ବେଲପାହାଡ଼ରେ ବିଧାୟକଙ୍କ ସମୀକ୍ଷା ବୈଠକ

ବେଲପାହାଡ଼,୧୪ା୯ (ଡ଼ି.ଏନ୍‌.ଏ.)
ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ତଥା ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ପୌରାଧ୍ୟକ୍ଷ ପର୍ଶୁରାମ ସାହୁ, ନିର୍ବାହୀ ଅଧିକାରୀ ଲୋକନାଥ କୁମାର ତିୱାରୀ, ଲଖନପୁର ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁ, ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ନାଥ, ରୋଡ଼ ଆଣ୍ଡ ବ୍ରିଜ ଏସ୍‌ଡିଓ ଗାୟତ୍ରୀ ପଟେଲ, ୱେସ୍କୋ ଏସ୍‌ଡିଓ କାହ୍ନୁ କୁମାର ଟପ୍ପୋ, ଲଖନପୁର କୋଇଲା ଖଣି ମହାପ୍ରବନ୍ଧକ ଏ.କେ.ସିଂ, ବେଲପାହାଡ଼ ଥାନା ଆଇ.ଆଇ.ସି. ରଶ୍ମିତା ବେହେରା ଓ ବନ ବିଭାଗ ରେଞ୍ଜର ସୁବାସ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ବିଧାୟକ ଅଞ୍ଚଳର ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତୀକରଣ ଓ ଟ୍ରାଫିକ ବ୍ୟବସ୍ଥା ସମ୍ବନ୍ଧୀୟ ଯୋଜନା ଉପରେ ସମୀକ୍ଷା କରିଥିଲେ। ଅଟକି ରହିଥିବା କାର୍ଯ୍ୟଗୁଡ଼ିକୁ ଯଥାଶ୍ରୀଘ୍ର ତ୍ୱରାନ୍ବିତ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବେଳେ ଲଖନପୁର ତହସିଲଦାର କୋଇଲା ଖଣିରୁ ବାହାରୁଥିବା ଟ୍ରକଗୁଡ଼ିକର ଚଳାଚଳ ପାଇଁ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ଶୀଘ୍ର ମ୍ୟାପ୍‌ ପ୍ରସ୍ତୁତ କରାଯିବ ଓ ଡିପିଆର୍‌ ଅନୁମୋଦନ ଲାଗି ଜିଲା ପ୍ରଶାସନ ନିକଟକୁ ପଠାଯିବ। ସେହିପରି ଟ୍ରକ୍‌ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଲଖନପୁର କୋଇଲାଖଣି ମହାପ୍ରବନ୍ଧକ ଗର୍ରାଖାଇ ଚେକ୍‌ ଡ୍ୟାମ୍‌ର ମରାମତି ଓ ବିଭିନ୍ନ ଛକରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଏକ ଅଭିଯୋଗର ସ୍ପଷ୍ଟୀକରଣ ଦେଇ କୌଣସି ପରିବହନ ସଂସ୍ଥାକୁ ବିଳମ୍ବିତ ରାତିରେ ଗୁମାଡ଼େରା-ବେଲପାହାଡ଼ ରାସ୍ତାରେ ଟ୍ରକ ଚଳାଚଳ ପାଇଁ ଅନୁମତି ଦିଆଯାଇନାହିଁ, ଏହା ବେଆଇନ ବୋଲି ସେ ସଫେଇ ଦେଇଥିଲେ। ସମ୍ପ୍ରତି ପୌରାଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଦେଶ୍ୟରେ ପାଇପ୍‌ ବିଛାଇବା ପାଇଁ ସର୍ବସାଧାରଣ ବ୍ୟବହୃତ ରାସ୍ତାଗୁଡ଼ିକୁ ଖୋଳି ଦିଆଯାଇଥିବାରୁ ଜନସାଧାରଣଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଇଛି। ରାସ୍ତାଗୁଡ଼ିକୁ ଦୁର୍ଗାପୂଜା ପୂର୍ବରୁ କଂକ୍ରିଟ କରିବା ପାଇଁ ବିଧାୟକ ବିଭାଗୀୟ ଏସ୍‌ଡିିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୌରାଞ୍ଚଳରେ ଇଇଏସ୍‌ଏଲ ସଂସ୍ଥା ପକ୍ଷରୁ ଲଗାଯାଇଥିବା ଷ୍ଟ୍ରିଟ୍‌ଲାଇଟ୍‌ ଗୁଡ଼ିକ ଠିକ ଭାବେ କାମ କରୁ ନ ଥିବାରୁ ବିଧାୟକ ଦୁର୍ଗାପୂଜା ପୂର୍ବରୁ ଲାଇଟ୍‌ପୋଷ୍ଟ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ସଂସ୍ଥାର ପ୍ରତିନିଧିଙ୍କୁ ତାଗିଦ କରିଥିଲେ। ବୈଠକରେ ଘିଚାଘାଟଠାରେ ଉନ୍ନତୀକରଣ ପାଇଁ ଆବଶ୍ୟକତା ଥିବା ଏନ୍‌ଏଚ୍‌ ବିଭାଗର ଅନୁମୋଦନ, ବନ୍ଧବାହାଲ ଲିଲାରି ବ୍ରିଜ୍‌ ଉନ୍ନତୀକରଣ, ଗର୍ରାଖାଇ ଠକ୍କରବାପା ସେବାଶ୍ରମ ପାଇଁ ଆପ୍ରୋଚିଂ ରୋଡ଼ ଓ ବିଭିନ୍ନ ପଞ୍ଚାୟତରେ ଏମ୍‌ସିଏଲ ପକ୍ଷରୁ ଲାଗିବାକୁ ଥିବା ହାଇମାଷ୍ଟ ଲାଇଟ୍‌ ବ୍ୟବସ୍ଥାର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ବିଧାୟକ ଲଖନପୁର ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri