ଛତ୍ରପୁର,୨୯ା୫(ଡି.ଏନ.ଏ.)-ଖାରି ଜଳ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁ୍ଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତି ହୋଇଛି। ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମର ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଖାରି ଜଳ ଚିଙ୍ଗୁଡିି ଚାଷ ପାଇଁ ଉପଯୁକ୍ତ। ଯେଉଁ ଜମିଗୁଡିକ ଧାନ ଚାଷ ଉପଯୋଗୀ ନୁହେଁ ସେଥିରେ ଚିଙ୍ଗୁଡି ଚାଷ କରାଯାଇପାରିବ। ଏଥିପାଇଁ ଜିଲା କୃଷି ଓ ମତ୍ସ୍ୟ ବିଭାଗ ଯୁଗ୍ମ ଭାବେ ଅନୁଧ୍ୟାନ କରି ତଥ୍ୟ ପ୍ରଦାନ କରିବେ। ଉପକୂଳର ଶହେ ମିଟର ଦୂରତ୍ୱ ପରେ ଚିଙ୍ଗୁଡି ଚାଷ ପାଇଁ ଆବେଦନକୁ ବିଚାର କରାଯିବ। ଏଥିପାଇଁ ବ୍ୟକ୍ତିଗତ ଜମି କିମ୍ବା ଲିଜ୍ରେ ମିଳିଥିବା ଜମିକୁ ଅନୁମତି ପ୍ରଦାନ କରାଯାଇପାରିବ। ଏହି ଦରଖାସ୍ତ ଗୁଡିକ ଉପରେ ସିଙ୍ଗଲ ଓ୍ବିଣ୍ଡୋ ମାଧ୍ୟମରେ ନିଷ୍ପତ୍ତିି ନିଆଯିବ। ନିୟମ ମୁତାବକ ଅନୁମତି ପ୍ରଦାନ କରାଯିବ ବୋଲି ଜିଲାପାଳ କହିଥିଲେ। ଯେଉଁ ଚିଙ୍ଗୁଡି ଚାଷ ପୋଖରୀ ସମୁଦ୍ର ତଟରୁ ୧୦୦ ମିଟର ପରିସର ମଧ୍ୟରେ ଥିବ ସେଗୁଡିକୁ ବନ୍ଦ କରାଯିବ। ଯେଉଁମାନେ ବିନା ଅନୁମତିରେ ଚିଙ୍ଗୁଡି ପୋଖରୀ କରିଛନ୍ତି,ସେଗୁଡିକ ଉପରେ ମସତ୍ୟ, ଜଙ୍ଗଲ, ରାଜସ୍ବ ଓ ପୋଲିସକୁ ନେଇ ଉଚ୍ଛେଦ କରାଯିବ। ଚିଙ୍ଗୁଡିି ଚାଷୀଙ୍କ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆବଶ୍ୟକସ୍ଥଳେ ଆଲୋଚନା ହେବ। ବେଆଇନ୍ ପୋଖରୀ ଗୁଡିକର ତଦନ୍ତ ପୂର୍ବକ ବିଦ୍ୟୁତ୍ ସଂଯୋଗ ଚ୍ଛିନ୍ନ କରିବାକୁ ସାଉଥକୋକୁ କୁହାଯିବ। କୌଣସି ବ୍ୟକ୍ତିଙ୍କୁ ଆଇନ୍ ବାହାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯିବ ନାହିଁ ବୋଲି ଜିଲାପାଳ କହିଥିଲେ। ଜିଲାରେ ଉପତ୍ାଦିତ ଚିଙ୍ଗୁଡିକୁ ରପ୍ତାନୀ ପାଇଁ ସମ୍ପୃକ୍ତ ବିଭାଗ ସହ ସମନ୍ବୟ ରଖାଯିବ। ଉପକୂଳବର୍ତ୍ତୀ ଅଞ୍ଚଳ ତହସିଲଦାରମାନଙ୍କୁ ସମସ୍ତ ଚିଙ୍ଗୁଡିି ପୋଖରୀ ଗୁଡିକର ଅବସ୍ଥିତି ସମ୍ପର୍କରେ ତଥ୍ୟ ମଗାଯିବ। ଯେଉଁମାନେ ସରାକରୀ ଜମିରେ ବିନା ଅନୁମତିରେ ଚିଙ୍ଗୁଡି ଚାଷ କରୁଛନ୍ତି, ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟ ଲୋଚନ ମହନ୍ତ, ଚିକିଟି ତହସିଲଦାର ହରପ୍ରସାଦ ଭୋଇ, ମସତ୍ୟ ଉପନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ, ଜିଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…
ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…
ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…
ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…
ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…
ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…
ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…
Archives

