ବୁନା ପନିର୍‌

ହୋଟେଲ ହେଉ ଅବା ରେସ୍ତୋରାଁ ଯେଉଁଠି ସୁସ୍ବାଦୁ ଖାଦ୍ୟ ମିଳେ ସେଇଠି ପର୍ଯ୍ୟଟକଙ୍କ ଗହଳି ଲାଗେ। ତେଣୁ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ପୁରୀର ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ପୁରୀ ସିଟିରୋଡ ବାଙ୍କୀ ମୁହାଣ ନିକଟ ଦି କିଚେନ ରେସ୍ତୋରାଁରେ ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷି ଦିଆଯାଏ। ଏଠାରେ ପ୍ରସ୍ତୁତ ନିରାମିଷ ଖାଦ୍ୟ ମଧ୍ୟରେ ବୁନା ପନିର୍‌ ଡିଶ୍‌ର ଚାହିଦା କାହଁିରେ କ’ଣ। ଏହି ଇଣ୍ଡିଆନ ଡିଶ୍‌ର ପ୍ଲେଟ୍‌ ଦାମ୍‌ ୨୨୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ରେସ୍ତୋରାଁର ଶେଫ୍‌ ରତିକାନ୍ତ ବେହେରା ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ପନିର୍‌: ୨୦୦ଗ୍ରାମ୍‌
ରିଫାଇନ୍‌ ତେଲ: ୧୦୦ ଗ୍ରାମ୍‌
ଭଲ ଘିଅ: ୧୦ ଗ୍ରାମ୍‌
କଟା ପିଆଜ: ୫୦ ଗ୍ରାମ୍‌
ଅଦା/ରସୁଣ ପେଷ୍ଟ: ୫୦ ଗ୍ରାମ୍‌
ଦହି: ୧୦ ଗ୍ରାମ୍‌
ଲଙ୍କାଗୁଣ୍ଡ: ୫ ଗ୍ରାମ୍‌
ହଳଦୀଗୁଣ୍ଡ: ୫ ଗ୍ରାମ୍‌
ଜିରାଗୁଣ୍ଡ: ୫ ଗ୍ରାମ୍‌
ଧନିଆଗୁଣ୍ଡ: ୫ ଗ୍ରାମ୍‌
ଟମାଟୋ ସସ୍‌: ୧୦ ଗ୍ରାମ୍‌
ଚିନି: ୧୦ ଗ୍ରାମ୍‌
ଧନିଆପତ୍ର: ୫ ଗ୍ରାମ୍‌
ପୋଦିନାପତ୍ର: ୫ ଗ୍ରାମ୍‌
କ୍ୟାପ୍‌ସିକମ: ୫୦ ଗ୍ରାମ୍‌
ଟମାଟୋ: ୫୦ ଗ୍ରାମ୍‌
ଗୁଜୁରାତି: ୨ଟି
ତେଜପତ୍ର: ୨ଟି
ଡାଳଚିନି: ୨ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପନିର୍‌କୁ କିମା କରି ସେଥିରେ ଲୁଣ ଏବଂ କର୍ନ୍‌ଫ୍ଲୋର ପକାଇ ଭଲ ଭାବେ ଗୋଳାନ୍ତୁ। ଚୁଲାରେ ଫ୍ରାଏପେନ୍‌ ବସାଇ ରିଫାଇନ ତେଲ ପକାଇବେ ଓ ତେଲ ଗରମ ହେଲା ପରେ ପନିର୍‌କୁ ଛାଣନ୍ତୁ। ବ୍ରାଉନ୍‌ କଲର୍‌ ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢିଦେବେ। ଅନ୍ୟ ଏକ ଫ୍ରାଏପେନକୁ ଚୁଲାରେ ବସାଇ ଦୁଇ ଚାମଚ ରିଫାଇନ ତେଲ ପକାଇବେ। ତେଲ ଗରମ ହେବା ପରେ ଗୁଜୁରାତି, ତେଜପତ୍ର, ଡାଳଚିନି ପକାଇ ୨ ମିନିଟ୍‌ ଭାଜିବେ। ପରେ କଟା ପିଆଜ ପକାଇ ଭାଜନ୍ତୁ। ବ୍ରାଉନ କଲର୍‌ ହେବା ପରେ ଅଦା ରସୁଣ ପେଷ୍ଟ୍‌ ପକାଇ ଦେବେ। ମସଲା ହୋଇଗଲା ପରେ ସେଥିରେ ଛୋଟ ଛୋଟ କଟାଯାଇଥିବା କ୍ୟାପ୍‌ସିକମ, ଟମାଟୋ, ଧନିଆପତ୍ର, ପୋଦିନାପତ୍ର ପକାଇ ଭଲ ଭାବେ କଷନ୍ତୁ। ପ୍ରାୟ ୨ ମିନିଟ୍‌ କଷିବା ପରେ ସେଥିରେ ଦହି, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆଗୁଣ୍ଡ ଏବଂ ସ୍ବାଦ ଅନୁସାରେ ଲୁଣ ଓ ଚିନି ପକାନ୍ତୁ। ୩/୪ ମିନିଟ୍‌ କଷିବା ପରେ ପୂର୍ବରୁ ଛଣାଯାଇଥିବା ପନିର୍‌କୁ ପକାନ୍ତୁ। ୨ କପ୍‌ ପାଣି ଦେଇ ଏହାକୁ ଭଲ ଭାବେ ଗୋଳାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବୁନା ପନିର୍‌। ଏହାକୁ ଏକ ପାତ୍ରରେ କାଢ଼ି ତା’ ଉପରେ ଘିଅ ପକାଇ ରୁଟି କିମ୍ବା ନାନ୍‌ ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri