ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ ବାପାକୁ ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ଝିଅ ବାପାଙ୍କ ପାଖରେ ରହୁଥିବା ବେଳେ ହଠାତ୍ ମା’ ପିଲାଙ୍କୁ ନେବାନେଇ ଚାଇଲ୍ଡ ହେଲ୍ପଲାଇନକୁ ନେଇ ଆସିଥିଲେ । କିନ୍ତୁ କୁନି ଝିଅ ବାପାଙ୍କୁ ଛାଡି ଯିବାକୁ ମନା କରି ଚିତ୍କାର କରି କାନ୍ଦିଥିଲା । ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ସୂଚନା ଅନୁସାରେ, ଔପଦା ଥାନା ସୋରିଷପାଳ ଗ୍ରାମର ସନାତନ ନାୟକଙ୍କ ପୁଅ ସତ୍ୟବାନ ନାୟକ,(୩୧) ଏବଂ କରିସ୍ମା ନାୟକଙ୍କ ଔରସରୁ ଚାରି ବର୍ଷର ସାଇ ସମ୍ପନ୍ନା ନାମକ ଏକ କନ୍ୟା ସନ୍ତାନ ରହିଛି । ଏହି କନ୍ୟା ବର୍ଷକର ହୋଇଥିବା ବେଳେ ତା’ ଜନ୍ମଦାତ୍ରୀ ମା’ ଅନ୍ୟ ଜଣେ ପୁରୁଷଙ୍କ ହାତଧରି ପଳାଇଥିଲା ବେଳେ ଶିଶୁ କନ୍ୟାଟି ଜନ୍ମଦାତା ବାପା ପାଖରେ ରହିଆସୁଥିଲା। ଅଚାନକ ମା’ ପିଲାଟିକୁ ନେବ ବୋଲି ଚାଇଲ୍ଡ ହେଲ୍ପଲାଇନଙ୍କ ଠାରେ ଅଭିଯୋଗ କରିଥିଲା। ମା’ଙ୍କ ଅଭିଯୋଗ ଆଧାରରେ ଚାଇଲ୍ଡ ହେଲ୍ପଲାଇନ ଗତ ୨୧ ତାରିଖ ଅପରାହ୍ନ ୩ଟା୪୦ ମି. ସମୟରେ ସାଇ ସମ୍ପନ୍ନାଙ୍କୁ ତାଙ୍କ ବାପାଙ୍କ ଘରୁ ଆଣି ସିଡବ୍ଲୁସିଙ୍କ ଠାରେ ପହଞ୍ଚାଇଥିଲେ। ସିଡବ୍ଲ୍ୟୁସିକୁ ଦେବାପରେ ସିଡବ୍ଲ୍ୟୁସି ନୀଳଗିରି ସ୍ଥିତ କୃଷ୍ଣ ସୁକୁରୀ କନ୍ୟାଶ୍ରମ ରେ ଛାଡି ଦେଇଥିଲେ । ଝିଅ ବାପାଙ୍କ ପାଖରେ ରହିବା ପାଇଁ ଆଶ୍ରମ ଭିତରେ ରହି ବାହୁନି କାନ୍ଦୁଥିଲା। ଏନେଇ ଝିଅର ପିତା ଗତ ମାସ ୨୨ ତାରିଖରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ହାଜର ହୋଇ ଦେଖା କରିବାକୁ ନେଇ ଲିଖିତ ଦରଖାସ୍ତ କରିଥିଲେ।

ତାପରେ ବାପା ଯେତେ ଥର ଲିଖିତ ଦରଖାସ୍ତ ଦେଲେ ମଧ୍ୟ ସେ ବାପ ଝିଅକୁ ଦେଖା କରିବାକୁ ଦେଇନଥିଲେ। ଯାହାଦ୍ବାରା କୁନି ଝିଅର ପିତା ଦୁଃଖତ ଓ ମର୍ମାହତ ହୋଇ ଏ ସମ୍ପର୍କରେ ବାଲେଶ୍ବର ଏମପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏମପି ପ୍ରତାପ ଚନ୍ଦ୍ରଷଡ଼ଙ୍ଗୀ, ଡିସିପିଓ ଖୁସିରାମ ଜାହିର ଗତ ଶନିବାର ସନ୍ଧ୍ୟା ୭.୩୦ମିନିଟ ସମୟରେ ନୀଳଗିରି କୃଷ୍ଣ ସୁକୁରୀ କନ୍ୟାଶ୍ରମରେ ପହଞ୍ଚି ଜନ୍ମଦାତା ପିତା ସାମ୍ନାରେ ଝିଅକୁ ଡାକି ସବୁ ବୁଝିଥିଲେ। ଏମପି ଝିଅଙ୍କୁ କାହା ପାଖରେ ରହିବ ବୋଲି ଝିଅକୁ ପଚରା ଉଚୁରା କରିଥିବା ବେଳେ ଝିଅ କାନ୍ଦି କାନ୍ଦି ମୁଁ ବାପା ପାଖରେ ରହିବ ବୋଲି କହିଥିଲା। ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ଏମପି ନିନ୍ଦା କରିବା ସହିତ ବିଭାଗିୟ ଅଧିକାରି ଓ ଜିଲାପାଳଙ୍କୁ ଜଣାଇଥିଲେ । ରବିବାର ସନ୍ଧ୍ୟା ସମୟରେ ପ୍ରଶାସନ ପକ୍ଷରୁ ନୀଳଗିରି ଧୋବଶିଳାସ୍ଥିତ କୃଷ୍ଣସୁକରୀ ସେବାଶ୍ରମରେ ଥିବା ଏହି ଶିଶୁକନ୍ୟାକୁ ତା’ ବାପାଙ୍କୁ ହସ୍ତାନ୍ତର କରିଥିଲେ । ରାତି ପ୍ରାୟ ୧୦ଟାରେ ସମ୍ପୃକ୍ତ ଶିଶୁକନ୍ୟା ଗାଁରେ ପହଞ୍ଚିବା ପରେ ଅଞ୍ଚଳବାସୀ ତାକୁ ପୁଷ୍ପବର୍ଷା କରି ସ୍ବାଗତ ସମ୍ବର୍ଦ୍ଧନା ଦେଇଥିବା ସୂଚନା ମିଳିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?