ବ୍ରହ୍ମପୁରର ୨ ଛାତ୍ରଙ୍କ ଉଦ୍ୟମ: ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦ା୧୧- ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ବ୍ରହ୍ମପୁରର ୨ଜଣ ଛାତ୍ର ଏଦିଗରେ ନିଜ ଉଦ୍ୟମରେ ପ୍ରୟାସ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ଗୋଷାଣୀନୂଆଗଁା ଡିଏଭି ପବ୍ଲିକ ସ୍କୁଲ ଦଶମ ଶ୍ରେଣୀ ଛାତ୍ର ସୁମିତ ପଟ୍ଟନାୟକ ଏବଂ ପୀୟୂଷ ରଞ୍ଜନ ପାଢୀ। ଏମାନଙ୍କ କହିବାନୁଯାୟୀ, ୩ ମାସ ହେଲା ପରିଶ୍ରମ କରି ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏକ ବକ୍ସ ଭିତରେ ଦୁଇଟି ଉଦ୍ଭିଦକୁ ରଖାଯାଇଛି। ସେହି ବକ୍ସକୁ ଏକ ହଟ୍‌ ବେଲୁନ୍‌ ମାଧ୍ୟମରେ ଆକାଶକୁ ଛଡ଼ାଯିବ। ବେଲୁନ୍‌ ଭିତରେ ହିଲିୟମ୍‌ ଗ୍ୟାସ୍‌ ରଖାଯାଇଛି। ଏହି ଗ୍ୟାସ୍‌ ବେଲୁନ୍‌କୁ ଉପରକୁ ନେବାରେ ସାହାଯ୍ୟ କରିବ। ବେଲୁନଟି ଏହି ବକ୍ସକୁ ଧରି ଷ୍ଟ୍ରାଟସ୍‌ଫିୟର୍‌ ବା ଆକାଶମାର୍ଗରେ ୩୦ରୁ ୫୦ କି.ମି. ଉପରକୁ ଯିବ। କାରଣ ପୃଥିବୀର ଷ୍ଟ୍ରାଟସ୍‌ଫିୟର ଏବଂ ମଙ୍ଗଳ ଗ୍ରହରେ ସ୍ଥିତି ପ୍ରାୟ ସମାନ। ବାୟୁର ଉତ୍ତାପ, ବିଭିନ୍ନ ଗ୍ୟାସ୍‌ର ଉପସ୍ଥିତି, ମଙ୍ଗଳ ଗ୍ରହ ସହ ସମାନ। ବକ୍ସରେ ଏକ କ୍ୟାମେରା ଖଞ୍ଜା ଯାଇ ଜିପିଏସ୍‌ ଲାଗିଛି। ଶୂନ୍ୟରେ ଏହି ବେଲୁନ୍‌ଟି ୩ଘଣ୍ଟା ରହି ପାରିବ। ଏହି ସମୟ ଭିତରେ ବେଲୁନ୍‌ଟି ଷ୍ଟ୍ରାଟସ୍‌ଫିୟର୍‌ରେ ପହଞ୍ଚିବା ପରେ ସେଠାରୁ ଭୂପୃଷ୍ଠକୁ ଫେରିବ। ପ୍ରାୟ ୧୨୦କି.ମି. ଅଞ୍ଚଳ ଭିତରେ ବକ୍ସଟି ଅବତରଣ କରିବ। ଅବତରଣ ସମୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ବେଗ ୨୫ଶହ କି.ମି. ଘଣ୍ଟା ପ୍ରତି ରହିବ। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଭୂପୃଷ୍ଠର ନିକଟତର ହେଲେ ବେଗ କମି ସେକଣ୍ଡକୁ ୩ମିଟର ରହିବ। ତେବେ ବକ୍ସକୁ ସୁରକ୍ଷିତ ଅବତରଣ କରିବା ପାଇଁ ଏକ ପାରାଚ୍ୟୁଟ୍‌ ମଧ୍ୟ ରହିଛି। ଅବତରଣ ସମୟରେ ପାରାଚ୍ୟୁଟ୍‌ଟି ସ୍ବତଃପ୍ରବୃତ୍ତ ଭାବେ ଖୋଲିଯିବ। କେଉଁଠାରେ ଏହି ବେଲୁନ୍‌ ଅବତରଣ କରିବ, ତାହା ଜାଣିବା ପାଇଁ ଜିପିଏସ୍‌ ଲଗାଯାଇଛି। ପାରାଚ୍ୟୁଟ୍‌ଟି ବକ୍ସର ବେଗକୁ କମାଇବାରେ ସାହାଯ୍ୟ କରିବ। ଯଦି ଅବତରଣ ପରେ ଉଭୟ ଉଦ୍ଭିଦ ସୁରକ୍ଷିତ ଥିବ, କୌଣସି କ୍ଷତି ହୋଇ ନ ଥିବ, ତେବେ ମଙ୍ଗଳରେ ମଧ୍ୟ ଉଦ୍ଭିଦ ବଞ୍ଚିପାରିବା ପ୍ରମାଣିତ ହେବ ବୋଲି ଉଭୟ ଛାତ୍ର ପ୍ରକାଶ କରିଛନ୍ତି। କେବଳ ଉଦ୍ଭିଦ ନୁହଁ, ମଣିଷ ମଧ୍ୟ ବଞ୍ଚିପାରିବ । ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟାରେ ବେଲୁନ୍‌କୁ ଉପରକୁ ଛଡ଼ାଯାଇଥିଲା । ଖବର ଲେଖାହେବା ସୁଦ୍ଧା ଅବତରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଜିପିଏସ୍‌ ମାଧ୍ୟମରେ ବକ୍ସର ସ୍ଥିତି ସମ୍ପର୍କରେ ସନ୍ଧାନ ଚାଲିଛି ବୋଲି ଛାତ୍ରଦ୍ୱୟ ପ୍ରକାଶ କରିଛନ୍ତି ।ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ପ୍ରାୟ ୩୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଅଭିଭାବକ ଏବଂ ସାଙ୍ଗସାଥୀମାନଙ୍କ ସୂତ୍ରରୁ ସଂଗ୍ରହ କରାଯାଇଛି। ବକ୍ସକୁ ପଠାଇବା ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଧାରାଶ୍ରୀ ପାଢୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri