ବୁଢ଼ୀ ମା’ର ଉପରେ ଦିବ୍ୟାଙ୍ଗ ଝି’ର ବୋଝ୍‌: ବଁଚ୍‌ବାର ରାହା ସାଜିଛେ ମୁଢ଼ି ପସରା

ପର୍ଲା, ୯।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ବୁରୁଧ୍‌ ବିଧବା ଲୋଚନୀ ନାଏକ(୮୦)। ବଏସର ଶେଷ ମୁଡ଼ସାକେ ପୁହୁଁଚିଲେନ। ଗୋଡ଼ହାତ ଥରି ଯାଉଛେ। ଆଏଁଖ୍‌କେ ଭଲଭାବେ ଦିଶ୍‌ବାର ନାଇଁ। ହେଲେ ସଖାଲ ପାଏଲେ ଲୋଚନୀକୁଁ ମାନସିକ ଭିନ୍ନକ୍ଷମ ଝି’ର ଚିନ୍‌ତା ଖାଇଯାଉଛେ। ଇଆଡ଼େ ଝି’ ମାନସିକ ଭିନ୍ନକ୍ଷମ ହେଇଥିଲେ ବି ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ବେହେରାଗୁଡ଼ାର ଲୋଚନୀ ନାଏକ(୮୦)କଁର ପରିବାର କହେଲେ ଦୁଇ ଝି’ ସପୁର(୬୧), ମନ୍ଦରା(୫୫) ଆର ପୁଓ ପଶ୍ଚିମଧର(୫୦)କୁଁ ନେଇ ସଁସାର। ଆଏଜ୍‌କେ ୧୫ ବଛର ତଲେ ଆପ୍‌ନେ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ଧନ୍‌ ସଁପତି ବଲି କିଛି ନାଇଁ। ଲୋଚନୀ ଦୁଖ୍‌ସୁଖ କରି ସାନ ଝି’ ମନ୍ଦରା ଆର ପୁଓ ପଶ୍ଚିମଧରକୁଁ ବିହାଚୁରା କରିଛନ୍‌। ବିହାଚୁରା ହେଲା ଉତାରୁ ଝି’ପୁଓ ନିଜର ନିଜର ବାଟେ ରହୁଛନ୍‌। ଲୋଚନୀ ଇ ବୁଢ଼ୀ ବଏସେ ନିଜର ଭଂଗା ଦଦ୍‌ରା କୁରିଆରେ ମାନସିକ ଭିନ୍ନକ୍ଷମ ଝି’ ସପୁରକଁର ସଂଗେ ରହୁଛନ୍‌। ରହୁଥିବାର ଘରରଟାର ଅବସ୍‌ତା ଏନ୍‌ତା ଯେ ସଖାଲ ପାଏଲେ ସୂର୍ଯ୍ୟ ଆର ରାଏତ୍‌ ହେଲେ ଚନ୍ଦ୍ର, ତାରା ଦେଖାଯାଉଛନ୍‌। ଇଆଡ଼େ ଲୋଚନୀ ବଏସର ଶେଷ ମୁଡ଼ସାକେ ପୁହୁଁଚି ସାରିଛନ୍‌। ଏନ୍‌ତା ଅବସ୍‌ତାରେ ସେ ମାନସିକ ଭିନ୍ନକ୍ଷମ ଝି’ ସପୁରକଁର ଦେଖ୍‌ଭାଲ ପାଲପୋଷ କରୁଛନ୍‌। ଫିଦିନ ସଖାଲ ପାଏଲେ ଲୋଚନୀ ଦିବ୍ୟାଙ୍ଗ ଝି’କେ ଧରି ଗଁା ଗଁା ବୁଲି ମୁଢ଼ି ବିକୁଛନ୍‌। ସେଥ୍‌ରୁ ଯାହା ମିଲୁଛେ ମା’ଝି ଦୁଖେ କଷ୍‌ଟେ ଚଲୁଛନ୍‌। ସରକାରୀ ସାହାଯ୍‌ କହେଲେ ଲୋଚନୀ ମାସିକ ପାଉଥିବାର ଭତା ଆର ୫ କେ.ଜି. ଚାଉଲ ସାହାଭରସା। ଇଆଡ଼େ ଝି’ ସପୁର ଝନେ ମାନ୍‌ସିକ ଭିନ୍ନକ୍ଷମ। ବଏସ୍‌ ବି ୬୦ ଟପି ଗଲାନ। ହେଲେ ଭୋଟର କାର୍ଡ, ଆଧାର କାର୍ଡରେ ଭୁଲଭଟକା ଲାଗି ସେ ସବୁପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଘଟନାକେ ନେଇ ଗଁାବାସୀକର ଭିତରେ ବି ଅସନ୍‌ତୋଷ ଦେଖାଦେଇଛେ। ଇଆଡ଼େ ଲୋଚନୀ ଝି’କେ ଭତା ଆର ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସମିତି ସଭ୍ୟନୁ ସରପଁଚ୍‌ ତକ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଯେତେ ଜଲଦି ହେବା ଇ ଦୁଇ ମା’ଝି’କୁଁ ଆବାସ ଯୋଜନାରେ ଘରଖଁଡ଼େ, ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆର ସପୁରକୁଁ ଭିନ୍ନକ୍ଷମ ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ହିତାଧିକାରୀ ଆସି ଅଫିସରେ ଆବେଦନ କଲେ ସବୁପରକାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri