ବୃନ୍ଦାବନଙ୍କ ଘରେ ପଡ଼ିଛି ତାଲା, ରାସ୍ତାରେ ବୃଦ୍ଧା ମା’

ଛତ୍ରପୁର,୨୯ା୨(ଡି.ଏନ.ଏ) – ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁରସ୍ଥିତ ଘରୁ ବୃନ୍ଦାବନ ବେହେରା ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ଓ ଝିଅ ସୁନିତାଙ୍କ ମୃତଦେହ ବୁଧବାର ସକାଳେ ଉଦ୍ଧାର ହୋଇଥିଲା। ପାରିବାରିକ ଅଶାନ୍ତିରୁ ବୃନ୍ଦାବନ ପ୍ରଥମେ କାତିରେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆମତ୍ହତ୍ୟା କରିଥିତ୍ବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି। ଅନ୍ୟପକ୍ଷରେ ବୃନ୍ଦାବନଙ୍କ ଘରେ ଗୁରୁବାର ଅପରାହ୍ନରୁ ତାଲା ପଡିଛି। ଫଳରେ ତାଙ୍କ ୭୦ ବଷର୍ର୍ୀୟା ମା’ ଚମ୍ପା ବେହେରା ଏବେ ଅସହାୟ ହୋଇପଡିଛନ୍ତି। ବୃନ୍ଦାବନଙ୍କ ପୁଅ ସାଗର ଘରେ ତାଲା ପକାଇ ଚାଲି ଯାଇଥିବାରୁ ମା’ ଚମ୍ପା ଗାଁରେ କେତେବେଳେ କେମିତି କାହା ଘରେ ମୁଠାଏ ଖାଇବା ସହ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର କୋହଭରା କଣ୍ଠରେ ସେ ରାଜରାସ୍ତାକୁ ଚାଲିଆସିଥିବା କହିଥିଲେ। ସେ ଆହୁରି କହିଛନ୍ତି ଯେ, ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ମୋତେ ବୋହୂ ଉର୍ମିଳା ସବୁବେଳେ ମାରପିଟ୍‌ କରୁଥିଲେ। ଏହାକୁ ସହ୍ୟ କରି ନ ପାରି ଗତ ୫ ବର୍ଷ ହେଲା ମୁଁ କେତେବେଳେ ମୋ ଝିଅ ଓ ଅନ୍ୟ କେତେବେଳେ ସାନ ପୁଅ ଘରେ ରହୁଛି। ପୁଅ, ବୋହୂ ଓ ନାତୁଣି ମୃତ୍ୟୁ ଖବର ଶୁଣି ସାନପୁଅ ସହ କଟକରୁ ଗାଁକୁ ଆସିଲି। ମାତ୍ର ବଡ଼ ପୁଅ ବୃନ୍ଦାବନ, ବୋହୂ ଓ ନାତୁଣିଙ୍କ ମୃତ୍ୟୁ ପରେ ଘରେ ତାଲା ପଡିଥିବାରୁ ଏବେ କେଉଁଠି ରହିବି ବୋଲି ଚିନ୍ତାରେ ପଡ଼ିଥିବା କହିିଛନ୍ତି। ବୋହୂ ଓ ତାଙ୍କ ମା’ ଘରର ସର୍ମ୍ପର୍କିୟଙ୍କ ଯୋଗୁ ଏପରି ଅଘଟଣ ଘଟିଥିବା ଚମ୍ପା କହିଛନ୍ତି। ଆଗାମୀ ଦିନରେ ଆଇନ୍‌୍‌ର ଆଶ୍ରୟ ନେବେ ବୋଲି ମଧ୍ୟ ସେ କହିଥିଲେ। ତାଙ୍କର କହିବାନୁଯାୟୀ ବୁଧବାର ରାତିରେ ମୃତଦେହ ଦାହ ପରେ ଘରେ ତାଲା ପଡିଥିଲା। ଶୁକ୍ରବାର ସକାଳୁ ଆସି ତାଲା ଖୋଲାଯାଇଥିଲା। ପରେ ଅପରାହ୍ନରେ ପୁଣି ଘରେ ତାଲା ପକାଇ ସମସ୍ତେ ଚାଲିଯାଇଥିବା ଚମ୍ପା କହିଛନ୍ତି। ବୃନ୍ଦାବନ ଗାଁର ଆଉ ଏକ ସାହିରେ ଦୋକାନ କରି ପରିବାର ଚଳାଉଥିଲେ। ସ୍ବାମୀ ଓ ସ୍ତ୍ରୀ ପାଳି କରି ଦୋକାନ ଚଳାଉଥିଲେ। ପରେ ସେମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ତେଣୁ କିଛିମାସ ହେଲା କେବଳ ବୃନ୍ଦାବନ ଦୋକାନରେ ବସୁଥିଲେ। ଏପରିକି ବୃନ୍ଦାବନ ଛତ୍ରପୁର ଆସି ଦିନବେଳା ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଭାତ ଡାଲମା ଖାଉଥିଲେ ବୋଲି ଗାଁର କେତେକ ଲୋକଙ୍କ ସହ ଆଲୋଚନା ବେଳେ ଜଣାପଡିଛି। ଅପରପକ୍ଷରେ ବୃନ୍ଦାବନଙ୍କ ପୁଅ ବର୍ତ୍ତମାନ ସୁଦ୍ଧା ଗଣମାଧ୍ୟମ ଆଗରେ ମୁହଁ ଖୋଲି ନ ଥିବାବେଳେ ବଡ ଝିଅ ସୁଜ୍ଞାନୀ ତାଙ୍କ ବାପାଙ୍କ ବିରୋଧରେ କହିବା ସହ ବାପା ହିଁ ସର୍ବଦା ଘରେ ଅଶାନ୍ତି ସୃଷ୍ଟି କରୁଥିଲେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?