Posted inଜାତୀୟ

ଭାରତର ମୁଖ୍ୟ ବିଭାଜନକାରୀ: ମୋଦିଙ୍କୁ ନେଇ ଟାଇମ୍‌ ପତ୍ରିକାର ବିବାଦୀୟ ଶୀର୍ଷକ

ଓ୍ବାଶିଂଟନ,୧୧ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆମେରିକାର ଲୋକପ୍ରିୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ କଭର ଷ୍ଟୋରି କରାଯାଇଛି, ଯାହାର ଶୀର୍ଷକ ରଖାଯାଇଛି ‘ଭାରତର ମୁଖ୍ୟ ବିଭାଜନକାରୀ’। ୨୦୧୯ ଲୋକ ସଭା ନିର୍ବାଚନର ଶେଷ ଦୁଇଟି ପର୍ଯ୍ୟାୟ ଭୋଟଗ୍ରହଣ ବାକି ଥିବାବେଳେ ଏହି ପ୍ରଚ୍ଛଦ କାହାଣୀକୁ ନେଇ ବିବାଦ ସୃଷ୍ଟି ହୋଇଛି।
‘ଟାଇମ୍‌’ ମେ ୨୦ ଅନ୍ତର୍ଜାତୀୟ ସଂସ୍କରଣର ମୁଖ୍ୟ ଶିରୋନାମା ରହିଛି ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’। ୟୁରୋପ, ମଧ୍ୟପ୍ରାଚ୍ୟ, ଏସିଆ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ସଂସ୍କରଣରେ ମୋଦିଙ୍କୁ ନେଇ କଭର ଷ୍ଟୋରି କରାଯାଇଥିବାବେଳେ ଆମେରିକା ସଂସ୍କରଣ ୨୦୨୦ରେ ହ୍ବାଇଟ୍‌ ହାଉସ୍‌ ପାଇଁ ଦୌଡ଼ରେ ଥିବା ଡେମୋକ୍ରାଟ୍‌ ଏଲିଜାବେଥ୍‌ ଓ୍ବାରେନ୍‌ଙ୍କୁ ସ୍ଥାନିତ କରିଛି। ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’ ନିବନ୍ଧକୁ ଆତିଶ ତସୀର ଲେଖିଛନ୍ତି । ଆତିଶ ହେଉଛନ୍ତି ଭାରତୀୟ ସାମ୍ବାଦିକା ତଭଲିନ୍‌ ସିଂ ଓ ପାକିସ୍ତାନୀ ରାଜନେତା ତଥା ବ୍ୟବସାୟୀ ସ୍ବର୍ଗତ ସଲମାନ୍‌ ତସୀରଙ୍କ ପୁଅ। ସେହିପରି ଏଥିରେ ଆଉ ଏକ ଅତିରିକ୍ତ ନିବନ୍ଧ ପ୍ରକାଶ ପାଇଛି, ଯାହାର ଶୀର୍ଷକ ହେଉଛି ‘ମୋଦି ଦି ରିଫର୍ମର’। ଏହାକୁ ରାଜନୈତିକ ବିଶ୍ୱସ୍ତରୀୟ ଗବେଷଣା ଓ ପରାମର୍ଶଦାତା ସଂସ୍ଥା ୟୁରେସିଆ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ଇଆନ୍‌ ବ୍ରେମର ଲେଖିଛନ୍ତି। ପତ୍ରିକାର ପ୍ରଚ୍ଛଦରେ ୬୮ ବର୍ଷୀୟ ମୋଦିଙ୍କ ତୈଳଚିତ୍ର ରହିଛି। ଏହାର ଅନ୍ୟ ନିବନ୍ଧଗୁଡ଼ିକର ଶୀର୍ଷକ ହେଉଛି ‘ମୋଦି ସରକାରଙ୍କ ଆଉ ୫ ବର୍ଷର ଶାସନକୁ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ସହ୍ୟ କରିପାରିବ କି’, ଯାହାକୁ ଆତିଶ ଲେଖିଛନ୍ତି ଏବଂ ବ୍ରେମରଙ୍କ ଦ୍ୱାରା ପ୍ରସ୍ତୁତ ‘ମୋଦି ହେଉଛନ୍ତି ଭାରତର ଅର୍ଥନୈତିକ ସଂସ୍କାର ପାଇଁ ସର୍ବୋତ୍ତମ ଆଶା’।
ଆତିଶଙ୍କ ନିବନ୍ଧରେ ଉଲ୍ଲେଖ କରାଯାଇଛି ଯେ, ୨୦୧୪ରେ ମୋଦି ଆଶାର ଏକ ବାତାବରଣ ସୃଷ୍ଟି କରିବା ଲାଗି ଫାଇଦା ନେଇପାରିଥିଲେ। ସେ ସାଂସ୍କୃତିକ ଆକ୍ରୋଶକୁ ଅର୍ଥନୈତିକ ପ୍ରତିଶ୍ରୁତିରେ ପରିଣତ କରିପାରିଥିଲେ। ସେତେବେଳେ ମୋଦି ଗୋଟିଏପଟେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ଉନ୍ମୁକ୍ତ କରିବାର ପ୍ରତିଶ୍ରୁତି ଦେଇ ଜଣେ ତ୍ରାଣକର୍ତ୍ତା ସାଜିଥିବାବେଳେ ଅନ୍ୟପଟେ ହିନ୍ଦୁତ୍ୱର ପୁନରୁତ୍ଥାନ ଲାଗି ନିଜକୁ ଉପସ୍ଥାପିତ କରିଥିଲେ। ବର୍ତ୍ତମାନ ସେ ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଥିବା ଜଣେ ରାଜନେତା, ଯିଏକି ପୁନଃ ନିର୍ବାଚିତ ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ମୋଦିଙ୍କ କେବଳ ଅର୍ଥନୈତିକ ଚମତ୍କାର ବାସ୍ତବ ରୂପ ନେବାରେ ବିଫଳ ହୋଇନାହିଁ, ବରଂ ସେ ଭାରତରେ ଧର୍ମଭିତ୍ତିକ ବିଷାକ୍ତ ଜାତୀୟତାବାଦର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ବୋଲି ଆତିଶ ଲେଖିଛନ୍ତି। ସମସ୍ତଙ୍କ ପାଇଁ ବିକାଶର ପ୍ରତିଶ୍ରୁତିରୁ ଦୂରେଇ ଯାଇ ମୋଦି ଏଭଳି ଏକ ସଫଳତା ହାସଲ କରିଛନ୍ତି, ଯେଉଁଠି ଭାରତୀୟମାନେ ନିଜ ବୈଷମ୍ୟକୁ ନେଇ ଅତ୍ୟନ୍ତ ପ୍ରଭାବିତ। ମୋଦି କଂଗ୍ରେସ ନେତୃତ୍ୱାଧୀନ ଏକ ଦୁର୍ବଳ ବିରୋଧୀ ମେଣ୍ଟ ପାଇଥିବାରୁ ଭାଗ୍ୟବାନ। ବିରୋଧୀ କଂଗ୍ରେସ ବଂଶବାଦ ନୀତି ବ୍ୟତୀତ ବିଶେଷ କିଛି ଦେଇପାରିବ ନାହିଁ ବୋଲି ନିବନ୍ଧରେ ଉଲ୍ଲେଖ କରାଯାଇଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଧର୍ମନିରପେକ୍ଷ ବିଚାରଧାରା ସହ ମୋଦିଙ୍କ ଶାସନରେ ଦେଖାଦେଇଥିବା ସାମାଜିକ ‘ଉତ୍ତେଜନା’କୁ ନେଇ ତୁଳନା କରାଯାଇଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବୃଦ୍ଧି ଦିଗରେ ମୋଦି ଆଗ୍ରହୀ ନ ଥିବା ଏଥିରେ କୁହାଯାଇଛି। ଏହାସହ ୨୦୦୨ରେ ଅନେକ ଜୀବନ ନେଇଥିବା ଗୁଜରାଟ ଦଙ୍ଗା ସମ୍ପର୍କରେ ମଧ୍ୟ ଆତିଶ ଅବତାରଣା କରିଛନ୍ତି। ମୋଦିଙ୍କୁ ନେଇ ‘ଟାଇମ୍‌’ର ଏପରି ଉପସ୍ଥାପନା ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୨ରେ ଏହି ପତ୍ରିକା ତାଙ୍କୁ ଜଣେ ବିବାଦୀୟ, ମହତ୍ତ୍ୱାକାଂକ୍ଷୀ ଓ ଚାଲାକ ରାଜନେତା ଭାବେ ଅଭିହିତ କରିଥିଲା।
ଅନ୍ୟପକ୍ଷରେ ବ୍ରେମରଙ୍କ ନିବନ୍ଧରେ ମୋଦିଙ୍କ ଅର୍ଥନୈତିକ ରେକର୍ଡକୁ ମିଶ୍ରିତ ବୋଲି ଦର୍ଶାଯାଇଛି। ଭାରତ ଏବେ ମଧ୍ୟ ପରିବର୍ତ୍ତନ ଚାହୁଁଛି ଏବଂ ବିକାଶ ଆଣିବା ସକାଶେ ମୋଦିଙ୍କ ଉପରେ ଲୋକଙ୍କ ଭରସା ରହିଛି। ସେ ଚାଇନା, ଆମେରିକା ଓ ଜାପାନ ସହିତ ସମ୍ପର୍କରେ ଉନ୍ନତି ଆଣିଛନ୍ତି। ତାଙ୍କ ବିକାଶ କାର୍ଯ୍ୟସୂଚୀ ଭାରତର କୋଟି କୋଟି ଲୋକଙ୍କ ଜୀବନ ଓ ଭବିଷ୍ୟତ ବଦଳାଇବାରେ ସକ୍ଷମ ହୋଇଛି ବୋଲି ବ୍ରେମର ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri