ଲିଭର ଖରାପ ହେବାର ଦଶ ଦିନ ପୂର୍ବରୁ ଦେଖାଦିଏ ଏହି ଲକ୍ଷଣ…

ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଏ, ବି, ସି, ଡି ଏବଂ ଇ। ଏହି ଦିବସର ଆଭିମୁଖ୍ୟ ହେଉଛି ରୋଗର ପ୍ରତିକାର ଓ ଚିକିତ୍ସା। ସମଗ୍ର ବିଶ୍ୱରେ କୋଟି କୋଟି ବ୍ୟକ୍ତି ହେପାଟାଇଟିସ୍‌ ଦ୍ୱାରା ଆକ୍ରାନ୍ତ। ଏହାର ଭୟାବହତା ଓ ଦୁର୍ବଳ ଚିକିତ୍ସା ସେବା ହେତୁ ପ୍ରତିବର୍ଷ ପ୍ରାୟ ୧୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିଶ୍ୱ ସାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ମୁତାବକ ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୫୦ କୋଟି ଲୋକ ହେପାଟାଇଟିସ୍‌-ବି ଅଥବା ହେପାଟାଇଟିସ୍‌-ସି ରୋଗରେ ପୀଡ଼ିତ। ଯଦି ହେପାଟାଇଟିସ୍‌-ବି କିମ୍ବା ‘ସି’ ରୋଗର ଉପଯୁକ୍ତ ଚିକିତ୍ସା କରା ନ ଯାଏ ତେବେ ଏହା ଲିଭର ସିରୋସିସ, ଲିଭର କ୍ୟାନସର ଭଳି ଗୁରୁତର ସମସ୍ୟା ସୃଷ୍ଟି କରିପାରେ।
ଲିଭର ବା ଯକୃତ୍‌ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟି କରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେଶନ କରିଥାଏ। ଏବେ ଯକୃତ୍‌ ସହିତ ସମ୍ପୃକ୍ତ ରୋଗ ଦ୍ରୁତ ଗତିରେ ବୃଦ୍ଧିପାଉଛି। ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଏହାର କାରଣ। ଯକୃତ୍‌ ଖରାପ ହୋଇଗଲେ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ ଅନ୍ୟ ଉପାୟ ନାହିଁ। ତେବେ ଯକୃତ ଅସୁସ୍ଥ ହେବାର ବହୁ କାରଣ ରହିଛି। ଭାଇରାଲ ହେପାଟାଇଟିସ ହେଉଛି ପାଞ୍ଚ ପ୍ରକାରର ଯଥା- ଏ, ବି, ସି, ଡି ଏବଂ ଇ। ଏ ଏବଂ ଇ ଦୂଷିତ ପାଣି ତଥା ଖାଦ୍ୟ ଯୋଗୁ ହେଉଥିବା ବେଳେ ଏହାକୁ ସାଧାରଣ ଭାଷାରେ ଜଣ୍ଡିସ ବା ହଳଦିଆ କାମଳ ବୋଲି କୁହାଯାଏ। ଏହାର ଲକ୍ଷଣ ପ୍ରାୟ ଚାରି ସପ୍ତାହ ଜାରି ରହେ। ରୋଗୀକୁ ବାନ୍ତି ଏବଂ ଜ୍ୱର ହୁଏ। ତେବେ ସ୍ପଷ୍ଟ ଲକ୍ଷଣ ଜଣାପଡ଼ିବା ପରେ ରୋଗୀ ତୁରନ୍ତ ଚିକିତ୍ସା କରିଥାନ୍ତି। ଯକୃତ ଖରାପ ହେବାର ପ୍ରାୟ ଦଶ ଦିନ ପୂର୍ବରୁ ରୋଗୀର ମାନସିକ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗେ। ହେପାଟାଇଟିସ୍‌ ‘ବି’ ଏବଂ ‘ସି’ ସଂକ୍ରମଣର ପ୍ରାୟ ଦେଢ଼ରୁ ଦୁଇମାସ ପରେ ଏହାର ଲକ୍ଷଣ ପ୍ରକାଶ ପାଏ। ଯେଉଁ କେସ୍‌ରେ ଏକମାସ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ ତାକୁ ଆକ୍ୟୁଟ ବୋଲି କହିଥାନ୍ତି ଏବଂ ଏଥିରୁ ଯକୃତକୁ ରକ୍ଷା କରାଯାଇପାରେ। ତେବେ ଲକ୍ଷଣ ପ୍ରକାଶ ପାଇବା ଛ’ମାସରୁ ଅଧିକ ହୋଇଗଲେ ଏହା କ୍ରୋନିକ ହୋଇଯାଏ ଏବଂ ରୋଗୀ ପୂରା ସୁସ୍ଥ ହେବାର ଆଶା କ୍ଷୀଣ ରହେ। ଯେଉଁମାନଙ୍କୁ ପିଲାଦିନରୁ ଏହି ଇନ୍‌ଫେକଶନ ହୋଇଥାଏ ସେମାନେ ବଡ଼ ହେବା ପରେ ସାଧାରଣତଃ କ୍ରୋନିକ ହେପାଟାଇଟିସ୍‌ରେ ପୀଡ଼ିତ ହୁଅନ୍ତି। ଉଭୟ ଭାଇରସ ଯକୃତ ଉପରେ କୁପ୍ରଭାବ ପକାଇଥାଏ। ଏହାର ଯେଉଁ ଲକ୍ଷଣ ପ୍ରକାଶ ପାଏ, ସେଗୁଡ଼ିକ ମୁଖ୍ୟତଃ ହେଲା ଭୋକ ନ ହେବା, ଓଜନ କମିବା, ଜଣ୍ଡିସ, ଜ୍ୱର, ଦୁର୍ବଳ ଲାଗିବା, ବାତ, ପେଟରେ ପାଣି ଜମିଯିବା, ରକ୍ତବାନ୍ତି ହେବା, ଦେହର ରଙ୍ଗ ହଳଦିଆ ପଡ଼ିଯିବା, ପରିସ୍ରା ଗାଢ଼ ରଙ୍ଗର ହେବା ଇତ୍ୟାଦି। ଏହା ଯକୃତକୁ ସଂକୁଚିତ କରିଦିଏ। ଠିକ୍‌ ସମୟରେ ଚିକିତ୍ସା ନ ପାଇଲେ ଧୀରେ ଧୀରେ ଲିଭର ସିରୋସିସ ଓ ଲିଭର କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି।
ମୁଖ୍ୟତଃ ଆଲକୋହଲ, ସଂକ୍ରମିତ ଛୁଞ୍ଚି , ରକ୍ତ, ସର୍ଜରି ଉପକରଣ ତଥା ଅସୁରକ୍ଷିତ ଶାରୀରିକ ସମ୍ପର୍କ ଯୋଗୁ ଏବଂ ସଂକ୍ରମିତ ମା’ଠାରୁ ଶିଶୁକୁ ଏହି ରୋଗ ହୋଇଥାଏ। ଏହା ବ୍ୟତୀତ ଯକ୍ଷ୍ମା, ଅପସ୍ମାର ଔଷଧରୁ ମଧ୍ୟ ଏହି ରୋଗ ହୋଇପାରେ। ଅତ୍ୟଧିକ ମଦ୍ୟପାନ ଦ୍ୱାରା ଲିଭର କ୍ଷତିଗ୍ରସ୍ତ ହୋଇଥାଏ। ଏଥିରେ ଫାଇବ୍ରୋସିସ ଦେଖାଯାଏ ଏବଂ ଲିଭର ସଙ୍କୁଚିତ ହେବାକୁ ଲାଗେ। ଏହାଦ୍ୱାରା ଛୋଟ-ବଡ଼ ଗଣ୍ଠି ମଧ୍ୟ ଆକ୍ରାନ୍ତ ହୁଏ। ଏହା ହିଁ ହେଉଛି ଲିଭର ସିରୋସିସ। ପ୍ରତିଦିନ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଯକୃତ କୋଷ କ୍ଷତିଗ୍ରସ୍ତ ହୋଇଥାଏ। ଏହାର ଚିକିତ୍ସା ସମ୍ଭବ ଥିଲେ ବି ପରେ ମଦ ଅଭ୍ୟାସ ନ ଛାଡ଼ିଲେ ଚିକିତ୍ସା ଆଉ ସମ୍ଭବ ହୁଏନାହିଁ। ଅଧିକ ତୈଳୀୟ ଖାଦ୍ୟ ଖାଉଥିବା ତଥା ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କର ଫ୍ୟାଟି ଲିଭର ଆଶଙ୍କା ଅଧିକ। ଏହି ଘଟଣା ପାଇଁ ମୋଟାପଣ ୭୦ ପ୍ରତିଶତ ଦାୟୀ। ତେବେ ଏହାର ଆଉ କେତେକ କାରଣ ବି ଦେଖାଗଲାଣି। ଅନ୍ତନଳୀର ବ୍ୟାକ୍ଟେରିଆ ମଧ୍ୟ ଫ୍ୟାଟି ଲିଭରର କାରଣ ହୋଇଥାନ୍ତି। ଏହା ପତଳା ଲୋକଙ୍କ ଠାରେ ମଧ୍ୟ ହୋଇପାରେ। ଅଧିକ ଚର୍ବି ଯୋଗୁ ଯକୃତ ସଂକୁଚିତ ହୋଇଚାଲେ ଏବଂ ଠିକ୍‌ ସମୟରେ ଚିକିତ୍ସା ନ ମିଳିଲେ ସିରୋସିସ୍‌ ଆଶଙ୍କା ଦେଖାଯାଏ। ଯକୃତର ଆଉ ଏକ ସମସ୍ୟା ପ୍ରାୟତଃ ମହିଳାଙ୍କଠାରେ ଦେଖାଯାଏ। ଶରୀରର କୋଷଗୁଡ଼ିକ ଯକୃତ ବିରୋଧରେ କାମ କଲେ ଯକୃତ ଖରାପ ହୋଇଥାଏ। ହେଲେ ଏଭଳି ସମସ୍ୟା ଖୁବ୍‌ କମ୍‌ କ୍ଷେତ୍ରରେ ଦେଖାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯକୃତ ଖରାପ ହେବାର ଲକ୍ଷଣ ଡେରିରେ ଜଣାପଡ଼େ। ୩୦-୪୦ ପ୍ରତିଶତ ଯକୃତର କୋଷ କ୍ଷତିଗ୍ରସ୍ତ ହେବା ପରେ ହିଁ ଲକ୍ଷଣ ପ୍ରକାଶ ପାଇଥାଏ। ତେଣୁ ଯକୃତ ପରୀକ୍ଷଣ କରାଇ ନେବା ଜରୁରୀ। ଏହାକୁ ଅଟୋଇମ୍ୟୁନ ହେପାଟାଇଟିସ୍‌ କୁହାଯାଏ। ଫ୍ୟାଟି ଲିଭର ପାଇଁ ଅଲ୍‌ଟ୍ରାସାଉଣ୍ଡ ଓ ଫାଇବ୍ରୋସ୍କାନ ପରୀକ୍ଷା କରିପାରିବେ। ରକ୍ତ ପରୀକ୍ଷାରୁ ଯକୃତ ବାବଦରେ ଜଣା ନ ପଡ଼ିଲେ ବିଶେଷଜ୍ଞମାନେ ବାୟୋପ୍ସିର ପରାମର୍ଶ ଦେଇଥାନ୍ତି। ଏଥିରେ ଯକୃତର କିଛି ଅଂଶ ଲାବୋରେଟୋରି ପଠାଯାଇ ପରୀକ୍ଷା କରାଯାଏ। ତେବେ ଯକୃତକୁ ସୁସ୍ଥ ରଖିବା ଲାଗି ସଜ ପାଣି ପିଅନ୍ତୁ, ଦୂଷିତ ଖାଦ୍ୟରୁ ଦୂରେଇ ରହନ୍ତୁ, ବ୍ୟାୟାମ କରନ୍ତୁ, ସୁରକ୍ଷିତ ଶାରୀରିକ ସମ୍ପର୍କ ରଖନ୍ତୁ ଏବଂ ନିୟମିତ ବ୍ୟବଧାନରେ ୪୦ ବର୍ଷ ପରେ ଯକୃତ ପରୀକ୍ଷା କରାଇ ନିଅନ୍ତୁ। ସବୁଠାରୁ ବଡ଼ କଥା ମଦ୍ୟପାନରୁ ବିରତ ରୁହନ୍ତୁ।

