ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ

ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ବିଧାନସଭାରେ ଆଲୋଚନା ଆଦି କୌଣସି ଧାର ଧାରୁନାହିଁ। ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ନେଇ ଲିଜଧାରୀ ମେକାନିକାଲ (ଯନ୍ତ୍ରଚାଳିତ) ଖାଦାନରେ ପରିଣତ କରି ନିର୍ଦ୍ଧାରିତଠାରୁ ବହୁଗୁଣ ଅଧିକ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ସାଆଁଳା, ଲିଙ୍ଗେଶ୍ୱର, ଡିମିରିଆ, ମଥୁରାପୁର ବାଲିଘାଟ ଲିଜଧାରୀମାନେ କୌଣସି ନୀତିନିୟମ ମାନୁନାହାନ୍ତି। ସ୍ଥାନୀୟ ପୋଲିସ ଓ ରାଜସ୍ବ ପ୍ରଶାସନକୁ ହାତକରି ବିଭିନ୍ନ ଯନ୍ତ୍ରପାତିରେ ବାଲି ଉତ୍ତୋଳନ ହେଉଛି। ସାଆଁଳା ବାଲିଘାଟ ଉପରେ ଏନ୍‌ଜିଟିର ସ୍ବତନ୍ତ୍ର କଟକଣା ରହିଥିଲେ ହେଁ କେହି ଏହାକୁ ମାନୁନାହାନ୍ତି। ଫଳରେ ସରକାର ବାର୍ଷିକ କୋଟିକୋଟି ଟଙ୍କା ରାଜସ୍ବ ହରାଉଥିବାବେଳେ ବୈତରଣୀ ନଦୀର ମଥୁରାପୁର ବ୍ରିଜ ବିପଦାପନ୍ନ ହେବାର ଆଶଙ୍କା ସୃଷ୍ଟି କରିଛି।
୨୦୧୮ ଜାନୁୟାରୀ ପ୍ରଥମ ସପ୍ତାହରେ ଖଣିଜ ପଦାର୍ଥ ଚୋରି ରୋକିବାକୁ ରାଜସ୍ବ ବିଭାଗ, ପୋଲିସ, ପରିବହନ, ଖଣି, ଜଙ୍ଗଲ, ସମ୍ପୃକ୍ତ ତହସିଲ, ବିଦ୍ୟୁତ, ନିୟନ୍ତ୍ରିତ ବଜାର କମିଟି ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଟାସ୍କଫୋର୍ସ କମିଟି ଗଠନ ହୋଇଥିଲା। ଖଣି ମାଫିଆମାନେ ଜିଲା ରାଜସ୍ବକୁ ଲୁଟ କରି ଚାଲିଛନ୍ତି। ତେଣୁ ଏହି ବେଆଇନ କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଜିଲାପାଳ ଦୃଢୋକ୍ତି ପ୍ରକାଶ କରିଥିଲେ। ଅଥଚ ଏଯାଏ ଜିଲାର ବିଭିନ୍ନ ନଦୀରୁ ବେଆଇନଭାବେ ବାଲି ଲୁଟ ହ୍ରାସ ପାଇବାର ନାଁ ଧରୁନାହିଁ। ସ୍ଥାନୀୟ ପୋଲିସ ପ୍ରଶାସନ ଏହି ବେଆଇନ କାର୍ଯ୍ୟ ପ୍ରତି ଆଖି ବୁଜି ଦେବା ସହିତ ଓଲଟା ବାଲି ମାଫିଆଙ୍କ ସହଯୋଗୀ ପାଲଟିଛି। ଏଥିରୁ ଜିଲାପାଳଙ୍କ ନିର୍ଦ୍ଦେଶ ଫସର ଫାଟିଛି। ଏହାବାଦ ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ଏବଂ କୌଣସି ମେସିନ ବ୍ୟବହାର ହେଉଥିଲେ ତାହାକୁ ଜବତ କରିବାକୁ ଗତ ୨୦୧୭ ଏପ୍ରିଲ ମାସ ୨୮ ତାରିଖରେ ଯାଜପୁର ଜିଲା ଦେଇ ପ୍ରବାହିତ କୋରେଇ ବ୍ଲକ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲା (କେଶ ନମ୍ବର-୧୬୨/୨୦୧୬/ଇଜେଡ)ର ଶୁଣାଣି କରି ଏନ୍‌ଜିଟି ନିର୍ଦ୍ଦେଶ ଜାରି ହୋଇଥିଲା। ଏହାସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ମାମଲାର ସବିଶେଷ ତଦନ୍ତ କରିବାକୁ ଏନଜିଟି ପରାମର୍ଶ ଦେଇଥିଲା। ତେବେ ଏହି ନିର୍ଦ୍ଦେଶକୁ ବାଲି ମାଫିଆମାନେ ଖାତିର କରିନାହାନ୍ତି। ଜିଲା ରାଜସ୍ବ ଓ ପୋଲିସ ପ୍ରଶାସନର ସହଯୋଗରେ ବିଭିନ୍ନ କ୍ଷମତାର ମେଶିନ ଲଗାଇ ଲିଜ ଅନୁମତିଠାରୁ ଦୈନିକ ଟନଟନ ଅଧିକ ବାଲି ଉତ୍ତୋଳନ କରାଯାଉଛି। ପ୍ରଶାସନିକ ତଦନ୍ତରେ ଦେବେନ୍ଦ୍ର ଘଡେଇଙ୍କୁ ବୈତରଣୀ ନଦୀ ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ପ୍ଲଟ ନମ୍ବର ୦୨/୨୪୮୮, ୨ ଓ ଖାତା ନମ୍ବର ୩୦୧ରେ ହସ୍ତଚାଳିତ ବାଲି ଖାଦାନ ପାଇଁ ଲିଜ ଦିଆଯାଇଛି। କିନ୍ତୁ ଲିଜଧାରୀ ଯନ୍ତ୍ରଚାଳିତଭାବେ ବାଲି ଉଠାଣ କରୁଥିବା ତଦନ୍ତରେ ଜଣାପଡିଥିଲା। ସେତେବେଳେ ପ୍ରୋକଲିନ ମେଶିନ ଓ ବାଲି ବୋଝେଇ ୨ଟି ଡମ୍ଫରକୁ ଘଟଣାସ୍ଥଳରୁ ଜବତ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ସେହି ହସ୍ତଚାଳିତ ବାଲି ଖାଦାନରୁ ବିଭିନ୍ନ କ୍ଷମତା ସମ୍ପନ୍ନ ମେଶିନ ସହାୟତାରେ ବାଲି ଉତ୍ତୋଳନ ହେଉଛି। ତେବେ ବିଡମ୍ବନା ଯେ, ଏନଜିଟି ନିର୍ଦ୍ଦେଶକୁ କେହି ବି ପାଳନ କରୁନାହାନ୍ତି। ଏହାବାଦ ମଥୁରାପୁର ବାଲି ଖାଦାନରେ ବାଲି ଉତ୍ତୋଳନ ନ ହୋଇ କେନ୍ଦୁଝର ଜିଲା ସୀମାନ୍ତ ମଥୁରାପୁର ବ୍ରିଜ ନିକଟରୁ ବାଲି ଉତ୍ତୋଳନ କରାଯାଉଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ ଏବଂ ଏଥିଯୋଗୁ ବ୍ରିଜ ଅବସ୍ଥା ବିପଦାପନ୍ନ ହୋଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏହାସହ ଓଭରଲୋଡିଂ ବାଲି ଚୋରାଚାଲାଣ ଯୋଗୁ ଖଜୁରନାଲିଆ ପୂର୍ବକୋଟ ରାସ୍ତା, ବରୁଣ୍ଡେଇ-ମୁକୁନ୍ଦପୁର ରାସ୍ତା, ବରୁଣ୍ଡେଇ-ଧନେଶ୍ୱର, ଷଠିପୁର ଆଦି ରାସ୍ତା ବିପର୍ଯ୍ୟସ୍ତ ହେଉଛି ବୋଲି ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ଭାରପ୍ରାପ୍ତ ତହସିଲଦାର ସସ୍ମିତା ସ୍ବାଇଁଙ୍କୁ ପଚାରିବାରେ, ସମ୍ପୃକ୍ତ ଲିଜଧାରୀଙ୍କୁ ନୋଟିସ ଦିଆଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri