ଭାରତର ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏଜେଣ୍ଟ ସ୍ମିଥ୍‌ ଭାଇରସ୍‌: ଚେକ୍‌ ପଏଣ୍ଟ୍‌ ରିପୋର୍ଟ

ନୂଆଦିଲ୍ଲୀ/ଜେରୁଜେଲମ୍‌, ୧୧।୭: ଭାରତରେ ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଭାଇରସ୍‌ ରହିଛି। ଏହି ଭାଇରସ୍‌ର ନାମ ଏଜେଣ୍ଟ୍‌ ସ୍ମିଥ୍‌। ଏନେଇ ଇସ୍ରାଏଲ୍‌ ସାଇବର ସୁରକ୍ଷା ଗବେଷଣା କମ୍ପାନୀ ଚେକ୍‌ ପଏଣ୍ଟ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ୱାରା ହ୍ବାଟସ୍‌ଆପ୍‌ ମାଧ୍ୟମରେ ମୋବାଇଲ୍‌ରେ ଥିବା ଅନ୍ୟ ଆପ୍‌ ହ୍ୟାକ୍‌ କରିହେଉଛି। ଏସବୁ ଆପ୍‌ ସ୍ଥାନରେ ଡୁପ୍ଲିକେଟ୍‌ ଭର୍ସନ ଇନଷ୍ଟଲ ହୋଇଯାଉଛି। ଫଳରେ ହ୍ୟାକର ବ୍ୟବହାରକାରୀଙ୍କ ନିଜ ତଥ୍ୟ ଚୋରି କରି ନେଉଛନ୍ତି। ପୃଥିବୀର ଅଢ଼େଇ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌କୁ ଏହି ଭାଇରସ୍‌ ସହାୟତାରେ ହ୍ୟାକ୍‌ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେଥିମଧ୍ୟରେ ଆମେରିକାର ୩ ଲକ୍ଷ, ଇଂଲଣ୍ଡର ଲକ୍ଷେ ୩୭ ହଜାର ବ୍ୟବହାରକାରୀ ଅଛନ୍ତି। ଏହି ଭାଇରସ୍‌ ଥାର୍ଡ ପାର୍ଟି ଆପ୍‌ ୯-ଆପସ୍‌ ଡଟ୍‌ କମ୍‌ ଦ୍ୱାରା ଆଣ୍ଡ୍ରଏଡ୍‌ ଫୋନ୍‌କୁ ଆସିଛି। ଏହା ମାଧ୍ୟମରେ ଆରବୀ, ହିନ୍ଦୀ, ଇଣ୍ଡୋନେସିଆ ଆଦି ଭାଷାଭାଷୀଙ୍କୁ ଅଧିକ ଟାର୍ଗେଟ୍‌ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri