ବୈତରଣୀ ନଦୀରେ ବନ୍ୟା ଜଳ:କାଣୀନଦୀର କଣ୍ଟପଡ଼ାଠାରେ ୪୦ଫୁଟ ଘାଇ

ଦଶରଥପୁର, ୧୧-୯(ଡିଏନ୍‌ଏ)- ଲଘୁଚାପ ବର୍ଷାରେ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଏହାର ଶାଖା କାଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଯାହଫାଳରେ ଦଶରଥପୁରବ୍ଲକସ୍ଥିତ ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡ଼ାଠାରେ କାଣୀନଦୀ ବନ୍ଧରେ ସୋମବାର ୪୦ଫୁଟ ଚଉଡ଼ାର ଘାଇ ସୃଷ୍ଟି ହୋଇଛି। ଏହି ଘାଇ ହେବା ଦ୍ୱାରା ଦୁଦୁରାଅଣ୍ଟା, ମଲ୍ଲିକାପୁର, ଶୁଶୁଆ, ଦତ୍ତପୁର, ନିଜାମପୁର ଆଦି ପଞ୍ଚାୟତର ଧାନବିଲରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାଛଡ଼ା ଗଣ୍ଡକୂଳ ଶିବମନ୍ଦିର ଠାରେ ଏକ ଗଛ ପଡ଼ି ବନ୍ଧ ଦୁର୍ବଳ ହୋଇଯାଇଥିବାବେଳେ ଏହାକୁ ଜଳସମ୍ପଦ ବିଭାଗ ପକ୍ଷରୁ ତୁରନ୍ତ ମରାମତି କରାଯାଇପାରି ନ ଥିବା କନିଷ୍ଠ ଯନ୍ତ୍ରୀ ଭଗତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ତେବେ ମଙ୍ଗଳବାର ଜଳସ୍ତର ସମ୍ପୂର୍ଣ୍ଣଭାବେ କମିଥିବା ପରିଲ୍ଲକ୍ଷିତ ହୋଇଛି। ସୋମବାର ଦଶରଥପୁରଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୯.୫୨ ମିଟରକୁ ଟପି ୧୦.୯୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ମଙ୍ଗଳବାର ଏହା ବିପଦ ସଙ୍କେତ ତଳକୁ ଖସିଯାଇଛି। ସେହିପରି କାଣି ନଦୀରେ ବିପଦ ସଂକେତ ୭.୩୧ ଥିବାବେଳେ ସଂ୍ଯଯା ସୁଧା ୮.୮୨ ରହିଥିଲା ମାତ୍ର ମଙ୍ଗଳବାର ଏହା ୫.୬୨ କୁ ଖସିଯାଇଛି ା ଦଶରଥପୁର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ବନ୍ୟାଜଳ କମୁଥିବା ନେଇ ସୂଚନା ଦେଇଥିବାବେଳେ ଏହି ବନ୍ୟାରେ ମଲ୍ଲିକାପୁର-ପଲ୍ଲାସାହି ରାସ୍ତାର ମଲ୍ଲିକାପୁର ଗ୍ରାମ ଶେଷ ସୀମାରେ ଥିବା କାଣୀନଦୀର ପୋଲ ଉପରେ ସୋମବାର ୧ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିଲା। କଣ୍ଟପଡାଠାରେ ହୋଇଥିବା ଘାଇଟି ବିଲ ପାର୍ଶ୍ୱରେ ହୋଇଥିବାରୁ ବିଶେଷ କରି ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏହି ବନ୍ୟା ଜଳ ୨ ଶହ ହେକ୍ଟରରୁ ଅଧିକ ଚାଷ ଜମିରେ ମାଡି ରହିଛି ା ପ୍ରକାଶଥାଉକି ଏବେ ଘାଇ ହୋଇଥିବା ସ୍ଥାନରେ ୨୦୧୮ସେପ୍ଟେମ୍ବର ୨ତାରିଖରେ ମଧ୍ୟ ଘାଇ ସୃଷ୍ଟି ହୋଇଥିଲା। ଘାଇ ହୋଇଥିବା ସ୍ଥାନଟି ଡ୍ରେନେଜ ବିଭାଗ ପକ୍ଷରୁ ଖନନ କରାଯାଇ ନୂତନ ବନ୍ଧ ନିର୍ମାଣ ହୋଇଥିଲା। ଏଥିପୂର୍ବରୁ ବହୁ ବାର ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କାର କାମ ହୋଇଥିବାବେଳେ ବାରମ୍ବାର ସେଠାରେ ବନ୍ଦ ଭାଙ୍ଗିବା ଠିକାଦାରଙ୍କ କାର୍ଯ୍ୟଶୈଳୀ ଓ ବିଭାଗୀୟ ଅଧିକାରୀଙ୍କ ତଦାରଖର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଡ୍ରେନେଜ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?