Posted inଜାତୀୟ

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଏହାପରେ ତାହାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ମୃତଦେହ ଉପରେ କାର୍‌ ଚଢ଼ାଇ ଦେଇଛନ୍ତି। ଉତ୍ତର ପ୍ରଦେଶର ହମ୍ମିରପୁର ଜିଲାରେ ଘଟିଥିବା ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୋଗକାରୀ ସ୍ବାମୀ ଅମର ସିଂ ଏବଂ ତାଙ୍କର ୩ ଜଣ ସହଯୋଗୀଙ୍କୁ ଗିରଫ କରି ଜେଲ୍‌କୁ ପଠାଇଛି।
ମୃତ ମହିଳାଙ୍କ ନାମ ହେଉଛି ରୀତା। ସେ ନିଖୋଜ ଥିବା ନେଇ ସ୍ବାମୀ ଅମର ସିଂହ ଥାନାରେ ଏକ ଏତଲା ଦେବାକୁ ଆସିଥିଲେ। ମାତ୍ର ପୋଲିସର ପଚରାଉଚରା ସମୟରେ ଅମରଙ୍କ କଥାରେ ଅସଙ୍ଗତି ଦେଖାଦେଇଥିଲା ଏବଂ ସେ ଛନ୍ଦି ହୋଇପଡ଼ିଥିଲେ। ପୋଲିସର ସନ୍ଦେହ ବଢ଼ିବାରୁ କଡ଼ା ଜେରା କରାଯିବାରୁ ଅମର ନିଜର ଦୋଷ ସ୍ବୀକାର କରିଥିଲେ। ଜେରା ବେଳେ ଅମର କହିଥିଲେ, ବୀମା ଟଙ୍କା ଲୋଭରେ ସେ ଓ ତାଙ୍କର ୩ ଜଣ ସହଯୋଗୀ ବାଡ଼ି ଏବଂ ଲାଠିରେ ପିଟି ପିଟି ରୀତାଙ୍କୁ ହତ୍ୟା କରିଥିଲେ। ଏହାପରେ ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ମୃତଦେହ ଉପରେ କାର୍‌ ଚଢ଼ାଇ ଦେଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ହମ୍ମିରପୁରର ଲାଲପୁର ଅଞ୍ଚଳରେ ଥିବା ବୈଠକା ଧାମ ମନ୍ଦିର ନିକଟରୁ ରୀତାଙ୍କ ମୃତଦେହ ଜବତ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ରୀତାଙ୍କ ଶରୀରରେ ୧୨ରୁ ଅଧିକ ଗୁରୁତର ବାହ୍ୟ କ୍ଷତଚିହ୍ନ ରହିଛି। ଗାଡ଼ି ଚଢ଼ିଯିବା ଯୋଗୁ ତାଙ୍କ କିଡ୍‌ନୀକୁ ଛାଡ଼ି ବାକି ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
ରୀତାଙ୍କ ବାପା ସର୍ବେଶ କୁମାରଙ୍କ କହିବା ଅନୁଯାୟୀ, ୨୦୦୨ରେ ମୈନପୁରୀରେ ରୀତାଙ୍କର ପ୍ରଥମ ବିବାହ ହୋଇଥିଲା। ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ସେ ନିଜର ୩ ଝିଅ ଓ ଗୋଟିଏ ପୁଅ ସହ କାନପୁରର ଗୁଜୈନି ଅଞ୍ଚଳରେ ରହୁଥିଲେ। ସେଠାରେ ଫ୍ଲାୱାର ମିଲ୍‌ରେ କାମ କରୁଥିବା ଅମର ସିଂହଙ୍କ ସହ ତାଙ୍କର ଦେଖାହୋଇଥିଲା ଏବଂ ୨ ବର୍ଷ ପୂର୍ବେ ସେ ଅମରଙ୍କୁ ବିବାହ କରିଥିଲେ। ୨ ମାସ ପୂର୍ବରୁ ରୀତାଙ୍କ ନାଁରେ ଅମର ୪୪ ଲକ୍ଷ ଟଙ୍କାର ଏକ ଲାଇଫ୍‌ ଇନ୍‌ସୁରାନ୍ସ ପଲିସି କରିଥିଲେ ଏବଂ ଏଥିପାଇଁ ପ୍ରଥମ କିସ୍ତି (ପ୍ରିମିୟମ) ବାବଦକୁ ୨.୬୦ ଲକ୍ଷ ଟଙ୍କା ମଧ୍ୟ ଜମା କରିଥିଲେ। ହମ୍ମିରପୁରର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏଏସ୍‌ପି) ଅରବିନ୍ଦ କୁମାର ବର୍ମା କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍‌କୁ ପଠାଯାଇଛି। ବର୍ତ୍ତମାନ ରୀତାଙ୍କ ୪ ସନ୍ତାନ ମୈନପୁରୀରେ ସେମାନଙ୍କ ଜେଜେବାପା-ଜେଜେମା’ଙ୍କ ପାଖରେ ରହୁଛନ୍ତି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହେପାଟାଇଟିସ୍‌ ଓ ଲିଭରର ଯତ୍ନ

ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ…

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି।…

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

ବନ୍ୟା କ୍ଷୟକ୍ଷତି, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩ା୮: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି ।…

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri