜଡ଼ିତ ବହୁ ସଙ୍ଗଠନ, ଟ୍ରଷ୍ଟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri