ଭାରତରେ ୧୧ହଜାରରୁ ଊର୍ଦ୍ଧ୍ୱ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୪: ଦେଶରେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାରରୁ ଉର୍ଦ୍ଧ୍ୱ ଟପିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ ୩୭୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦୦ରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ବୁଧବାର ସୂଚନା ଦେଇଛନ୍ତି। ଏଥିସହ କୋଭିଡ-୧୯କୁ ନେଇ ରାଜ୍ୟରେ ପ୍ରଥମ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ଜିଲାଗୁଡ଼ିକୁ ହଟ୍‌ସ୍ପଟ, ନନ୍‌-ହଟ୍‌ସ୍ପଟ ଓ ଗ୍ରୀନ ଜୋନ୍‌ ଅଞ୍ଚଳରେ ବଣ୍ଟନ କରିଛନ୍ତି। ଦେଶର ମୋଟ ୧୭୦ଟି କରୋନା ହଟ୍‌ସ୍ପଟ ଜିଲା ଚିହ୍ନଟ କରାଯାଇଥିବା ବେଳେ ୨୭୦ଟି ଜିଲାକୁ ନନ୍‌-ହଟ୍‌ସ୍ପଟ ତାଲିକାରେ ସାମିଲ କରାଯାଇଛି। ହଟ୍‌ସ୍ପଟ ଜିଲା ହେଉଛି ଏଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଇଛନ୍ତି ଏବଂ ଆଗକୁ ସଂକ୍ରମଣ ହେବାର ଭୟ ମଧ୍ୟ ରହିଛି। ନନ୍‌-ହଟସ୍ପଟରେ କରୋନା ରୋଗୀ ଅଛନ୍ତି, ହେଲେ ଏମାନଙ୍କ ସଂଖ୍ୟା ବହୁତ କମ୍‌ ଓ ନୂଆ ରୋଗୀ ମଧ୍ୟ ବହୁତ କମ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଗ୍ରୀନ ଜୋନ୍‌ରରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି ଏବଂ ସଂକ୍ରମିତ ହେବାର ଆଶଙ୍କା କମ୍‌ ରହିଛି ବୋଲି ଳଭ୍‌ ଅଗ୍ରଓ୍ବାଲ କହିଛନ୍ତି। ଅପରପକ୍ଷେ ବୁଧବାର କ୍ୟାବିନେଟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ବାସ୍ଥ୍ୟ ସଚିବ, ଜିଲାପାଳ, ଏସ୍‌ପି, ପୌରପାଳିକା କମିଶନର ଓ ସିଏମ୍‌ଓମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏଥିରେ ହଟସ୍ପଟରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ କେମିତି କାର୍ଯ୍ୟକାରୀ ହେଉଛି ସେନେଇ ଆଲୋଚନା ହୋଇଥିଲା। କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ ଅନୁଯାୟୀ, ସଂକ୍ରମିତ ଅଞ୍ଚଳରେ ଏକ ସ୍ବତନ୍ତ୍ର ଟିମ ଘରଘର ବୁଲି ଆକ୍ଟିଭ ମାମାଲାକୁ ଠାବ କରିବେ ଏବଂ ଏହି ଅଞ୍ଚଳରେ ରହୁଥିବା ସମସ୍ତ ଲୋକଙ୍କର ନମୁନା ପରୀକ୍ଷା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri