ବୋହୂଙ୍କୁ ବିଷ ପିଆଇ ହତ୍ୟା: ଶ୍ୱଶୁର ଘର ଲୋକଙ୍କ ନାମରେ ମାମଲା

ରଣପୁର,୩ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳର ଜଣେ ବୋହୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶାଶୁଘର ଲୋକଙ୍କ ନାମରେ ଏକ ମାମଲା (ନଂ. ୬୭/୧୯) ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ ଗିରଫ ଭୟରେ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି। ମୃତକ ହେଲେ ଏହି ଥାନା ଓସ୍ତପଡା ଗ୍ରାମର ସୁରଥ ସିଂଙ୍କ ଝିଅ ମିଲି ସିଂ (୨୮)। ଥାନାରେ ମିଲିଙ୍କ ମା’ ନଳିନୀ ସିଂ କରିଥିବା ଅଭିଯୋଗ ଅନୁଯାୟୀ, ୧୫ ବର୍ଷ ତଳେ ଏହି ଥାନା ଅନ୍ତର୍ଗତ ଜଙ୍କିଆ ଗ୍ରାମର ବଂଶୀଧର ମାଝିଙ୍କ ପୁଅ ବିଭୂତି ମାଝିଙ୍କୁ ମିଲି ବୈଦିକ ରୀତିରେ ବିବାହ କରିଥିଲେ। ସେତେବେଳେ ଝିଅକୁ ଯୌତୁକ ସହିତ ସମସ୍ତ ଘରକରଣା ଜିନିଷ ଦିଆଯାଇଥିଲା ା କିଛିଦିନ ଠିକ୍‌ରେ ଚଳିବା ପରେ ଅଧିକ ଯୌତୁକ ପାଇଁ ଝିଅ ଉପରେ ଶ୍ୱଶୁର ଘର ଲୋକେ ଚାପ ପକାଇଥିଲେ। ଏହାକୁ ନେଇ ବୋହୂ ଓ ଶାଶୁଘର ଲୋକଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଏପରିସ୍ଥଳେ ଗତ ରବିବାର ଝିଅକୁ ବିଷଦେଇ ଶାଶୁଘର ଲୋକେ ମାରିଦେବାକୁ ଉଦ୍ୟମ କରିଥିଲେ। ଘଟଣା ପ୍ରଚାରିତ ହେବାରୁ ସେମାନେ ମିଲିଙ୍କୁ ଚାନ୍ଦପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ନେଇ ଜ୍ୱାଇଁ ବିଭୂତି ଶାଶୁଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ଝିଅର ମା’ବାପା ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ଲା ବେଳକୁ ମିଲିଙ୍କ ମୃତ୍ୟୁ ଘଟିସାରିଥିଲା। ସେଠାରେ ଶ୍ୱଶୁର ଘର ଲୋକେ ନ ଥିବା ସେମାନେ ଦେଖିଥିଲେ। ଏ ନେଇ ଡାକ୍ତରଖାାନା ତରଫରୁ ନୟାପଲ୍ଲୀ ଥାନାକୁ ଜଣାଯିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri