Posted inଖେଳ

ବ୍ରେଟ୍‌ ଲି’ଙ୍କ ଟପ୍‌-୩ ଦ୍ରୁତ ବୋଲର ଲିଷ୍ଟରେ ବୁମ୍‌ରା

ମେଲବୋର୍ନ, ୨୩।୫(ପି.ଟି.)- ଚଳିତ ମାସ ୩୦ରୁ ବ୍ରିଟେନରେ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏଥିପୂର୍ବରୁ ପ୍ରାକ୍ତନ ଅଷ୍ଟ୍ରେଲୀୟ ମହାନ ବୋଲର ବ୍ରେଟ୍‌ ଲି ଆସନ୍ତା ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ଥିବା ଟପ୍‌-୩ ଦ୍ରୁତ ବୋଲର ତାଲିକା ପ୍ରକାଶ କରିଛନ୍ତି। ଏହି ଲିଷ୍ଟରେ ଯୁବ ଭାରତୀୟ ବୋଲର ଯଶପ୍ରୀତ୍‌ ବୁମ୍‌ରା ସ୍ଥାନ ପାଇଛନ୍ତି। ‘ବୁମ୍‌ରା ଜଣେ ଚମତ୍କାର ବୋଲର। ତାଙ୍କ ନାମରେ ଅନେକ ରେକର୍ଡ ରହିଛି। ସେ ଭଲ ପେସ୍‌ ଓ ୟର୍କର ପକାଇ ପାରନ୍ତି’ ବୋଲି ୨୦୦୩ ବିଶ୍ୱକପ୍‌ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିବା ଲି କହିଛନ୍ତି। ବୁମ୍‌ରା ଭାରତ ପକ୍ଷରୁ ୪୯ ଦିନିକିଆରୁ ୮୫ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଲି’ଙ୍କ ଟପ୍‌-୩ ଦ୍ରୁତ ବୋଲର ତାଲିକାରେ ବୁମ୍‌ରାଙ୍କ ବ୍ୟତୀତ ମିଚେଲ ଷ୍ଟାର୍କ ଓ ପ୍ୟାଟ୍‌ କୁମିନ୍ସ ସ୍ଥାନ ପାଇଛନ୍ତି। ‘ମିଚେଲ ଷ୍ଟାର୍କଙ୍କ ସହ ରହିବାକୁ ପଡ଼ିବ। ସେ ବର୍ତ୍ତମାନ ବି ଜଣେ କ୍ୱାଲିଟ୍‌ ବୋଲର’ ବୋଲି ଲି କହିଛନ୍ତି। ୨୦୧୫ ବିଶ୍ୱକପ୍‌ରେ ଷ୍ଟାର୍କ ୨୨ଟି ଉଇକେଟ୍‌ ଅକ୍ତିଆର କରି ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଗତ ଫେବ୍ରୁୟାରୀରେ ଷ୍ଟାର୍କ ଛାତିରେ ଆଘାତ ପାଇଥିଲେ ମଧ୍ୟ ଏବେ ସୁସ୍ଥ ହୋଇ ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଛନ୍ତି। ସେହିଭଳି କୁମିନ୍ସଙ୍କୁ ନେଇ ଲି କହିଛନ୍ତି, ‘ଯେତେବେଳେ କୁମିନ୍ସ ପେସ୍‌, ଲକ୍ଷ୍ୟ ଓ ବିବିଧତାରେ ବୋଲିଂ କରିବେ ତେବେ ସେ ସବୁକିଛି କରିପାରିବେ’। ଚଳିତ ବର୍ଷ ୬ ଦିନିକିଆରୁ କୁମିନ୍ସ ୧୪.୨୯ ଆଭରେଜରେ ୧୭ ଉଇକେଟ୍‌ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri