ଭଜନ ଗାଇଲେ ରାଜ୍ୟପାଳ

ପୁରୀ ଅଫିସ,୨୧।୮: ପୁରୀରେ ଆୟୋଜିତ ଶ୍ରୀମଦ୍‌ ଭାଗବତ କଥା ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ସୁନ୍ଦର ଭଜନ ଗାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜ୍ୟପାଳଙ୍କ ଭଜନ ଗାନ ଶୁଣି ଶ୍ରୋତାମାନେ ମୁଗ୍ଧ ହୋଇଯାଇଥିଲେ। ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଶ୍ରୀପୁରୁଷୋତ୍ତମ ବାଟିକା ପରିସରରେ ଚଳିତ ମାସ ୨୦ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଶ୍ରୀଭାଗବତ କଥା ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି। ଶନିବାର ରାଜ୍ୟପାଳ ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ, ଭଗବାନଙ୍କଠାରୁ ଭକ୍ତ ଅଧିକ ମହତ୍ତ୍ବପୂର୍ଣ୍ଣ। ମାତ୍ର ଭକ୍ତ ନିଜ ଭକ୍ତିର ପରାକାଷ୍ଠା ଜାଣିବା ଦରକାର। ଭଗବାନ ଅନେକ ସମୟରେ ଭକ୍ତକୁ ନିଜଠାରୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିଛନ୍ତି। ସେହିଭଳି ଭଗବାନଙ୍କ ସମ୍ମୁଖରେ ମା’ ଓ ତାହାର ମମତାର ମୂଲ୍ୟ ଅତୁଳନୀୟ। ସ୍ବୟଂ ଭଗବାନ ମଧ୍ୟ ମା’ର ସ୍ନେହ ମମତା ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି। ସେହିଭଳି ମନୁଷ୍ୟ ନିଜ ଆଧ୍ୟାତ୍ମିକ ଚେତନାର ବିକାଶ କରିବା ଦିଗରେ ଶତପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଥିବା ରାଜ୍ୟପାଳ ମତପୋଷଣ କରିଛନ୍ତି। ଆହୁରି ସେ କହିଛନ୍ତି, ଭଗବତ ଚିନ୍ତନ, ସ୍ମରଣ ଓ ଶ୍ରବଣ ଉପରେ ଗୁରୁତ୍ୱ ଦେଇ ଆଧ୍ୟାତ୍ମିକତାର ପ୍ରାପ୍ତି ହୋଇପାରିବ। ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଡ. ନରେଶଚନ୍ଦ୍ର ଶାସ୍ତ୍ରୀ ଭାଗବତର ସୃଷ୍ଟି, ଭାଗବତର ଶ୍ରବଣ, ମନ୍ଥନ, ଭକ୍ତି, ଜ୍ଞାନର ଆଲୋଚନା, ଭାଗବତ କଥାମୃତର ଅନୁପାଳନ ଓ ସମାଜରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ରାଜ୍ୟ ଆଳତି କରିବା ସହ ପୂଜା କାର୍ଯ୍ୟରେ ମଧ୍ୟ ରାଜ୍ୟପାଳ ସମ୍ୟକ୍‌ ଅଂଶଗ୍ରହଣ କରିଥିଲେ। ‘ମା’ତାରାଣୀ ଦୟା କି ଜୀୟେ’ ଭଜନକୁ ସୁଲଳିତ କଣ୍ଠରେ ଗାନ କରି ରାଜ୍ୟପାଳ ସମସ୍ତଙ୍କୁ ବିମୋହିତ କରିଥିଲେ। ସେହିପରି ରାଜ୍ୟପାଳଙ୍କ ପୁଅ ମନୀଷ ସିଂଘାଲ ମଧ୍ୟ ଭଜନ ଗାଇ ସମସ୍ତଙ୍କ ମନ ମୋହିଥିଲେ। ତୀର୍ଥ କଥା ମଣ୍ଡଳ ଦିଲ୍ଲୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ପୱନ ଅଗ୍ରୱାଲ, ଦୀନେଶ ଗର୍ଗ, ନବୀନ ଗର୍ଗ, ବଜରଙ୍ଗ ଜୈନ, ଅଭିଷେକ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ଅପରାହ୍ନ ୩ଟା ୪୫ରେ ରାଜ୍ୟପାଳ ପୁରୀସ୍ଥିତ ରାଜଭବନରେ ପହଞ୍ଚିଥିବା ବେଳେ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ପୁରୁଷୋତ୍ତମ ବାଟିକା ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ଜାତୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୫ଟାରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ କବିତା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?