ଡା. ଉମେଶ ଚନ୍ଦ୍ର ପାତ୍ର
-ଲିଭର ବିଶେଷଜ୍ଞ, କଟକ
ମୋ : ୯୪୩୭୦୫୧୯୫୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼,୩।୮: ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି, ଏହା ସହ ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ…

ଖଜୁରିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ ବିଶେଷଭାବରେ ଜଳଖିଆରେ ବ୍ୟବହାର କରିଥାଉ। ଏହାକୁ ନିୟମିତ ଖାଇଲେ ହଜମ କ୍ରିୟା ଆହୁରି ସକ୍ରିୟ…

କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା…

ଓଡ଼ିଶା ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ,୩।୮(ପ୍ରଭୁକଲ୍ୟାଣ ପାଲ୍): ଏମକେସିଜି ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏହି ମାମାଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର…

ମଦ ଦୋକାନର ହବ୍‌ ପାଲଟିଛି ଭଟଲି ଛକ, ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି । ଲୁଚାଛପା ଚାଲିଥିବା ଏହି କାରବାର ଉପରେ ବିଭିନ୍ନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି…

ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

ବାସୁଦେବପୁର,୩।୮(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ଦୁବ ନାଳରୁ ସୋମବାର ଜଣେ ଚାଷଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ…

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri