Posted inଜାତୀୟ

ଭାଜପାକୁ ଝାଡ଼ଖଣ୍ଡ ଝଟକା

ରାଞ୍ଚି/ନୂଆଦିଲ୍ଲୀ,୨୪ା୧୨(ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡ ନିର୍ବାଚନରେ ଭାଜପାକୁ ବଡ଼ ଝଟକା ଲାଗିଛି। ବିଧାନସଭାର ୮୧ ଆସନ ମଧ୍ୟରୁ ଶାସକ ଭାଜପାକୁ ମାତ୍ର ୨୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୪୭ ଆସନ ଦଖଲ କରି ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ମେଣ୍ଟ ଅଂଶୀଦାର କଂଗ୍ରେସକୁ ୧୬ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ଗୋଟିଏ ଆସନ ମିଳିଛି। ଝାଡ଼ଖଣ୍ଡବାସୀ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରକୁ ପ୍ରତ୍ୟାଖ୍ୟାନ କରିବା ସହ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ହାତରେ କ୍ଷମତାର ଡୋରି ଧରାଇଛନ୍ତି। ରାଜ୍ୟରେ ସରକାର ବିରୋଧୀ ହାଓ୍ବା ଓ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଯୋଗୁ ରଘୁବର ସରକାର ଧରାଶାୟୀ ହୋଇଥିବା ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏହାକୁ ମିଶାଇ ବର୍ଷକ ମଧ୍ୟରେ ୫ଟି ରାଜ୍ୟରେ ଭାଜପାକୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ଅନ୍ୟପକ୍ଷରେ ସୋନିଆ ଗାନ୍ଧୀ ଦ୍ୱିତୀୟ ଥର କଂଗ୍ରେସ ମଙ୍ଗ ଧରିବା ପରେ ତାଙ୍କ ଦଳ କ୍ରମାଗତ ୨ଟି ରାଜ୍ୟରେ ମେଣ୍ଟ ସରକାର ଗଠନ କରିବାରେ ସକ୍ଷମ ହୋଇଛି।
୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଏହି ହିନ୍ଦୀଭାଷୀ ଆଦିବାସୀ ବହୁଳ ରାଜ୍ୟର ନିର୍ବାଚନ ଫଳ ସୋମବାର ପ୍ରକାଶ ପାଇଛି। ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଶିବୁ ସୋରେନଙ୍କ ନେତୃତ୍ୱାଧୀନ ଜେଏମ୍‌ଏମ୍‌ ୩୦ ଆସନରେ ସଫଳତା ପାଇ ସବୁଠୁ ବଡ଼ ଦଳର ମାନ୍ୟତା ପାଇଛି। ଏହାର ସହଯୋଗୀ କଂଗ୍ରେସକୁ ୧୬ ଏବଂ ଆର୍‌ଜେଡିକୁ ଗୋଟିଏ ଆସନ ମିଳିଛି। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୪୧ ହୋଇଥିବାବେଳେ ଏହି ମେଣ୍ଟ ମୋଟ ୪୭ ଆସନ ଦଖଲ କରିପାରିଛି। ବାବୁଲାଲ ମାର୍ଣ୍ଡିଙ୍କ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌)କୁ ୩ ଏବଂ ସୁଦେଶ ମହାତୋଙ୍କ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୪ ଆସନରେ ଜିତିଛନ୍ତି। ବିପୁଳ ବିଜୟ ପରେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ଦଳର ଅଧ୍ୟକ୍ଷ ତଥା ତାଙ୍କ ବାପା ଶିବୁ ସୋରେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଝାଡ଼ଖଣ୍ଡବାସୀଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଆମେ ଶପଥ ନେଉଛୁ। ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସହଯୋଗୀ କଂଗ୍ରେସ ଏବଂ ଆର୍‌ଜେଡି ସହ ଆଲୋଚନା କରିବୁ ବୋଲି ଭାବୀ ମୁଖ୍ୟମନ୍ତ୍ରୀ ହେମନ୍ତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ସୋନିଆ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଧନ୍ୟବାଦ ଦେଇଛନ୍ତି। ହେମନ୍ତ ଦୁଇଟି ଆସନ (ଡୁମୁକା ଓ ବାରହାଇତ୍‌)ରେ ବିଜୟୀ ହୋଇଥିବାବେଳେ ରଘୁବର ନିଜ ଜାମସେଦପୁର ଇଷ୍ଟ୍‌ ଆସନରୁ ପରାଜୟ ବରଣ କରିଛନ୍ତି। ଏହି ଆସନରେ ତାଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ତଥା ସ୍ବାଧୀନ ପ୍ରାର୍ଥୀ ସରଜୁ ରାୟଙ୍କ ଠାରୁ ରଘୁବର ୧୫,୮୩୩ ଭୋଟ ବ୍ୟବଧାନରେ ହାରିଯାଇଛନ୍ତି। ରଘୁବର ଦାସ ଏହି ପରାଜୟକୁ ସ୍ବୀକାର କରିଛନ୍ତି। ଏହି ଜନାଦେଶକୁ ସ୍ବାଗତ କରୁଛୁ। ଝାଡ଼ଖଣ୍ଡର ଜନତାଙ୍କୁ ଧନ୍ୟବାଦ ବୋଲି ସେ କହିଛନ୍ତି। ଫଳାଫଳ ଆସିବା ପରେ ରଘୁବର ରାଜଭବନ ଯାଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା କହିଛନ୍ତି, ଝାଡ଼ଖଣ୍ଡବାସୀ ଦେଇଥିବା ଜନାଦେଶକୁ ଆମେ ସମ୍ମାନ ଦେଉଛୁ। ବିଗତ ୫ ବର୍ଷ ଧରି ଶାସନର ସୁଯୋଗ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଉଛୁ। ରାଜ୍ୟର ବିକାଶ ପାଇଁ ଭାଜପା ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ଶାହା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୪ ବିଧାନସଭା ନିର୍ବାଚନରେ ଭାଜପାକୁ ୩୭ ଆସନରେ ସଫଳତା ମିଳିଥିଲା। ଏଜେଏସ୍‌ୟୁର ୫ ବିଧାୟକଙ୍କ ସମର୍ଥନରେ ଡିସେମ୍ବର ୨୮ରେ ରଘୁବର ଦାସ ଝାଡ଼ଖଣ୍ଡର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଜେଏମ୍‌ଏମ୍‌ ୧୯ ଓ କଂଗ୍ରେସ ୬ ଆସନରେ ବିଜୟୀ ହୋଇଥିଲେ। ୨୦୧୫ ଫେବୃୟାରୀ ୧୧ରେ ଜେଭିଏମ୍‌ (ପ୍ରଜାତାନ୍ତ୍ରିକ)ର ୬ ବିଧାୟକ ଭାଜପାରେ ସାମିଲ ହେବା ପରେ ରଘୁବର ଦାସ ସରକାରଙ୍କ ଶକ୍ତି ବୃଦ୍ଧି ହୋଇଥିଲା। ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଭାଗବଣ୍ଟା ନ ଛିଣ୍ଡିବାରୁ ଭାଜପା ଏବଂ ଏଜେଏସ୍‌ୟୁ ଅଲଗା ଲଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri