Posted inଜାତୀୟ

ଭବିଷ୍ୟତ ପ୍ରଧାନମନ୍ତ୍ରୀଙ୍କ ନାଁ କହିଲେ ମିଳିବ ବମ୍ପର ରିହାତି

ନୂଆଦିଲ୍ଲୀ,୨୧।୫: ଆସନ୍ତା ୨୩ ତାରିଖରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଏବେ ସମସ୍ତଙ୍କ ନଜର ଏକ୍‌ଜିଟ୍‌ ପୋଲ୍‌ ଉପରେ। ଏହି ସମୟରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ସିଷ୍ଟମ ଜମାଟୋ ତା’ର ଗ୍ରାହକଙ୍କୁ ଆକର୍ଷିତ କରିବାକୁ ୨୨ ତାରିଖ ପର୍ଯ୍ୟନ୍ତ ଦେଉଛି ଆକର୍ଷଣୀୟ ଅଫର୍‌। ଯେଉଁମାନଙ୍କର ଭବିଷ୍ୟବାଣୀ ଠିକ୍‌ ହେବ ସେମାନଙ୍କୁ ଫୁଡ୍‌ ଅର୍ଡର କଲେ ମିଳିବ କ୍ୟାସବ୍ୟାକ୍‌ ଅଫର୍‌। ‘ଜମାଟୋ ଇଲେକ୍ସନ୍‌ ଲିଗ୍‌’ ନାମକ ଏହି ଅଫରରେ ଗ୍ରାହକଙ୍କୁ କ୍ୟାସ୍‌ବ୍ୟାକ୍‌ ମିଳିବାର ସୁବିଧା ରହିଛି। ତେବେ ଗ୍ରାହକଙ୍କ ପ୍ରତି ଅର୍ଡରରେ ୪୦ ପ୍ରତିଶତ ରିହାତି ମିଳିବା ସହ ଯଦି ଭବିଷ୍ୟବାଣୀ ଠିକ୍‌ ହେବ ତେବେ ୩୦ ପ୍ରତିଶତ କ୍ୟାସବ୍ୟାକ୍‌ ମିଳିବ ବୋଲି କମ୍ପାନୀ ଘୋଷଣା କରିଛି। କମ୍ପାନୀ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ଯେମିତି ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଯିବେ ଗ୍ରାହକଙ୍କ ଓ୍ବାଲେଟକୁ ଆପଣାଛାଏଁ କ୍ୟାସବ୍ୟାକ୍‌ ଆସିଯିବ। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତର ୨୫୦ ସହରରେ ୩ଲକ୍ଷ ୨୦ ହଜାର ଲୋକ ଏହି ଅଫରରେ ଭାଗ ନେଇ ସାରିଲେଣି। ଏହା ପୂର୍ବରୁ ଜମାଟୋ ପ୍ରିମିୟର ଲିଗ୍‌ ମାଧ୍ୟମରେ ମଧ୍ୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ସଠିକ୍‌ ବିଜେତା ଟିମ୍‌ଙ୍କ ନାଁ ଭବିଷ୍ୟବାଣୀ କରି କ୍ୟାସ୍‌ବ୍ୟାକ୍‌ ଅଫର୍‌ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri