ବ୍ରହ୍ମପୁରରେ ଜୁଡିସିଆଲ ଏକାଡେମୀର ୨୬ ଜଣିଆ ସଦସ୍ୟ

ବ୍ରହ୍ମପୁର ଅଫିସ,୧୪ା୨- ନ୍ୟାୟ ପରିଷଦ (ଜୁଡିସିଆଲ ଏକାଡେମୀ) ସଦସ୍ୟା ଓ ସଦସ୍ୟମାନେ ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଥିଲେ। ୧୫ ଜିଲାର ୨୬ ଜଣିଆ ଟିମ୍‌ ପ୍ରଥମେ ସୁଧାର ଗୃହରେ ରହୁଥିବା ବାଳ ଅପରାଧୀମାନଙ୍କୁ ଭେଟିଥିଲେ। ସେଠାରେ ସେମାନଙ୍କର ରହଣି, ଖାଦ୍ୟପେୟ, ସ୍ବାସ୍ଥ୍ୟାବସ୍ଥା ଓ ସେମାନଙ୍କ ନାମରେ ଥିବା ମାମଲାଗୁଡିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏପରିକି ସେମାନେ ସମାଜର ମୁଖ୍ୟସ୍ରୋତକୁ କିପରି ଫେରି ଆସିବେ ସେ ନେଇ ଆଲୋଚନା କରିଥିଲେ ବୋଲି ଗଞ୍ଜାମ ଜିଲା ସଦସ୍ୟା ସରିତ୍ରୀ କୁମାରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ପରେ ସେମାନେ କେନ୍ଦ୍ରୀୟ ନାରୀ ସେବା ସଦନ ଯାଇଥିଲେ। ସେଠାରେ ରହୁଥିବା ଯୁବତୀ ଓ ମହିଳାଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। ଶେଷରେ ଗୋଷାଣୀନୂଆଗଁାରେ ଥିବା ଶିଶୁ ଯତ୍ନ ଏବଂ ସୁରକ୍ଷା କେନ୍ଦ୍ର (ଉତ୍କଳ ବାଳାଶ୍ରମ) ପରିଦର୍ଶନରେ ଯାଇଥିଲେ। କେଉଁ ପରିବେଶ ଓ ପରିସ୍ଥିତିରେ ଅନ୍ତେବାସୀମାନେ ଉତ୍କଳ ବାଳାଶ୍ରମରେ ରହୁଛନ୍ତି, ସେମାନଙ୍କୁ ଠିକ୍‌ ଭାବେ ଖାଦ୍ୟ ଦିଆଯାଉଛି କି ନାହିଁ ଓ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ଏହି କମିଟି ବୁଝିଥିଲେ। ଗଞ୍ଜାମ, ଗଜପତି, ବଲାଙ୍ଗୀର, ସମ୍ବଲପୁର, ପୁରୀ, କୋରାପୁଟ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦ୍ରାପଡା, ଝାରସୁଗୁଡା, ଯାଜପୁର, ଦେବଗଡ, ବରଗଡ, ବାଲେଶ୍ୱର ଓ ଅନୁଗୋଳ ଜିଲାରୁ ସଭ୍ୟା ଓ ସଭ୍ୟମାନେ ଆସିଥିଲେ। ୩ ଅନୁଷ୍ଠାନ ପରିଦର୍ଶନ କରି ସେଠାକାର ରିପୋର୍ଟ ସରକାରଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି। ସମସ୍ତ ସଭ୍ୟା ଓ ସଭ୍ୟମାନେ କଟକ ସ୍ଥିତ ଜୁଡିସିଆଲ ଏକାଡେମୀ ଆଣ୍ଡ ଟ୍ରେନିଂ ସେଣ୍ଟରରୁ ଆସିଛନ୍ତି ବୋଲି ସରିତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri