ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି। ଏହି ସମୟରେ ପୂର୍ବତନ ଏମ୍‌ପି ଦିପେନ୍ଦ୍ର ସିଂ ହୁଡ୍ଡା ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମର୍ଥନ ଦେବାକୁ ଯାଉଥିବା ନିର୍ଦଳୀୟ ପ୍ରାର୍ଥୀମାନେ ନିଜ ପାଇଁ ନିଜେ କବର ଖୋଳୁଛନ୍ତି। ଏମାନେ ଏବେ ସାଧାରଣ ଜନତାଙ୍କ ବିଶ୍ୱାସକୁ ବିକ୍ରି କରିବାକୁ ଯାଉଛନ୍ତି। ଏମିତି କରୁଥିବା ବ୍ୟକ୍ତିଙ୍କୁ ସାଧାରଣ ଜନତା କେବେ କ୍ଷମା ଦେବେ ନାହିଁ ଆଉ ଏଭଳି ଲୋକଙ୍କୁ ଜନତା ଜୋତାରେ ମାରିବେ। ଦିପେନ୍ଦ୍ରଙ୍କ ଏହି ବୟାନ ପରେ ବିବାଦ ମୁଣ୍ଡ ଟେକିଛି। ସୂଚନାଯୋଗ୍ୟ, ହରିୟାଣାର ୭ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଦେବା କଥା ଶୁଣାଯିବା ପରେ ଦିପେନ୍ଦ୍ର ଏହା କହିଛନ୍ତି। ଆଉ ସ୍ବାଧୀନ ବିଧାୟକଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। କାରଣ ସ୍ବାଧିନ ଓ ଜେଜେପିକୁ ସାଙ୍ଗରେ ନେଇ କଂଗ୍ରେସ ହରିୟାଣାରେ ସରକାର ଗଠନ କରିବାକୁ ଚାହିଁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri