ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଜବରଦଖଲ ସାଙ୍ଗକୁ ଘରେ ରେଷ୍ଟୁରାଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, କ୍ଲିନିକ୍‌ ଓ ହସ୍ପିଟାଲ ଖୋଲିଛି। ଏଥିଯୋଗୁ ଅନେକ ସମୟରେ ରାସ୍ତା ଜାମ୍‌ ହେବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ତେବେ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚଳିତବର୍ଷ ମେ’ ୨୦ ଏବଂ ଜୁଲାଇ ୯ରେ ଏକ ନିର୍ଦ୍ଦେଶନାମା ଜାରି ହେବା ପରେ ବିଏମ୍‌ସିର ଚେତା ପଶିଛି। ତାମିଲନାଡୁର ଲୋଗନାଥନଙ୍କ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଦେଇଥିବା ରାୟକୁ ନେଇ ଜୁଲାଇ ୩୦ରେ ବିଏମ୍‌ସି ପକ୍ଷରୁ ଏକ ‘ପବ୍ଲିକ ନୋଟିସ୍‌’ ଜାରି କରାଯିବା ସହ କଳିଙ୍ଗ ବିହାର ସମେତ ବିଭିନ୍ନ ସ୍ଥାନରେ ସିଲିଂ ଆରମ୍ଭ ହୋଇଛି।
ଏହି ପରିପ୍ରେକ୍ଷୀରେ ବିଏମ୍‌ସି କମିଶନର ଚଞ୍ଚଳ ରାଣା ନୋଟିସରେ ଦର୍ଶାଇଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ କର୍ତ୍ତୃପକ୍ଷ ତଥା ବିଏମ୍‌ସି ଓ ବିଡିଏର ବିନା ଅନୁମୋଦନରେ ହୋଇଥିବା ନିର୍ମାଣକୁ ଭଙ୍ଗା ଯିବ। ଏହାସହିତ ଆବାସିକ ଘରେ ଚାଲିଥିବା ବ୍ୟବସାୟ କେନ୍ଦ୍ରକୁ ସିଲ୍‌ କରାଯିବା ସହ ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଏହାକୁ ନେଇ ବିଏମ୍‌ସି ପକ୍ଷରୁ ଅବଗତ କରାଯାଉଛି, ଯେଉଁ ଫ୍ଲାଟ୍‌ ମାଲିକ, ଆପାର୍ଟମେଣ୍ଟ ମାଲିକ ଓ ଆବାସିକ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ/ଜବରଦଖଲକାରୀମାନେ ବେଆଇନ ଭାବେ ଆବାସିକ ଘରେ ବ୍ୟବସାୟ ଚଳାଇଛନ୍ତି ତାହାକୁ ବେଆଇନ ଭାବେ ଗଣାଯିବ। ସେହିପରି ବିଏମ୍‌ସି କିମ୍ବା ବିଡିଏ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ଯଦି ଦୋକାନ, ରେଷ୍ଟୁରାଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, କ୍ଲିନିକ୍‌ କିମ୍ବା ଅନ୍ୟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଚାଲିଛି ତାହାକୁ ସିଲ୍‌ କରାଯିବ। ଓଡ଼ିଶା ଡେଭେଲପ୍‌ମେଣ୍ଟ ଅଥରିଟିଜ୍‌ ଆଇନ-୧୯୮୨ ଅନୁଯାୟୀ ଏହିସବୁ ନିର୍ମାଣକୁ ବେଆଇନ ଭାବେ ଗ୍ରହଣ କରାଯାଇ ପରବର୍ତ୍ତୀ ପଦକ୍ଷେପ କରାଯିବ।
ନିୟମ ଅନୁଯାୟୀ, ଅନଧିକୃତ ନିର୍ମାଣ କିମ୍ବା ଆବାସିକ ଘରେ ଅନଧିକୃତ ବ୍ୟବସାୟିକ ବ୍ୟବହାରକୁ ସିଲ୍‌ କରାଯିବ। ତେବେ ଯେଉଁ ଘର ମାଲିକ, ଦଖଲକାରୀ କିମ୍ବା ଦାବିଦାରଙ୍କ ପାଖରେ ଅନୁମୋଦିତ ବିଲ୍ଡିଂ ପ୍ଲାନ୍‌, ଅକ୍ୟୁପାନ୍ସି ସାର୍ଟିଫିକେଟ୍‌, କମ୍ପ୍ଲିସନ୍‌ ସାର୍ଟିଫିକେଟ୍‌ କିମ୍ବା ଆବାସିକ ଘରକୁ ବ୍ୟବସାୟିକ ବ୍ୟବହାର ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ବୈଧ ଅନୁମତି ରହିଛି, ସେମାନେ ସମସ୍ତ ସମ୍ବନ୍ଧିତ ଦସ୍ତାବିଜ ଓ ଅନୁମୋଦନ ପତ୍ର ନେଇ ସମ୍ପୃକ୍ତ ଜୋନାଲ୍‌ ଡେପୁଟି କମିଶନର କିମ୍ବା ଓଡିଏ କୋର୍ଟରେ ଦର୍ଶାଇବାକୁ କମିଶନର ଦର୍ଶାଇଛନ୍ତି। ଯଦି ସମ୍ପୃକ୍ତ ଘର ମାଲିକ ନିର୍ଦ୍ଦିଷ୍ଟ ଦସ୍ତାବିଜ ଦାଖଲ କରିବାରେ ବିଫଳ ହେବେ ତେବେ ସମ୍ପୃକ୍ତ ପ୍ରତିଷ୍ଠାନକୁ ଅନଧିକୃତ ଓ ବେଆଇନ ବୋଲି ଧରାଯିବ। କୌଣସି ପୂର୍ବ ସୂଚନା ବିନା ଆଇନ ଅନୁଯାୟୀ ସିଲ୍‌, ବନ୍ଦ ଓ ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।
ଏନେଇ ସାମାଜିକ କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ବିଏମ୍‌ସି ଆଇନ ନାଁରେ ଗରିବମାରଣ ନୀତି ବନ୍ଦ କରୁ। ଯଦି ବିଏମ୍‌ସି ବାସ୍ତବରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଚାହୁଁଛି, ତେବେ ରାଜଧାନୀର ସୂର୍ଯ୍ୟନଗର, ଭିଆଇପି ଏରିଆ, ସହିଦନଗର, ବାପୁଜୀ ନଗର, ଜନପଥ, ଆଇଆର୍‌ସି ଭିଲେଜ୍‌, ଖାରବେଳ ନଗରରେ ଥିବା ବଡ଼ବଡ ଅଫିସ୍‌, ଶୋ’ରୁମ୍‌, ରେଷ୍ଟୁରାଣ୍ଟ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସେହିପରି ଯେଉଁ ଅଧିକାରୀମାନେ ଟ୍ରେଡ୍‌ ଲାଇସେନ୍ସରେ ସ୍ବାକ୍ଷର କରିଥିଲେ ଏବଂ ଆବାସିକ ଘରେ ବ୍ୟବସାୟ କରୁଛନ୍ତି, ସେମାନଙ୍କ ନାମ ସାର୍ବଜନୀନ କରାଯାଉ ବୋଲି ପ୍ରଧାନ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?