ବ୍ୟବହାର ନ କରି ଫିଙ୍ଗାଯାଉଛି ବିପୁଳ ଔଷଧ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ପ୍ରାଣୀ ଚିକିତ୍ସାଳୟ ପାଚେରି ବାହାରେ ପଡିଛି ବିପୁଳ ପରିମାଣର ଏକ୍ସପାଏରୀ ଔଷଧ। ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ବେଳେ ଔଷଧ ଦିଆଯା ନ ଯାଇ ଏସବୁ ନଷ୍ଟ ହୋଇଯିବା ପରେ ବାହାରେ ଫିଙ୍ଗିଦିଆଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏରସମା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ୯ଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି। ସେଥିମଧ୍ୟରୁ କୁଞ୍ଜକୋଠି, ବାଲିତୁଠ, ଗୋବିନ୍ଦପୁର, ପଞ୍ଚପଲୀ, ହାଜିପୁର, ମଲ୍ଲିପୁର, କିଆଡିଙ୍ଗ୍ରୀ ପ୍ରାଣୀ ସହାୟକ କେନ୍ଦ୍ରରେ ଲାଇଫ ଷ୍ଟକ ଇନ୍ସପେକ୍ଟର (ଏଲଆଇ)ଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ଲକ ସଦରମହକୁମାରେ ୨ ଜଣ ଏଭିଏଏସ ଡା. ସୁନିତା ବେହେରା ଓ ଡା. ଲୋପାମୁଦ୍ରା ରାୟ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ କେନ୍ଦ୍ର ତଦାରଖ ପାଇଁ ବ୍ଲକ ଭେଟେରେନାରୀ ଅଫିସର (ବିଭିଓ) ଭାବେ ଡା.ପରମାନନ୍ଦ ସେଠୀ କାର୍ଯ୍ୟ କରୁଛନ୍ତି। ଚଟୁଆ ଓ ଗୋଡ଼ା ସହାୟକ କେନ୍ଦ୍ରରେ ଏଲଆଇ ପଦବୀ ଖାଲିପଡିଛି। ସେହି ୨ଟି କେନ୍ଦ୍ର ଯଥାକ୍ରମେ କୁଞ୍ଜକୋଠି ଓ ପଞ୍ଚପଲୀ ଅଧୀନରେ କାର୍ଯ୍ୟ କରୁଛି। ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏଭିଏଏସ ଓ ପ୍ରାଣୀ ସହାୟକ କେନ୍ଦ୍ରର ଏଲଆଇମାନଙ୍କ ଦ୍ୱାରା କମ୍‌ ଖର୍ଚ୍ଚରେ ଔଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ଔଷଧଗୁଡିକର ନାମ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତାଲିକା ଝୁଲାଇବାର ମଧ୍ୟ ନିୟମ ରହିଛି। କିନ୍ତୁ ପରିତାପର ବିଷୟ ଏସବୁ ନିୟମ କାର୍ଯ୍ୟକାରୀ କରାଯାଉନି। ଏରସମା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଚେରି ନିକଟରେ ବହୁ ଏକ୍ସପାରୀ ଔଷଧ ପଡିଥିବା ଦେଖାଯାଇଛି। ଏ ସମ୍ପର୍କରେ ବିଭିଓ ସେଠୀଙ୍କୁ ପଚାରିବାରେ ସେ କହିଲେ ଯେ, ଜିଲା ଅଧିକାରୀମାନେ ପରିଦର୍ଶନରେ ଆସିଥିଲେ। ସେମାନେ ଏକ ଘର ସଫା କରି ବାରଣ୍ଡାରେ ବସୁଥିବା ୨ ଜଣ ଏଭିଏଏସଙ୍କୁ ସେଠାରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପିଅନ ଘର ସଫା କରି କିଛି ଏକ୍ସପାଏରୀ ଔଷଧ ସେଠାରେ ପକାଇଦେଇଛି। ମୁଁ ତାହା ସଫା କରିଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri