ଭଜନ ଗାଇଲେ ରାଜ୍ୟପାଳ

ପୁରୀ ଅଫିସ,୨୧।୮: ପୁରୀରେ ଆୟୋଜିତ ଶ୍ରୀମଦ୍‌ ଭାଗବତ କଥା ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ସୁନ୍ଦର ଭଜନ ଗାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜ୍ୟପାଳଙ୍କ ଭଜନ ଗାନ ଶୁଣି ଶ୍ରୋତାମାନେ ମୁଗ୍ଧ ହୋଇଯାଇଥିଲେ। ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଶ୍ରୀପୁରୁଷୋତ୍ତମ ବାଟିକା ପରିସରରେ ଚଳିତ ମାସ ୨୦ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଶ୍ରୀଭାଗବତ କଥା ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି। ଶନିବାର ରାଜ୍ୟପାଳ ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ, ଭଗବାନଙ୍କଠାରୁ ଭକ୍ତ ଅଧିକ ମହତ୍ତ୍ବପୂର୍ଣ୍ଣ। ମାତ୍ର ଭକ୍ତ ନିଜ ଭକ୍ତିର ପରାକାଷ୍ଠା ଜାଣିବା ଦରକାର। ଭଗବାନ ଅନେକ ସମୟରେ ଭକ୍ତକୁ ନିଜଠାରୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିଛନ୍ତି। ସେହିଭଳି ଭଗବାନଙ୍କ ସମ୍ମୁଖରେ ମା’ ଓ ତାହାର ମମତାର ମୂଲ୍ୟ ଅତୁଳନୀୟ। ସ୍ବୟଂ ଭଗବାନ ମଧ୍ୟ ମା’ର ସ୍ନେହ ମମତା ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି। ସେହିଭଳି ମନୁଷ୍ୟ ନିଜ ଆଧ୍ୟାତ୍ମିକ ଚେତନାର ବିକାଶ କରିବା ଦିଗରେ ଶତପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଥିବା ରାଜ୍ୟପାଳ ମତପୋଷଣ କରିଛନ୍ତି। ଆହୁରି ସେ କହିଛନ୍ତି, ଭଗବତ ଚିନ୍ତନ, ସ୍ମରଣ ଓ ଶ୍ରବଣ ଉପରେ ଗୁରୁତ୍ୱ ଦେଇ ଆଧ୍ୟାତ୍ମିକତାର ପ୍ରାପ୍ତି ହୋଇପାରିବ। ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଡ. ନରେଶଚନ୍ଦ୍ର ଶାସ୍ତ୍ରୀ ଭାଗବତର ସୃଷ୍ଟି, ଭାଗବତର ଶ୍ରବଣ, ମନ୍ଥନ, ଭକ୍ତି, ଜ୍ଞାନର ଆଲୋଚନା, ଭାଗବତ କଥାମୃତର ଅନୁପାଳନ ଓ ସମାଜରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ରାଜ୍ୟ ଆଳତି କରିବା ସହ ପୂଜା କାର୍ଯ୍ୟରେ ମଧ୍ୟ ରାଜ୍ୟପାଳ ସମ୍ୟକ୍‌ ଅଂଶଗ୍ରହଣ କରିଥିଲେ। ‘ମା’ତାରାଣୀ ଦୟା କି ଜୀୟେ’ ଭଜନକୁ ସୁଲଳିତ କଣ୍ଠରେ ଗାନ କରି ରାଜ୍ୟପାଳ ସମସ୍ତଙ୍କୁ ବିମୋହିତ କରିଥିଲେ। ସେହିପରି ରାଜ୍ୟପାଳଙ୍କ ପୁଅ ମନୀଷ ସିଂଘାଲ ମଧ୍ୟ ଭଜନ ଗାଇ ସମସ୍ତଙ୍କ ମନ ମୋହିଥିଲେ। ତୀର୍ଥ କଥା ମଣ୍ଡଳ ଦିଲ୍ଲୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ପୱନ ଅଗ୍ରୱାଲ, ଦୀନେଶ ଗର୍ଗ, ନବୀନ ଗର୍ଗ, ବଜରଙ୍ଗ ଜୈନ, ଅଭିଷେକ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ଅପରାହ୍ନ ୩ଟା ୪୫ରେ ରାଜ୍ୟପାଳ ପୁରୀସ୍ଥିତ ରାଜଭବନରେ ପହଞ୍ଚିଥିବା ବେଳେ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ପୁରୁଷୋତ୍ତମ ବାଟିକା ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ଜାତୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୫ଟାରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri