ବୋଝ ଉପରେ ବୋଝ

ଏକଦା ହାତୀକୁ ନେଇ ଗର୍ବ କରୁଥିଲା ଢେଙ୍କାନାଳ। ହେଲେ ଏବେ ହାତୀ-ମଣିଷ ସଂଘର୍ଷ ପାଇଁ ଜାତୀୟସ୍ତରରେ ନିନ୍ଦିତ ହେଉଛି ଏହି ଜିଲା। ବର୍ଷତମାମ ହାତୀ ଉପଦ୍ରବ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା କପିଳାସ ଚିଡ଼ିଆଖାନାରେ ଏକ ନରହନ୍ତା ଦନ୍ତାକୁ ଆଣି ରଖାଯିବା ନୂଆ ଅଡୁଆ ସୃଷ୍ଟି କରିଛି। ଭିତ୍ତିଭୂମି ଅଭାବ, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବା ସତ୍ତ୍ୱେ ହିଂସ୍ର ହାତୀକୁ ଆଣି ରଖାଯିବାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ଏବଂ ପରିବେଶବିତ୍‌ ା କପିଳାସ ଜୁ’ରେ ରଖାଯାଇଥିବା ଦନ୍ତାର ପ୍ରବୃତ୍ତି ବେଶ୍‌ ହିଂସ୍ର। ତାଳଚେର-ପରଜଙ୍ଗ ସୀମାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଏହି ହାତୀ ନେଇଛି ୧୩ ଜୀବନ। ଏହାପରେ ଦନ୍ତାକୁ ଟ୍ରାଙ୍କୁଲାଇଜ କରି କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସ୍‌କ୍ୟୁ ସେଣ୍ଟରରେ ରଖାଯାଇଛି। କପିଳାସ ରେଞ୍ଜ୍‌ କର୍ତ୍ତୃପକ୍ଷଙ୍କ ହାତରେ କପିଳାସ ଜୁ’ ପରିଚାଳନା ଦାୟିତ୍ୱ ରହିଛି। କେନ୍ଦ୍ର ସରକାରଙ୍କ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆର ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଏହାକୁ ସ୍ବତନ୍ତ୍ର କରାଯାଉନାହିଁ। ଏପରି କି ସ୍ବତନ୍ତ୍ର ଭାବେ ଦାୟିତ୍ୱ ପରିଚାଳନା କରା ନ ଗଲେ ଚିଡ଼ିଆଖାନାର ମାନ୍ୟତା ଫେରାଇ ନିଆଯିବ ବୋଲି ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ଜିଲା ବନ ବିଭାଗକୁ ଚେତାବନୀ ଦେଇସାରିଛି। ଏହାକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଥିବାବେଳେ ନୂଆ ଆସିଥିବା ଦନ୍ତାର ରକ୍ଷଣାବେକ୍ଷଣ, ଖାଦ୍ୟପେୟ, ସ୍ବାସ୍ଥ୍ୟର ଯତ୍ନ କିପରି ନିଆଯିବ ତାହା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅନ୍ୟପଟେ ରେସ୍‌କ୍ୟୁ ସେଣ୍ଟରରେ ପୂର୍ବରୁ ୪ ହାତୀ ଅଛନ୍ତି। ସେମାନଙ୍କ ଦେଖାରଖା କରିବାକୁ ଆବଶ୍ୟକ କର୍ମଚାରୀ କି ମାହୁନ୍ତ ନାହାନ୍ତି। ଏପରି ସ୍ଥିତିରେ ହିଂସ୍ର ଦନ୍ତାକୁ ଆଣି ରଖାଯିବା ବୋଝ ଉପରେ ବୋଝ ବୋଲି ଆଲୋଚନା ହେଉଛି। ଏସବୁ ଭିତରେ ଯାଜପୁର ଦାନଗଦି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଥିବା ଅନ୍ୟ ଏକ ଦନ୍ତାକୁ କପିଳାସ ଆଣିବା ପାଇଁ ମସୁଧା କରାଯାଉଛି। ଏହା ଜଣାପଡ଼ିବା ପରେ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାଜ୍ୟରେ ବାଘବଂଶ ବୃଦ୍ଧି ଲାଗି ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଜାତୀୟ ଐତିହ୍ୟ ପ୍ରାଣୀ ଘୋଷଣା କରାଯିବା ସତ୍ତ୍ୱେ ହାତୀବଂଶର ସୁରକ୍ଷା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଧୀରେ ଧୀରେ ହାତୀମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବେଳ ଥାଉ ଥାଉ ଏ ଦିଗରେ ଚିନ୍ତା କରା ନ ଗଲେ ହାତୀ ଭଳି ବିଶାଳକାୟ ଜୀବ କେବଳ ଇତିହାସ ପୃଷ୍ଠାରେ ସୀମିତ ହୋଇ ରହିଯିବ ବୋଲି ପ୍ରାଣୀପ୍ରେମୀ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ ଏନଇଇଟିରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri