ବ୍ରିଟେନରେ ପିଲାଙ୍କୁ ବିରଳ ରୋଗ

ଲଣ୍ଡନ,୨୯ା୪: କିଛିଦିନ ହେଲା ଆମେରିକା, ଇଟାଲୀ ଓ ସ୍ପେନରେ କରେନା (କୋଭିଡ୍‌-୧୯) ସଂକ୍ରମଣର ସ୍ଥିତିରେ ଧୀରେ ଧୀରେ ସୁଧାର ହେଉଥିବା ଲକ୍ଷ୍ୟ କରାଯାଉଥିବାବେଳେ ବ୍ରିଟେନରେ ଏହି ମହାମାରୀର ପ୍ରକୋପ ଜାରି ରହିଛି। ଏବେ ବ୍ରିଟେନରେ ଆଉ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶର କେତେକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ବିଭିନ୍ନ ବୟସର ଏକ ଡଜନରୁ ଊର୍ଦ୍ଧ୍ୱ ପିଲାଙ୍କ ହୃତ୍‌ପିଣ୍ଡ ଫୁଲିଯିବା ସହ ପେଟ ଯନ୍ତ୍ରଣା, ଝାଡ଼ାବାନ୍ତି ଆଦି ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ସେଥିରେ ପିଲାମାନଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ବୟସ୍କମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦର୍ଶାଯାଇଛି। ଏହାସହ ଶିଶୁଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟସେବା ପ୍ରତି ଡାକ୍ତର ଏବଂ ଅଭିଭାବକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ହେଲେ କରୋନା ସଂକ୍ରମଣ ଯୋଗୁ ପିଲାମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପେଡିଆଟ୍ରିକ ଇଣ୍ଟେନ୍ସିଭ କେୟାର ସୋସାଇଟିର ଏକ ଟୁଇଟ୍‌ ଅନୁଯାୟୀ, ପିଲାମାନଙ୍କଠାରେ ଏକାଥରକେ ଟକ୍ସିକ୍‌ ଶକ୍‌ ସିଣ୍ଡ୍ରୋମ୍‌ (ଭୂତାଣୁଗୁଡ଼ିକର ବିଷାକ୍ତ ପଦାର୍ଥ ଯୋଗୁ ସଂଘଟିତ ହୁଏ), କାୱାସାକି (ଶିରାଜନିତ ରୋଗ) ଏବଂ କୋଭିଡ୍‌-୧୯ର ଗମ୍ଭୀର ଲକ୍ଷଣ ଦେଖାଯାଉଛି। ପିଲାମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ଏକ ପ୍ରକାର ଜରୁରିକାଳୀନ ପରିସ୍ଥିତି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ପିଲାମାନେ ଡାକ୍ତରଖାନା ଆସିବା ବେଳକୁ ସେମାନଙ୍କ ଅବସ୍ଥା ଏତେ ଗୁରୁତର ହୋଇପଡ଼ିଥିଲା ଯେ ସେମାନଙ୍କୁ ସିଧା ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିିଲା। ସ୍ବାବ୍‌ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ କରୋନା ପଜିଟିଭ୍‌ ଏବଂ କେତେଜଣ ନେଗେଟିଭ୍‌ ରିପୋର୍ଟ ଆସିଥିଲା। ହେଲେ ଏହି ରିପୋର୍ଟ ୧୦୦% ବିଶ୍ୱାସଯୋଗ୍ୟ ନୁହେଁ ବୋଲି କେତେଜଣ ଡାକ୍ତର କହୁଛନ୍ତି। ଏନ୍‌ଏଚ୍‌ଏସ୍‌ ସହିତ ଜଡିତ ଡାକ୍ତରମାନେ ଏହାକୁ ଇନ୍‌ଫ୍ଲାମେଟୋରି ସିଣ୍ଡ୍ରୋମ୍‌ ବୋଲି କହୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ଏହାର କରୋନା ଭୂତାଣୁ ସହିତ ସିଧାସଳଖ ସମ୍ପର୍କ ଥାଇପାରେ, ଯାହା ବିଳମ୍ବରେ ସାମ୍ନାକୁ ଆସିଛି। ପିଲାମାନଙ୍କ ଲକ୍ଷଣଗୁଡ଼ିକୁ ଟକ୍ସିକ୍‌ ଶକ୍‌ ସିଣ୍ଡ୍ରୋମ୍‌ ଓ କାୱାସାକି ରୋଗ ସହିତ ତୁଳନା କରାଯାଇଛି। ଏହି ଦୁଇ ରୋଗର ଲକ୍ଷଣ ହେଲା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଫୁଲିଯିବା ଏବଂ କରୋନାର ଲକ୍ଷଣ ପରି ଜ୍ୱର ଆସିବା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ହେବା। ବିଶେଷକରି କାଓ୍ବାସାକି ରୋଗରେ ଶିରାଗୁଡ଼ିକରେ ଫୁଲା ଦେଖାଯାଏ। ଏହାଦ୍ୱାରା ହୃତ୍‌ପିଣ୍ଡକୁ ରକ୍ତ ସଂଚାଳନ କରୁଥିବା ଧମନୀ ଦୁର୍ବଳ ହୋଇଯାଏ। ସାଧାରଣତଃ ୫ ବର୍ଷରୁ କମ୍‌ ବୟସର ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ଲକ୍ଷଣ ହେଉଛି ଜ୍ୱର, ଚର୍ମରେ ଦାଗ, ହାତରେ ଫୁଲା ଦେଖାଯିବା, ଆଖିର ଧଳା ଅଂଶରେ ଲାଲ ରଙ୍ଗ ଏବଂ ଗଳା ଫୁଲିଯିବା। ପରିସ୍ଥିତି ଜଟିଳ ହେଲେ ହୃଦ୍‌ଘାତ ହୋଇପାରେ। ବ୍ରିଟିଶ ଶିଶୁରୋଗ ବିଶେଷଜ୍ଞ ଡ. ଏଲିଜାବେଥ ୱିଟେକର କହିଛନ୍ତି ଯେ, ଏଭଳି ମାମଲା ସଂଖ୍ୟା କମ୍‌ କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।
ଡାକ୍ତରମାନେ କହିଛନ୍ତି ଯେ, ଉପରୋକ୍ତ ପିଲାମାନଙ୍କଠାରେ କରୋନା ଏବଂ କାୱାସାକିର ମିଶ୍ରିତ ଲକ୍ଷଣ ରହିଛି, ଯାହା ଅସ୍ବାଭାବିକ। ତାହାର ଅନୁସନ୍ଧାନ କରାଯାଉଛି। ପ୍ରକୃତ କାରଣ ଜାଣିବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଉଚିତ ନୁହେଁ।
ସୂଚନାଥାଉ କି, ବ୍ରିଟେନରେ ଏବେଯାଏ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଗଲାଣି। ଚଳିତମାସ ଆରମ୍ଭରୁ ଅଦ୍ୟାବଧି ପ୍ରତିଦନ ହାରାହାରି ୪୮୦୦ରୁ ଊର୍ଦ୍ଧ୍ୱ ଲୋକ ସଂକମ୍ରିତ ହେଉଛନ୍ତି। କରୋନାର ସାଧାରଣ ଲକ୍ଷଣ ମଧ୍ୟରେ ପ୍ରବଳ ଜ୍ୱର, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ, ଶୁଖିଲା କାଶ ଅନ୍ତର୍ଭୁକ୍ତ। ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଥିଲା ଯେ ଝାଡ଼ା, ପେଟ ଯନ୍ତ୍ରଣା ମଧ୍ୟ କରୋନା ସଂକ୍ରମଣର ଲକ୍ଷଣ। ଅନ୍ୟପକ୍ଷରେ ଆମେରିକୀୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗନ୍ଧ ଓ ସ୍ବାଦ ଅନୁଭବ ନ କରିବା ମଧ୍ୟ କରୋନା ସଂକ୍ରମଣର ଲକ୍ଷଣ। ହେଲେ ପ୍ରାୟ ୩ ସପ୍ତାହ ହେଲା ବ୍ରିଟେନରେ ପିଲାମାନଙ୍କଠାରେ ଆଉ କେତେକ ଲକ୍ଷଣ ଦେଖିବାକୁ ମିଳିଛି। ଏହା କରୋନା ଭୂତାଣୁର ଭିନ୍ନ ରୂପ ହୋଇପାରେ କିମ୍ବା ପିଲାମାନଙ୍କୁ ଭିନ୍ନ ଭାବରେ କ୍ଷତି ପହଞ୍ଚାଥାଇପାରେ। ଡ. ଏଲିଜାବେଥ ୱିଟେକର କହିଛନ୍ତି ଯେ, ଇଟାଲୀ ଏବଂ ସ୍ପେନରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା, ଯଦିଓ ସେମାନଙ୍କ ସଂଖ୍ୟା ବହୁତ କମ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?