Posted inଖେଳ

ବୁମରା ଦ୍ରୁତତମ ଭାରତୀୟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୪।୮: ଯଶପ୍ରୀତ ବୁମରା ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଡାରେନ ବ୍ରାଭୋଙ୍କୁ ଏଲବିଡବ୍ଲ୍ୟୁ କରାଇ ବୁମରା କ୍ୟାରିୟରର ୫୦ତମ ଉଇକେଟ ହାସଲ କରିଛନ୍ତି। ୨୫ ବର୍ଷୀୟ ପେସର କ୍ୟାରିୟରର ୧୧ତମ ଟେଷ୍ଟରେ ଏହି ସଫଳତା ପାଇଛନ୍ତି। ଏହି ଧାରାରେ ସେ ପୂର୍ବତନ ପେସର ଭେଙ୍କଟେଶ ପ୍ରସାଦ ଓ ମହମ୍ମଦ ସାମିଙ୍କୁ ପଛରେ ପକାଇଛନ୍ତି। ଦୁଇ ଦ୍ରୁତ ବୋଲର କ୍ୟାରିୟରର ୧୩ତମ ମ୍ୟାଚ୍‌ରେ ୫୦ ଉଇକେଟ ନେଇଥିଲେ। ଏହି ତାଲିକାରେ ପୂର୍ବତନ ପେସର ଇର୍ଫାନ ପଠାନ ଓ ଏସ୍‌. ଶ୍ରୀସନ୍ତ ରହିଛନ୍ତି। ଉଭୟେ ୧୪ତମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଉଲ୍ଲେଖଥାଉ କି, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୫୮ ରନ୍‌ର ଇନିଂସ ଯୋଗୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୯୭ ରନ୍‌ କରିପାରିଛି। ଜବାବରେ ଘରୋଇ ଇଣ୍ଡିଜ ଦଳ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୮ ଉଇକେଟ ହରାଇ ୧୮୯ ରନ କରିଛି। ଦଳକୁ ଇନିଂସ ଅଗ୍ରଣୀ ପାଇଁ ବଳକା ଦୁଇ ଉଇକେଟରେ ୧୦୮ ରନ୍‌ ଦରକାର। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଗୀତାଞ୍ଜଳୀଙ୍କୁ କେମିତି ଭେଟିଥିଲେ ସୋନମ ଓ଼୍ବାଙ୍ଗଚୁକ୍‌, ଜାଣନ୍ତୁ ତାଙ୍କର ଲଭ୍‌ଷ୍ଟୋରୀ…

ନୂଆଦିଲ୍ଲୀ,୨୪ା୭: କ୍ଲାଇମେଟ୍ ଆକ୍ଟିଭିଷ୍ଟ ସୋନମ୍ ୱାଙ୍ଗଚୁକ୍ ଏବଂ ତାଙ୍କ ପତ୍ନୀ, ଶିକ୍ଷାବିତ୍ ସୋସିଆଲ୍ ଏଣ୍ଟରପ୍ରେନ୍ୟୋର୍ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ପ୍ରେମ କାହାଣୀ। brut ଅନୁଯାୟୀ, ସେମାନଙ୍କର ପ୍ରଥମ…

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ରାଇକିଆରେ ବାହୁଡ଼ା ଯାତ୍ରା, ଛେରା ପହଁରା ପାଇଁ ବିଡିଓ…

ରାଇକିଆ,୨୪ା୭(ପ୍ରଦୀପ ବେହେରା): ଆଜି ବାହୁଡ଼ା ଯାତ୍ରା। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିର ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ଆଉ ଧର୍ମେନ୍ଦ୍ରଙ୍କ ଇସ୍ତଫା ମାଗିବନି CJP? ଅଭିଜିତ କଲେ ଚମକାଇଲା ଭଳି ଖୁଲାସା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ CJP (କକରୋଚ ଜନତା ପାର୍ଟି) ନିଜର ଧାରଣା-ପ୍ରଦର୍ଶନ ଶେଷ କରିବ କି ନାହିଁ, ସେ ନେଇ…

ରାଜ୍ୟ ସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର, ଜାତୀୟ ସଙ୍ଗୀତକୁ ଅପମାନ କଲେ…

ନୂଆଦିଲ୍ଲୀ,୨୪ା୭: ଗୃହରେ ହଟ୍ଟଗୋଳ ପରେ, ରାଜ୍ୟ ସଭାର କାର୍ଯ୍ୟ ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ‘ବନ୍ଦେ ମାତରମ୍’ର ସମ୍ମାନ ସମ୍ପର୍କରେ ସଂସଦର ଉଚ୍ଚ ସଦନ…

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri