Posted inଖେଳ

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ, ୱାଶିଂଟନ୍ ସୁନ୍ଦର ମଧ୍ୟ ପ୍ରଥମ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି । ଏବେ ଦଳର ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ମଧ୍ୟ ଆହତ କାରଣରୁ ସିରିଜ୍‌ରୁ ବାଦ ପଡ଼ିଛନ୍ତି।

BCCI ପୂର୍ବରୁ ଘୋଷଣା କରିଥିବା ୧୫ ସଦସ୍ୟ ବିଶିଷ୍ଟ ଦଳରେ ବୁମରା ଓ ସାଇ ସୁଦର୍ଶନଙ୍କ ଚୟନ ଫିଟନେସ୍ ଉପରେ ନିର୍ଭରଶୀଳ ଥିଲା। ବୁମରାହ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ, ତାଙ୍କ ବାମ ଆଣ୍ଠୁରେ ପୁଣି ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ବୁମରାହଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଆକିବ ନବିଙ୍କୁ ଦଳରେ ସାମିଲ କରାଯାଇଛି। ବୁମରାହ ବାହାରିବା ପରେ ଏବେ ଭାରତର ପେସ୍ ଆକ୍ରମଣର ନେତୃତ୍ୱ ମହମ୍ମଦ ସିରାଜଙ୍କ ଉପରେ ରହିବ।

ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ (ଉପଅଧିନାୟକ), ଋଷଭ ପନ୍ତ (ୱିକେଟକିପର), ସାଇ ସୁଦର୍ଶନ, ଯଶସ୍ୱୀ ଜୟସ୍ୱାଲ, ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବରାର, ଦେବଦତ୍ତ ପାଡିକ୍କଲ, ସାରାଂଶ ଜୈନ ଓ ଆକିବ ନବି।

BCCI ସୂତ୍ର ଅନୁସାରେ, ଜସପ୍ରୀତ ବୁମରାହ ପ୍ରାୟ ୯୫ ପ୍ରତିଶତ ଫିଟ୍ ଅଛନ୍ତି। ତେବେ ବୋର୍ଡ ଓ ମେଡିକାଲ୍ ଟିମ୍ ତାଙ୍କୁ ନେଇ କୌଣସି ବିପଦ ନେବାକୁ ଚାହୁଁନଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। BCCIର ଲକ୍ଷ୍ୟ ହେଉଛି ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ବୁମରାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ପଡ଼ିଆକୁ ଫେରାଇବା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି।…

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

ବନ୍ୟା କ୍ଷୟକ୍ଷତି, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩ା୮: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି ।…

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

କୋଠାବାଡ଼ି ନିର୍ମାତାଙ୍କୁ ମିଳିବ ୪ମାସର ରିହାତି

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ କେନ୍ଦ୍ର ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲ୍ଡର୍ସ(କୋଠାବାଡ଼ି ନିର୍ମାତା)ଙ୍କୁ ୪ମାସର…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ

ମୋହନା,୩।୮( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri