ଭୁବନେଶ୍ୱରରୁ ସୁରଟ ଉଡ଼ିଲା ବିମାନ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟକୁ ସୋମବାର ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୧ ଯାତ୍ରୀଙ୍କୁ ନେଇ ସକାଳ ୮ଟା ୪୦ ମିନିଟ୍‌ରେ ସୁରଟ ଅଭିମୁଖେ ଉଡ଼ାଣ କରିଥିଲା ଏୟାର ଇଣ୍ଡିଆର ଏ୩୨୧ ବିମାନ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିମାନରେ ଯାତ୍ରା କରିବା ସହ ନିଜର ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହି ସେବା ଲାଗି ଦୀର୍ଘ ସମୟରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଥିଲା। ତେବେ ଏୟାର ଇଣ୍ଡିଆ ଏନେଇ ଇଚ୍ଛା ପ୍ରକାଶ କରିବାରୁ ସେବା ଆରମ୍ଭ ହୋଇପାରିଛି। ପ୍ରଥମ ଦିନରେ ବିମାନର ସମସ୍ତ ଇକୋନୋମିକ୍‌ କ୍ଲାସ୍‌ ଟିକେଟ୍‌ ବିକ୍ରି ହୋଇଥିବାବେଳେ ଆଗାମୀ ଦିନରେ ଏହି ସେବା ସଫଳ ହେବ ବୋଲି ଏମ୍‌ପି କହିଛନ୍ତି। ସୂଚନା ଯେ, ପୂର୍ବରୁ ଦୁଇଟି ସହର ମଧ୍ୟରେ ଯାତ୍ରା କରିବା ପାଇଁ ପ୍ରାୟ ୩୫ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ମାତ୍ର ଦୁଇଘଣ୍ଟାରେ ଲୋକେ ଯାତ୍ରା କରିପାରିବେ। ତେବେ ସପ୍ତାହକୁ ଦୁଇଥର ଏହି ସେବା ପ୍ରଦାନ କରିବ ଏୟାର ଇଣ୍ଡିଆ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରତି ସୋମବାର ଓ ଗୁରୁବାର ସକାଳ ୮ଟା ୪୦ମିନିଟ୍‌ରେ ବିମାନଟି ଉଡ଼ାଣ କରି ୧୦ଟା ୪୦ମିନିଟ୍‌ରେ ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ସେହିପରି ପ୍ରତି ଶୁକ୍ରବାର ଓ ରବିବାର ସୁରଟରୁ ସକାଳ ୮ଟା ୩୦ରେ ବାହାରି ଭୁବନେଶ୍ୱରରେ ୧୦ଟା ୩୦ମିନିଟ୍‌ରେ ଅବତରଣ କରିବ। ଭୁବନେଶ୍ୱରରୁ ସୁରଟକୁ ଅତି କମ୍‌ରେ ୪୫୦୩ ଟଙ୍କା ଭଡ଼ା ରହିଥିବାବେଳେ ସୁରଟରୁ ଭୁବନେଶ୍ୱରକୁ ଅତି କମ୍‌ରେ ୪୨୧୩ ଟଙ୍କା ଭଡ଼ା ରହିଛି। ଅନ୍ୟପଟେ ପ୍ରଥମ ଦିନ ଦୁଇଟି ସହର ମଧ୍ୟରେ ବିମାନସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ମନରେ ଖୁସି ଦେଖାଯାଇଥିଲା। ସୁରଟରେ ଅନେକ ଓଡ଼ିଆ କର୍ମସଂସ୍ଥାନ ପାଇଁ ରହୁଛନ୍ତି। ସେମାନଙ୍କ ଲାଗି ଏହି ବିମାନସେବା ଅତ୍ୟନ୍ତ ଉପାଦେୟ ହୋଇପାରିଛି। ସେହିପରି ଗୁଜରାଟର ଅନେକ ଲୋକ ମଧ୍ୟ ଓଡ଼ିଶାରେ ରହୁଛନ୍ତି। ଓଡ଼ିଶାରୁ ଗୁଜରାଟର କୌଣସି ସହରକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ନାହିଁ। ତେଣୁ ଗୁଜରାଟୀମାନେ ମଧ୍ୟ ଏହି ବିମାନସେବା ଦ୍ୱାରା ଉପକୃତ ହେବେ। ସୋମବାର ଉଭୟ ଓଡ଼ିଆ ଏବଂ ଗୁଜରାଟୀ ଏହି ବିମାନ ଯାତ୍ରା କରିଛନ୍ତି। ଏହାଛଡ଼ା ଦୁଇଟି ସହର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। କାରଣ ଓଡ଼ିଶାର ଶାଢ଼ି ସୁରଟକୁ ଯାଇପାରିବ ଏବଂ ସୁରଟରୁ ମଧ୍ୟ ପୋଷାକ ଓଡ଼ିଶାକୁ ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୧୯ ବଲ୍‌ରେ ୪୫ ରନ୍‌ ସତ୍ତ୍ୱେ ବୈଭବଙ୍କୁ ମିଳିବନି ସୁଯୋଗ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…

ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…

ବରଗଡ଼,୨୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଏଠାରେ କେବଳ ଧାନ ନୁହେଁ, ଅଣଧାନ ଫସଲରେ ମଧ୍ୟ ଚାଷୀମାନଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ…

ଅଭିଷେକ-ବୈଭବଙ୍କୁ ଦେଖି ଶ୍ରେୟସ ଆୟରଙ୍କ ମୁଣ୍ଡ ଘୂରିଲା: କହୁ କହୁ କହିଦେଲେ…

ୱେଲିଂଟନ,୨୮।୧୦: ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ଶ୍ରେୟସ ଆୟର। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦…

ପ୍ରବଳ ବର୍ଷା-ପବଳ ସମ୍ଭାବନା: ରେଡ୍‌ ଓ୍ବାର୍ନିଂରେ ଓଡ଼ିଶାର ୭ ଜିଲା

ଭୁବନେଶ୍ୱର,୨୮ା୧୦(ବନ୍ଦନା ସେଠୀ/ପିଟି):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ରୂପ ନେବା ପରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ଦକ୍ଷିଣ ୟାନମ…

ଭଲପାଇବା ଆଗରେ ହାର ମାନିଲା ଶତ୍ରୁତା: ଚକିତ କଲା ନିବିଡ଼ ବନ୍ଧୁତାର ଦୃଶ୍ୟ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):ସାଧାରଣଭାବେ କୁକୁରକୁ ଦେଖିଲେ ମାଙ୍କଡ଼ ଗଛ ଉପରକୁ ପଳାଏ। ଅନୁରୂପ ଭାବେ ମାଙ୍କଡ଼କୁ ଦେଖିଲେ କୁକୁର ଭୁକିବାକୁ ଲାଗେ। କିନ୍ତୁ ଏହି ପାରମ୍ପରିକ ଶତ୍ରୁତାକୁ…

ଆନ୍ଧ୍ର-ଓଡ଼ିଶା ୨ ରାଜ୍ୟରେ ଭୋଟ ଦେବୁ: ସୀମାନ୍ତ ଗ୍ରାମବାସୀ

ନନ୍ଦପୁର,୨୮ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା-ଆନ୍ଧ୍ରର ବିବାଦ ବଢ଼ିବାରେ ଲାଗିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାନ୍ତ ଗ୍ରାମଗୁଡ଼ିକରେ ନିର୍ବାଚନୀ ପୋଷ୍ଟର ଲଗାଇବା ସହ…

ଗୁରୁଙ୍କ ରେକର୍ଡ ଭାଙ୍ଗି ପାରିଲେନି ଅଭିଷେକ: ମ୍ୟାଚ୍‌ ପରେ କହିଲେ ମନର କଥା

ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଦମ୍‌ଦାର ବିଜୟ ଦେଇଛି। ମାତ୍ର ୩୫ ବଲ୍‌ରେ ଶତକ ହାସଲ କରିଥିବା…

ଅଭିଷେକଙ୍କୁ ଏମିତି କମେଣ୍ଟ ମାରିଲେ ଇଶାନ କିଶନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?