ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ନଗଦ ସଙ୍କଟ

ନୂଆଦିଲ୍ଲୀ,୧୬।୫:   ଦେଶରେ ସାଧାରଣ ନିର୍ବାଚନ କାରଣରୁ କେନ୍ଦ୍ର ସରକାର ଖର୍ଚ୍ଚ କମାଇ ଦେଇଛନ୍ତି। ଫଳରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଲିକ୍ୟୁଡିଟି(ନଗଦ) କମିଗଲାଣି। ଏବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୪୦,୮୫୯ କୋଟି ଟଙ୍କାର ନଗଦ ସଙ୍କଟ ଦେଖାଦେଇଛି। ପୂର୍ବବର୍ଷ ଏହି ଅବଧିରେ ୧୫,୮୫୭ କୋଟି ଟଙ୍କା ବଳକା ଥିଲା ବୋଲି ବ୍ଲୁମବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି।

ଏସ୍‌ବିଆଇର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ ଉକ୍ତ ରିପୋର୍ଟକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଏପ୍ରିଲରେ ଖର୍ଚ୍ଚ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ। ଏହି କାରଣରୁ ଏବେ ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଅପ୍ରତ୍ୟାଶିତ ଭାବେ ନଗଦ ସଙ୍କଟ ଦେଖାଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରେପୋ ରେଟ୍‌ ହ୍ରାସ କରିଥିଲେ ମଧ୍ୟ ଏହି କାରଣରୁ ଲୋକେ ଏହାର ଫାଇଦା ପାଇଲେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅର୍ଥନୀତିରେ ଅଭିବୃଦ୍ଧି ଲାଗି ଆର୍‌ବିଆଇ ଗତ ଦୁଇଟି ମୁଦ୍ରାନୀତିରେ ରେପୋ ରେଟ୍‌କୁ ୦.୨୫% ହିସାବରେ ଦୁଇଥର ବୃଦ୍ଧି କରିଥିଲେ। କିନ୍ତୁ ନଗଦ ସଙ୍କଟ କାରଣରୁ ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ହ୍ରାସ କରିବାରେ ଅସମର୍ଥ ହେଲେ। କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ କହିଛନ୍ତି, ଏପ୍ରିଲରେ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଅଭାବ ଚକିତ କରିଛି। ସରକାର ଖର୍ଚ୍ଚ ହ୍ରାସ କରିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨ ସପ୍ତାହ ଭିତରେ ସିଷ୍ଟମରେ ନଗଦ ହ୍ରାସ ଆହୁରି ବଢ଼ିବ  ବୋଲି ତାଙ୍କର ମତ। ତେବେ ଏପ୍ରିଲ ତୁଳନାରେ ଏବେ ନଗଦ ସ୍ଥିତି ଅଧିକ ଉନ୍ନତ ହୋଇଛି। ଗତ ମାସରେ ଏହା ୧.୪୯ ଲକ୍ଷ କୋଟି ଟଙ୍କା ପହଞ୍ଚତ୍ୟାଇଥିଲା। ଏହାପରେ ଆର୍‌ବିଆଇ ବ୍ୟାଙ୍କିଙ୍ଗ ସିଷ୍ଟମରେ ଅଧିକ ନଗଦ ବଢ଼ାଇଥିଲେ। କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଜୁନ୍‌ରୁ ସ୍ଥିତି ସ୍ବାଭାବିକ ହେବା ଆରମ୍ଭ କରିବ ବୋଲି ଘୋଷ ପ୍ରକାଶ କରିଛନ୍ତି। ଭରଦ୍ୱାଜ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ନୂଆ ସରକାର ଖର୍ଚ୍ଚ କରିବା ଆରମ୍ଭ କରିବା ମାତ୍ରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ବଳକା ହେବ। ମେ ୧୩ରେ କେନ୍ଦ୍ରର ବଳକା ପରିମାଣ ୪୪,୩୧୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ଗତବର୍ଷ ଏହି ସମୟରେ ଏହା ଶୂନ ଥିଲା। କେନ୍ଦ୍ର ନିକଟରେ ଏତେ ପରିମାଣ ନଗଦ ରହିବା ଅର୍ଥ ଏହା ଖର୍ଚ୍ଚ କାଟ କରିଛି। ଏପ୍ରିଲ ୩୦ ସୁଦ୍ଧା ବଳକା ୭୯,୪୦୦ କୋଟି ଟଙ୍କା ଥିଲା। କେୟାର ରେଟିଙ୍ଗସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନବୀସ୍‌ କହିଛନ୍ତି, ନଗଦ ସଙ୍କଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିଲେ ସରକାରୀ ବଣ୍ଡ ସୁଧ ହାର ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍‌ ହ୍ରାସର କୌଣସି ଫାଇଦା ମିଳିବ ନାହିଁ। ବର୍ତ୍ତମାନ ଋଣ ଅଭିବୃଦ୍ଧି ଜମାଠାରୁ ବହୁ ଅଧିକ ହୋଇଗଲାଣି। ଏହି କାରଣରୁ ମଧ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ସଙ୍କଟ ଦେଖାଦେଇଛି। ସେ କହିଛନ୍ତି, ଆର୍ଥିକ ବର୍ଷ ୨୦୧୮ ପରେ ଏପ୍ରିଲ ୨୬ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଋଣ ଅଭିବୃଦ୍ଧି ୧୩ ପ୍ରତିଶତ ଥିଲା ବେଳେ ଜମା ୯.୭% ରହିଛି। ଅନ୍ୟପକ୍ଷରେ ଆର୍‌ବିଆଇ ସିଷ୍ଟମରେ ଅଧିକ ନଗଦ ପହଞ୍ଚାଇବା ଲକ୍ଷ୍ୟରେ ଓପନ ମାର୍କେଟ ଅପରେଶନ୍ସ(ଓଏମ୍‌ଓ) ଜରିଆରେ ସରକାରୀ ବଣ୍ଡ କିଣିଛି। ଆର୍‌ବିଆଇ ଡଲାର-ଟଙ୍କା ଅଦଳବଦଳ ଜରିଆରେ ମଧ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମରେ ୧୦ ବିଲିୟନ ଡଲାର ଭାରତୀୟ ଟଙ୍କା ବଜାରରେ ପ୍ରବେଶ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?