ଛତ୍ରପୁର,୨୯ା୫(ଡି.ଏନ.ଏ.)-ଖାରି ଜଳ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁ୍ଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତି ହୋଇଛି। ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମର ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଖାରି ଜଳ ଚିଙ୍ଗୁଡିି ଚାଷ ପାଇଁ ଉପଯୁକ୍ତ। ଯେଉଁ ଜମିଗୁଡିକ ଧାନ ଚାଷ ଉପଯୋଗୀ ନୁହେଁ ସେଥିରେ ଚିଙ୍ଗୁଡି ଚାଷ କରାଯାଇପାରିବ। ଏଥିପାଇଁ ଜିଲା କୃଷି ଓ ମତ୍ସ୍ୟ ବିଭାଗ ଯୁଗ୍ମ ଭାବେ ଅନୁଧ୍ୟାନ କରି ତଥ୍ୟ ପ୍ରଦାନ କରିବେ। ଉପକୂଳର ଶହେ ମିଟର ଦୂରତ୍ୱ ପରେ ଚିଙ୍ଗୁଡି ଚାଷ ପାଇଁ ଆବେଦନକୁ ବିଚାର କରାଯିବ। ଏଥିପାଇଁ ବ୍ୟକ୍ତିଗତ ଜମି କିମ୍ବା ଲିଜ୍ରେ ମିଳିଥିବା ଜମିକୁ ଅନୁମତି ପ୍ରଦାନ କରାଯାଇପାରିବ। ଏହି ଦରଖାସ୍ତ ଗୁଡିକ ଉପରେ ସିଙ୍ଗଲ ଓ୍ବିଣ୍ଡୋ ମାଧ୍ୟମରେ ନିଷ୍ପତ୍ତିି ନିଆଯିବ। ନିୟମ ମୁତାବକ ଅନୁମତି ପ୍ରଦାନ କରାଯିବ ବୋଲି ଜିଲାପାଳ କହିଥିଲେ। ଯେଉଁ ଚିଙ୍ଗୁଡି ଚାଷ ପୋଖରୀ ସମୁଦ୍ର ତଟରୁ ୧୦୦ ମିଟର ପରିସର ମଧ୍ୟରେ ଥିବ ସେଗୁଡିକୁ ବନ୍ଦ କରାଯିବ। ଯେଉଁମାନେ ବିନା ଅନୁମତିରେ ଚିଙ୍ଗୁଡି ପୋଖରୀ କରିଛନ୍ତି,ସେଗୁଡିକ ଉପରେ ମସତ୍ୟ, ଜଙ୍ଗଲ, ରାଜସ୍ବ ଓ ପୋଲିସକୁ ନେଇ ଉଚ୍ଛେଦ କରାଯିବ। ଚିଙ୍ଗୁଡିି ଚାଷୀଙ୍କ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆବଶ୍ୟକସ୍ଥଳେ ଆଲୋଚନା ହେବ। ବେଆଇନ୍ ପୋଖରୀ ଗୁଡିକର ତଦନ୍ତ ପୂର୍ବକ ବିଦ୍ୟୁତ୍ ସଂଯୋଗ ଚ୍ଛିନ୍ନ କରିବାକୁ ସାଉଥକୋକୁ କୁହାଯିବ। କୌଣସି ବ୍ୟକ୍ତିଙ୍କୁ ଆଇନ୍ ବାହାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯିବ ନାହିଁ ବୋଲି ଜିଲାପାଳ କହିଥିଲେ। ଜିଲାରେ ଉପତ୍ାଦିତ ଚିଙ୍ଗୁଡିକୁ ରପ୍ତାନୀ ପାଇଁ ସମ୍ପୃକ୍ତ ବିଭାଗ ସହ ସମନ୍ବୟ ରଖାଯିବ। ଉପକୂଳବର୍ତ୍ତୀ ଅଞ୍ଚଳ ତହସିଲଦାରମାନଙ୍କୁ ସମସ୍ତ ଚିଙ୍ଗୁଡିି ପୋଖରୀ ଗୁଡିକର ଅବସ୍ଥିତି ସମ୍ପର୍କରେ ତଥ୍ୟ ମଗାଯିବ। ଯେଉଁମାନେ ସରାକରୀ ଜମିରେ ବିନା ଅନୁମତିରେ ଚିଙ୍ଗୁଡି ଚାଷ କରୁଛନ୍ତି, ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟ ଲୋଚନ ମହନ୍ତ, ଚିକିଟି ତହସିଲଦାର ହରପ୍ରସାଦ ଭୋଇ, ମସତ୍ୟ ଉପନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ, ଜିଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...
ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ
ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...
ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…
ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...
ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା ସଦର ମହକୁମାକୁ ନୂଆବର୍ଷର ଭେଟି
ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି...
ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍
ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି...
ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ
ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...
Archives


