Posted inଖେଳ

ବ୍ରୋଞ୍ଜ ସହ ଶୁଟର୍‌ ଦୀପକଙ୍କୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୫।୧୧ (ପି.ଟି.)- ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ ଶୁଟିଂ ପ୍ରତିଯୋଗିତାର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ଦୀପକ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୀପକ ଏଥିସହ ଆସନ୍ତା ବର୍ଷ ଟୋକିଓରେ ଖେଳାଯିବାକୁ ଥିବା କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବାରେ ଦୀପକ ୧୦ମ ଭାରତୀୟ ଶୁଟର୍‌ ହୋଇଛନ୍ତି। ପୂର୍ବରୁ ଗତ ଏପ୍ରିଲରେ ଦିବ୍ୟାଂଶ ସିଂ ପନଓ୍ବାର ଏହି ଇଭେଣ୍ଟରେ ଅଲିମ୍ପିକ ଟିକେଟ୍‌ ହାସଲ କରିଥିଲେ।
୧୦ ମିଟର ଏୟାର ରାଇଫଲ୍‌ରେ ଦୀପକ ମୋଟ୍‌ ୬୨୬.୮ ସ୍କୋର ସହ ୩ୟ ସ୍ଥାନରେ ରହି ୮ ଜଣିଆ ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲରେ ସେ ୨୨୭.୮ ସ୍କୋର କରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ। ଦୀପକ ଏଥିପୂର୍ବରୁ ୨୦୧୮ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ମଧ୍ୟ ୩ୟ ସ୍ଥାନ ହାସଲ କରିଥିଲେ। ବର୍ତ୍ତମାନ ସୁଦ୍ଧା ଚାଇନା ସର୍ବାଧିକ ୨୫ ଅଲିମ୍ପିକ କୋଟା ସହ ତାଲିକାର ଶୀର୍ଷରେ ରହିଥିବାବେଳେ କୋରିଆ (୧୨) ଓ ଆୟୋଜକ ଜାପାନ (୧୨) ପଛକୁ ପଛ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri