ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି ପାକ୍‌:ଜାତିସଂଘକୁ ଜଣାଇଲେ ଆଇସିଜେ ଅଧ୍ୟକ୍ଷ

ଜାତିସଂଘ,୧।୧୧ (ଆଇଏଏନ୍‌ଏସ୍‌):ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି। ପାକିସ୍ତାନ ଜେଲରେ ଥିବା କୁଳଭୂଷଣଙ୍କୁ ଭାରତୀୟ ଉଚ୍ଚାୟୁକ୍ତଙ୍କ ଜରିଆରେ ଆଇନଗତ ସହାୟତା ପ୍ରଦାନ ପାଇଁ ଇସ୍‌ଲାମାବାଦ ଅନୁମତି ଦେଇନାହିଁ। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ଅଧ୍ୟକ୍ଷ ଜଜ୍‌ ଅବ୍‌ଦୁଲକାଓ୍ବି ଏ. ୟୁସୁଫ୍‌ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ)କୁ ଏନେଇ ଅବଗତ କରାଇଛନ୍ତି।
୧୯୩ ସଦସ୍ୟ ବିଶିଷ୍ଟ ୭୪ତମ ଅଧିବେଶନରେ ଆଇସିଜେ ମୁଖ୍ୟ ୟୁସୁଫ୍‌ ବୁଧବାର କୁଳଭୂଷଣ ମାମଲାର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ସେ କହିଛନ୍ତି, ଆଇସିଜେ ଗତ ଜୁଲାଇ ୧୭ରେ କୁଳଭୂଷଣ ମାମଲାର ରାୟ ଶୁଣାଇଛନ୍ତି। ୧୯୬୩ ଭିଏନା ଚୁକ୍ତିର ଅନୁଚ୍ଛେଦ ୩୬ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ କୁଳଭୂଷଣଙ୍କୁ ଆଇନଗତ ସହାୟତା ଅଧିକାର ଅନୁମତି ପ୍ରଦାନ କରିନାହିଁ। ଏହା ଭିଏନା ଚୁକ୍ତିର ଉଲ୍ଲଂଘନ ବୋଲି ଶୁଣାଣି ବେଳେ ଅନ୍ତର୍ଜାତୀୟ ଅଦାଲତ ଜାଣିବାକୁ ପାଇଛନ୍ତି। ଏଥିଲାଗି ଉପଯୁକ୍ତ ଉପଚାର କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି। କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ପାକିସ୍ତାନୀ ସେନା ଅଦାଲତକୁ ନିଜ ରାୟର ସମୀକ୍ଷା ଓ ପୁନର୍ବିଚାର କରିବାକୁ କୁହାଯାଇଛି। ତେବେ ଆଇସିଜେଙ୍କ ରାୟର ଅନୁପାଳନ କରି ନିଜ ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଉଛି। ଭିଏନା ଚୁକ୍ତି ଅନୁସାରେ ତାଙ୍କୁ ଅଗଷ୍ଟ ୨ରେ ଆଇନଗତ ସହାୟତା ପ୍ରଦାନ ପାଇଁ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଆମନ୍ତ୍ରଣ କରାଯାଇଥିବା ବିଷୟ ଏହାର ଦିନକ ପୂର୍ବରୁ ଆଇସିଜେଙ୍କୁ ପାକିସ୍ତାନ ଜଣାଇଥିଲା। ସେପ୍ଟେମ୍ବର ୨ରେ ଭାରତ ପକ୍ଷରୁ ଗୌରବ ଆହଲୁଓ୍ବାଲିଆ ପାକିସ୍ତାନୀ ଜେଲ୍‌ରେ କୁଳଭୂଷଣଙ୍କୁ ଭେଟିଥିଲେ। ୨୦୧୬ରେ କୁଳଭୂଷଣ ଗିରଫ ହେବା ପରେ ଏହା ହେଉଛି ଏହି ଧରଣର ପ୍ରଥମ ସହାୟତା ବୋଲି ଆଇସିଜେ ଅଧ୍ୟକ୍ଷ ୟୁସୁଫ୍‌ କହିଛନ୍ତି। ପ୍ରକାଶ ଯେ, ୪୯ ବର୍ଷୀୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ଇରାନକୁ ବ୍ୟବସାୟ ପାଇଁ ଯାଇଥିବାବେଳେ ପାକିସ୍ତାନ ତାଙ୍କୁ ଅପହରଣ କରିନେଇଥିଲା। ୨୦୧୭ ଏପ୍ରିଲରେ କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା। ଭାରତ ଏହି ରାୟକୁ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri