ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟ ଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍‌

ଯାଜପୁର ରୋଡ,୧୧-୯(ନି.ପ୍ର.)- ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟର ଯୁଜିସି ଅନୁଦାନ(ବିଶ୍ୱବିଦ୍ୟାଳୟ ଆୟୋଗ ପାଣ୍ଠି) ଠିକ୍‌ ବିନିଯୋଗ ନ କରାଯାଇ ବ୍ୟାପକ ଦୁର୍ନୀତି ଓ ନିଯୁକ୍ତ କ୍ଷେତ୍ରରେ ଅନିମିୟତା ଘଟଣାର ସ୍ବତନ୍ତ୍ର ଅଡିଟ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୋମବାରଠାରୁ ମହାବିଦ୍ୟାଳୟରେ ଏହି ସ୍ବତନ୍ତ୍ର ଅଡିଟ ଚାଲିଛି। ଜଣେ ଅଧ୍ୟାପକଙ୍କୁ ଅନିମିୟତ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ତରୁଣ କୁମାର ଦାସ ନାମକ ଜଣେ ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି। ଉକ୍ତ ଅଧ୍ୟାପକ ଜଣକ ୟୁଜିସି ଅନୁଦାନ ଅନିମିୟତତା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଏଚଇ-ଏୟୁଡି-୦୦୦୬/୨୦୧୯,୧୭୪୨୪ତା୨୭/୮/୧୯ରିଖରେ ଜୈନିକ ଅଧ୍ୟାପକଙ୍କ ନିଯୁକ୍ତି ସମ୍ପର୍କରେ ଅଡିଟ୍‌ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବତନ ପରିଚାଳନା କମିଟି ଏହି ଅଧ୍ୟାପକଙ୍କ ନିଯୁକ୍ତି ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଅନିମିୟତା ଭାବେ ନିଯୁକ୍ତି ପାଇଥିବା ଅଧ୍ୟାପକଙ୍କ କାଗଜ ପତ୍ରକୁ ମଧ୍ୟ ସ୍ବତନ୍ତ୍ର ଅଡିଟ୍‌ କରାଯିବ। ଏହି ଅଡିଟ କରିବାପାଇଁ ଏକ ସ୍ବତନ୍ତ୍ର ଟିମ୍‌ କଲେଜରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରୁଛନ୍ତି। ଯୁଜିସି ଅର୍ଥର ବିନିଯୋଗକୁ ନେଇ ତଦନ୍ତ କରାଯାଉଛି। ୟୁଜିସି ଅନୁଦାନ ଠିକ ଭାବରେ ଖର୍ଚ୍ଚ କରାଯାଇ ନ ଥିବାରୁ ୪ବର୍ଷହେଲା ବିନିଯୋଗପତ୍ର ବିଶ୍ୱବିଦ୍ୟାଳୟ ଆୟୋଗ ପାଣ୍ଠିକୁ ଦିଆଯାଇ ପାରିନାହିଁ। ଫଳରେ ଯୁଜିସି ଗ୍ରାଣ୍ଟ ବନ୍ଦ ରହିଛି। ଏହାଦ୍ୱାରା କଲେଜର ବିକାଶ ମଧ୍ୟ ବାଧକ ସାଜିଛି। ୨୦୧୧ରୁ ୨୦୧୯ମସିହା ପର୍ଯ୍ୟନ୍ତ ୮ବର୍ଷର ବିଶ୍ୱବିଦ୍ୟାଳୟ ଆୟୋଗ ଅନୁଦାନକୁ ସ୍ବତନ୍ତ୍ରଭାବେ ଅଡିଟ କରାଯିବ। ଅନ୍ୟପକ୍ଷରେ ମହାବିଦ୍ୟାଳୟର ଅନିମିୟତାକୁ ମଧ୍ୟ ସ୍ବତନ୍ତ୍ର ଭାବେ ଖୋଲତାଡ଼ କରାଯିବ। ଏ ସମ୍ପର୍କରେ ଅଭିଯୋଗ କରିଥିବା ଉମାପଦାର ଗ୍ରାମର ତରୁଣ କୁମାର ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଜୈନିକ ଅଧ୍ୟାପକଙ୍କ ନିଯୁକ୍ତି ବେନିୟମ ଭାବରେ କରାଯାଇଛି । ୮ମାସ ଧରି ଚାକିରିରୁ ଛଟେଇ ହେଲାପରେ କିପରି ତାଙ୍କୁ ନିଯୁକ୍ତି ଦିଆଗଲା ସେନେଇ ଦାସ ପ୍ରଶ୍ନ କରିଛନ୍ତି। ଏସମ୍ପକେରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆବୁ ତାହିର୍‌ଙ୍କୁ ପଚାରିବାରୁ ଉଚ୍ଚ ଶିକ୍ଷା ବିଭାର ଫାଇନାନ୍ସ ଏଫଏ କମ-ସ୍ପେଶାଲ ସେକ୍ରେଟାରି ସୁରେଶ ପ୍ରସାଦ ତ୍ରୀପାଠୀ, ଓଏଫ୍‌ଏସ୍‌ଙ୍କଠାରୁ ସ୍ପେଶାଲ ଅଡିଟରେ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଆସିଛି। ସେହି ଅନୁସାରେ ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ନଥିପତ୍ର ରେଜିଷ୍ଟାର ଯୋଗାଇ ଦିଆଯାଉଛି ବୋଲି ତାହିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା

ଯାଜପୁର,୨୮ା୩(ହର୍ଷବର୍ଦ୍ଧନ ବେହେରା) :ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ୭୨...

ସାହିତ୍ୟ ହେଉଛି ଲେଖକଙ୍କ ବୈଭବ

ଯାଜପୁରରୋଡ୍‌,୨୭ା୩: ଯାଜପୁରରୋଡ୍‌ ସ୍ଥିତ ଉତ୍ସବ ପ୍ୟାଲେସ୍‌ରେ ‘ଅଭିମାନ’ ପ୍ରକାଶନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ କବି ପ୍ରଭାକର ଶତପଥୀ,ରାଜକିଶୋର...

ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ: ମାଙ୍କଡ଼ ସହ ଭିଡିଓ ଶେୟାର କରି ହୋଇଥିଲେ ପ୍ରସିଦ୍ଧ

ଯାଜପୁର ସଦର,୨୫ା୩(ସମର ବିଜୟ ଶରଣ): ବେଆଇନ ଭାବେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିବା ଚର୍ଚ୍ଚିତ...

ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କୋରେଇ,୨୫ା୩(ଚନ୍ଦ୍ରକାନ୍ତ ପତି): ବାସହୀନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରୁଛନ୍ତି। ଅଥଚ ଏହିସବୁ ଯୋଜନା ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ସମ୍ଭବ...

ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

କାଏମା,୨୫ା୩(ଶିବପ୍ରସାଦ ମହାନ୍ତି): ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଇଛି। ଅନେକ ଗାଁରେ...

ପୁଣି ଖଣିିରୁ ଚୋରି ବଢୁଛି

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ୍‌ ମହାନ୍ତ),୨୫ା୩: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପୁଣି କ୍ରୋମାଇଟ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶା ଖଣି ନିଗମର ଦକ୍ଷିଣ...

୬ ଲୋକ ସଭା, ୪୨ ବିଧାନସଭା ଆସନ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ବିଜେଡି ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ଲୋକମାନଙ୍କୁ ଡାକି ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri