ବୁଢ଼ୀ ମା’ର ଉପରେ ଦିବ୍ୟାଙ୍ଗ ଝି’ର ବୋଝ୍‌: ବଁଚ୍‌ବାର ରାହା ସାଜିଛେ ମୁଢ଼ି ପସରା

ପର୍ଲା, ୯।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ବୁରୁଧ୍‌ ବିଧବା ଲୋଚନୀ ନାଏକ(୮୦)। ବଏସର ଶେଷ ମୁଡ଼ସାକେ ପୁହୁଁଚିଲେନ। ଗୋଡ଼ହାତ ଥରି ଯାଉଛେ। ଆଏଁଖ୍‌କେ ଭଲଭାବେ ଦିଶ୍‌ବାର ନାଇଁ। ହେଲେ ସଖାଲ ପାଏଲେ ଲୋଚନୀକୁଁ ମାନସିକ ଭିନ୍ନକ୍ଷମ ଝି’ର ଚିନ୍‌ତା ଖାଇଯାଉଛେ। ଇଆଡ଼େ ଝି’ ମାନସିକ ଭିନ୍ନକ୍ଷମ ହେଇଥିଲେ ବି ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ବେହେରାଗୁଡ଼ାର ଲୋଚନୀ ନାଏକ(୮୦)କଁର ପରିବାର କହେଲେ ଦୁଇ ଝି’ ସପୁର(୬୧), ମନ୍ଦରା(୫୫) ଆର ପୁଓ ପଶ୍ଚିମଧର(୫୦)କୁଁ ନେଇ ସଁସାର। ଆଏଜ୍‌କେ ୧୫ ବଛର ତଲେ ଆପ୍‌ନେ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ଧନ୍‌ ସଁପତି ବଲି କିଛି ନାଇଁ। ଲୋଚନୀ ଦୁଖ୍‌ସୁଖ କରି ସାନ ଝି’ ମନ୍ଦରା ଆର ପୁଓ ପଶ୍ଚିମଧରକୁଁ ବିହାଚୁରା କରିଛନ୍‌। ବିହାଚୁରା ହେଲା ଉତାରୁ ଝି’ପୁଓ ନିଜର ନିଜର ବାଟେ ରହୁଛନ୍‌। ଲୋଚନୀ ଇ ବୁଢ଼ୀ ବଏସେ ନିଜର ଭଂଗା ଦଦ୍‌ରା କୁରିଆରେ ମାନସିକ ଭିନ୍ନକ୍ଷମ ଝି’ ସପୁରକଁର ସଂଗେ ରହୁଛନ୍‌। ରହୁଥିବାର ଘରରଟାର ଅବସ୍‌ତା ଏନ୍‌ତା ଯେ ସଖାଲ ପାଏଲେ ସୂର୍ଯ୍ୟ ଆର ରାଏତ୍‌ ହେଲେ ଚନ୍ଦ୍ର, ତାରା ଦେଖାଯାଉଛନ୍‌। ଇଆଡ଼େ ଲୋଚନୀ ବଏସର ଶେଷ ମୁଡ଼ସାକେ ପୁହୁଁଚି ସାରିଛନ୍‌। ଏନ୍‌ତା ଅବସ୍‌ତାରେ ସେ ମାନସିକ ଭିନ୍ନକ୍ଷମ ଝି’ ସପୁରକଁର ଦେଖ୍‌ଭାଲ ପାଲପୋଷ କରୁଛନ୍‌। ଫିଦିନ ସଖାଲ ପାଏଲେ ଲୋଚନୀ ଦିବ୍ୟାଙ୍ଗ ଝି’କେ ଧରି ଗଁା ଗଁା ବୁଲି ମୁଢ଼ି ବିକୁଛନ୍‌। ସେଥ୍‌ରୁ ଯାହା ମିଲୁଛେ ମା’ଝି ଦୁଖେ କଷ୍‌ଟେ ଚଲୁଛନ୍‌। ସରକାରୀ ସାହାଯ୍‌ କହେଲେ ଲୋଚନୀ ମାସିକ ପାଉଥିବାର ଭତା ଆର ୫ କେ.ଜି. ଚାଉଲ ସାହାଭରସା। ଇଆଡ଼େ ଝି’ ସପୁର ଝନେ ମାନ୍‌ସିକ ଭିନ୍ନକ୍ଷମ। ବଏସ୍‌ ବି ୬୦ ଟପି ଗଲାନ। ହେଲେ ଭୋଟର କାର୍ଡ, ଆଧାର କାର୍ଡରେ ଭୁଲଭଟକା ଲାଗି ସେ ସବୁପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଘଟନାକେ ନେଇ ଗଁାବାସୀକର ଭିତରେ ବି ଅସନ୍‌ତୋଷ ଦେଖାଦେଇଛେ। ଇଆଡ଼େ ଲୋଚନୀ ଝି’କେ ଭତା ଆର ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସମିତି ସଭ୍ୟନୁ ସରପଁଚ୍‌ ତକ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଯେତେ ଜଲଦି ହେବା ଇ ଦୁଇ ମା’ଝି’କୁଁ ଆବାସ ଯୋଜନାରେ ଘରଖଁଡ଼େ, ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆର ସପୁରକୁଁ ଭିନ୍ନକ୍ଷମ ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ହିତାଧିକାରୀ ଆସି ଅଫିସରେ ଆବେଦନ କଲେ ସବୁପରକାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?