ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ

ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ବିଧାନସଭାରେ ଆଲୋଚନା ଆଦି କୌଣସି ଧାର ଧାରୁନାହିଁ। ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ନେଇ ଲିଜଧାରୀ ମେକାନିକାଲ (ଯନ୍ତ୍ରଚାଳିତ) ଖାଦାନରେ ପରିଣତ କରି ନିର୍ଦ୍ଧାରିତଠାରୁ ବହୁଗୁଣ ଅଧିକ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ସାଆଁଳା, ଲିଙ୍ଗେଶ୍ୱର, ଡିମିରିଆ, ମଥୁରାପୁର ବାଲିଘାଟ ଲିଜଧାରୀମାନେ କୌଣସି ନୀତିନିୟମ ମାନୁନାହାନ୍ତି। ସ୍ଥାନୀୟ ପୋଲିସ ଓ ରାଜସ୍ବ ପ୍ରଶାସନକୁ ହାତକରି ବିଭିନ୍ନ ଯନ୍ତ୍ରପାତିରେ ବାଲି ଉତ୍ତୋଳନ ହେଉଛି। ସାଆଁଳା ବାଲିଘାଟ ଉପରେ ଏନ୍‌ଜିଟିର ସ୍ବତନ୍ତ୍ର କଟକଣା ରହିଥିଲେ ହେଁ କେହି ଏହାକୁ ମାନୁନାହାନ୍ତି। ଫଳରେ ସରକାର ବାର୍ଷିକ କୋଟିକୋଟି ଟଙ୍କା ରାଜସ୍ବ ହରାଉଥିବାବେଳେ ବୈତରଣୀ ନଦୀର ମଥୁରାପୁର ବ୍ରିଜ ବିପଦାପନ୍ନ ହେବାର ଆଶଙ୍କା ସୃଷ୍ଟି କରିଛି।
୨୦୧୮ ଜାନୁୟାରୀ ପ୍ରଥମ ସପ୍ତାହରେ ଖଣିଜ ପଦାର୍ଥ ଚୋରି ରୋକିବାକୁ ରାଜସ୍ବ ବିଭାଗ, ପୋଲିସ, ପରିବହନ, ଖଣି, ଜଙ୍ଗଲ, ସମ୍ପୃକ୍ତ ତହସିଲ, ବିଦ୍ୟୁତ, ନିୟନ୍ତ୍ରିତ ବଜାର କମିଟି ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଟାସ୍କଫୋର୍ସ କମିଟି ଗଠନ ହୋଇଥିଲା। ଖଣି ମାଫିଆମାନେ ଜିଲା ରାଜସ୍ବକୁ ଲୁଟ କରି ଚାଲିଛନ୍ତି। ତେଣୁ ଏହି ବେଆଇନ କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଜିଲାପାଳ ଦୃଢୋକ୍ତି ପ୍ରକାଶ କରିଥିଲେ। ଅଥଚ ଏଯାଏ ଜିଲାର ବିଭିନ୍ନ ନଦୀରୁ ବେଆଇନଭାବେ ବାଲି ଲୁଟ ହ୍ରାସ ପାଇବାର ନାଁ ଧରୁନାହିଁ। ସ୍ଥାନୀୟ ପୋଲିସ ପ୍ରଶାସନ ଏହି ବେଆଇନ କାର୍ଯ୍ୟ ପ୍ରତି ଆଖି ବୁଜି ଦେବା ସହିତ ଓଲଟା ବାଲି ମାଫିଆଙ୍କ ସହଯୋଗୀ ପାଲଟିଛି। ଏଥିରୁ ଜିଲାପାଳଙ୍କ ନିର୍ଦ୍ଦେଶ ଫସର ଫାଟିଛି। ଏହାବାଦ ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ଏବଂ କୌଣସି ମେସିନ ବ୍ୟବହାର ହେଉଥିଲେ ତାହାକୁ ଜବତ କରିବାକୁ ଗତ ୨୦୧୭ ଏପ୍ରିଲ ମାସ ୨୮ ତାରିଖରେ ଯାଜପୁର ଜିଲା ଦେଇ ପ୍ରବାହିତ କୋରେଇ ବ୍ଲକ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲା (କେଶ ନମ୍ବର-୧୬୨/୨୦୧୬/ଇଜେଡ)ର ଶୁଣାଣି କରି ଏନ୍‌ଜିଟି ନିର୍ଦ୍ଦେଶ ଜାରି ହୋଇଥିଲା। ଏହାସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ମାମଲାର ସବିଶେଷ ତଦନ୍ତ କରିବାକୁ ଏନଜିଟି ପରାମର୍ଶ ଦେଇଥିଲା। ତେବେ ଏହି ନିର୍ଦ୍ଦେଶକୁ ବାଲି ମାଫିଆମାନେ ଖାତିର କରିନାହାନ୍ତି। ଜିଲା ରାଜସ୍ବ ଓ ପୋଲିସ ପ୍ରଶାସନର ସହଯୋଗରେ ବିଭିନ୍ନ କ୍ଷମତାର ମେଶିନ ଲଗାଇ ଲିଜ ଅନୁମତିଠାରୁ ଦୈନିକ ଟନଟନ ଅଧିକ ବାଲି ଉତ୍ତୋଳନ କରାଯାଉଛି। ପ୍ରଶାସନିକ ତଦନ୍ତରେ ଦେବେନ୍ଦ୍ର ଘଡେଇଙ୍କୁ ବୈତରଣୀ ନଦୀ ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ପ୍ଲଟ ନମ୍ବର ୦୨/୨୪୮୮, ୨ ଓ ଖାତା ନମ୍ବର ୩୦୧ରେ ହସ୍ତଚାଳିତ ବାଲି ଖାଦାନ ପାଇଁ ଲିଜ ଦିଆଯାଇଛି। କିନ୍ତୁ ଲିଜଧାରୀ ଯନ୍ତ୍ରଚାଳିତଭାବେ ବାଲି ଉଠାଣ କରୁଥିବା ତଦନ୍ତରେ ଜଣାପଡିଥିଲା। ସେତେବେଳେ ପ୍ରୋକଲିନ ମେଶିନ ଓ ବାଲି ବୋଝେଇ ୨ଟି ଡମ୍ଫରକୁ ଘଟଣାସ୍ଥଳରୁ ଜବତ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ସେହି ହସ୍ତଚାଳିତ ବାଲି ଖାଦାନରୁ ବିଭିନ୍ନ କ୍ଷମତା ସମ୍ପନ୍ନ ମେଶିନ ସହାୟତାରେ ବାଲି ଉତ୍ତୋଳନ ହେଉଛି। ତେବେ ବିଡମ୍ବନା ଯେ, ଏନଜିଟି ନିର୍ଦ୍ଦେଶକୁ କେହି ବି ପାଳନ କରୁନାହାନ୍ତି। ଏହାବାଦ ମଥୁରାପୁର ବାଲି ଖାଦାନରେ ବାଲି ଉତ୍ତୋଳନ ନ ହୋଇ କେନ୍ଦୁଝର ଜିଲା ସୀମାନ୍ତ ମଥୁରାପୁର ବ୍ରିଜ ନିକଟରୁ ବାଲି ଉତ୍ତୋଳନ କରାଯାଉଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ ଏବଂ ଏଥିଯୋଗୁ ବ୍ରିଜ ଅବସ୍ଥା ବିପଦାପନ୍ନ ହୋଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏହାସହ ଓଭରଲୋଡିଂ ବାଲି ଚୋରାଚାଲାଣ ଯୋଗୁ ଖଜୁରନାଲିଆ ପୂର୍ବକୋଟ ରାସ୍ତା, ବରୁଣ୍ଡେଇ-ମୁକୁନ୍ଦପୁର ରାସ୍ତା, ବରୁଣ୍ଡେଇ-ଧନେଶ୍ୱର, ଷଠିପୁର ଆଦି ରାସ୍ତା ବିପର୍ଯ୍ୟସ୍ତ ହେଉଛି ବୋଲି ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ଭାରପ୍ରାପ୍ତ ତହସିଲଦାର ସସ୍ମିତା ସ୍ବାଇଁଙ୍କୁ ପଚାରିବାରେ, ସମ୍ପୃକ୍ତ ଲିଜଧାରୀଙ୍କୁ ନୋଟିସ ଦିଆଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri