ବିସ୍ଥାପିତଙ୍କୁ ଥଇଥାନ ନାହିଁ

ହାଟଡିହି, ୩।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ବଣପାହାଡ ଘେରାରେ ଆଦିବାସୀ ଅଧ୍ୟୁଷିତ କେ.ବାଲିପାଳ(କଅଁଳେଇବାଲିପାଳ) ପଞ୍ଚାୟତ ଅବସ୍ଥିତ। ସୂଚନା ମୁତାବକ ମୟୂରନଚା ଗ୍ରାମର ୨ଟି ଓ୍ବାର୍ଡର ୧୫୦ ପରିବାର, କେବାଲିପାଳ ଗ୍ରାମ ଗୋଟିଏ ଓ୍ବାର୍ଡର ୯୦ ପରିବାର, ରାଇଘାଟି ଗ୍ରାମର ୩ଟି ଓ୍ବାର୍ଡର ୨୦୦ ପରିବାର, ସରମୁଣ୍ଡୀ ଗ୍ରାମ ଗୋଟିଏ ଓ୍ବାର୍ଡର ୫୦ ପରିବାର, ଭଅଁରା ଗ୍ରାମ ଗୋଟିିଏ ଓ୍ବାର୍ଡର ୯୦ ପରିବାର, ମଲ୍ଲିପଶିର ୧୫୦ ପରିବାର, ନୂଆବାଲିପାଳ ଗ୍ରାମ ୨ଟି ଓ୍ବାର୍ଡର ୧୫୦ ପରିବାର ମୋଟ ୭ଟି ଗ୍ରାମର ୧୧ଟି ଓ୍ବାର୍ଡ ପଞ୍ଚାୟତ ଅଧୀନରେ ଅଛି ା ଜନସଂଖ୍ୟା ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ହେବ ା ୧୯୬୫ ମସିହାରେ ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ପାଇଁ ନୋଟିଫିକେଶନ ହୋଇଥିବାବେଳେ ୧୯୭୦ରେ ଡ୍ୟାମ ନିର୍ମାଣ କାର୍ଯ୍ୟ ହୋଇଥିଲା। ଫଳରେ ଉକ୍ତ ପଞ୍ଚାୟତର ମୟୂରନଚା, କେବାଲିପାଳ, ସରମୁଣ୍ଡି, ମଲ୍ଲିପଶି, ଭଅଁରା ପ୍ରଭୃତି ୫ଟି ଗ୍ରାମକୁ ବୁଡି ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଯାହାଦ୍ୱାରା କି ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଥିଲେ। ସେମାନଙ୍କର ଜମିସବୁ ଜଳସେଚନ ରେକର୍ଡକୁ ଚାଲିଗଲା ା ହଜାର ହଜାର ଲୋକ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହ ବାସଚ୍ୟୁତ ମଧ୍ୟ ହେଲେ ା ଇତିମଧ୍ୟରେ ୫୪ ବର୍ଷ ବିତି ସାରିଛି ା ମାତ୍ର ଘୁଞ୍ଚିପାରିନି ବିସ୍ଥାପିତଙ୍କ ଦୁଃଖ। ସେମାନଙ୍କୁ ଥଇଥାନ କରାଯାଇ ନ ଥିବା ବେଳେ କ୍ଷତିପୂରଣ ବି ମିଳିନି ା
ମୌଳିକ ସୁବିଧା ପାଇବାରୁ ଏମାନେ ବଞ୍ଚିତ ହୋଇଛନ୍ତି। ଗମନାଗମନ କ୍ଷେତ୍ରରେ ରାସ୍ତା ଖଣ୍ଡିଏ ନ ଥିବା ବେଳେ ବିଜୁଳି ସାତସପନ ପାଲଟିଛି ା ଉକ୍ତ ଅଞ୍ଚଳକୁ ଜଳପଥରେ ସାଳନ୍ଦୀ ନଈ ପାର ହୋଇ ଡଙ୍ଗାରେ ଯିବାକୁ ପଡେ। ଏପରିକି ଡଙ୍ଗାରେ ଯାତାୟାତ ସମୟରେ ନଦୀରେ ବୁଡି ପ୍ରାଣ ହରାଇଥିବାର ଉଦାହରଣ ବି ରହିଛି। ସ୍ଥଳ ପଥରେ ଯିବାକୁ ହେଲେ ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା କିମ୍ବା ବାଲେଶ୍ୱର ଜିଲାର ଔପଦା ଦେଇ ଦୀର୍ଘ ୧୦୦ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ପାନୀୟ ଜଳ ବ୍ୟବହାର କଥା ନ କହିଲେ ଭଲ। ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ନାଳ ଓ ଝରଣା ପାଣିକୁ ବ୍ୟବହାର କରନ୍ତି। ରାଇଘାଟି, ମଲ୍ଲିପଶି ଓ ନୂଆବାଲିପାଳଠାରେ ୩ଟି ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଯାଇଛି ା କିନ୍ତୁ ପୂର୍ବରୁ ଲୋକମାନେ ଜଳ ପଥରେ ଆସି ଯୋଗାଣ ସାମଗ୍ରୀ ନେଉଥିଲେ ା ଗତ ୨୦୧୨-୧୩ ରେ କେବଳ ମୟୂରନଚା ଗ୍ରାମର ୨୩ଟି ପରିବାରକୁ ଜଙ୍ଗଲ ଜମି ପଟ୍ଟା ଓ ଇନ୍ଦିରାଆବାସ ଗୃହ ପ୍ରଦାନ କରାଯାଇଛି ା ସେହିପରି ଭଅଁରା ଗ୍ରାମର ୨୦ ରୁ ୨୫ ଟି ପରିବାରକୁ ରାଇଘାଟି ମୌଜାରେ ୪ ଡେସିମିଲ ଲେଖାଏ ଜାଗା ରାଜସ୍ବ ବିଭାଗ ଦେଇଛି ା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜରାଣ ମେଣ୍ଟା ଯାଉଥିବା ବେଳେ କର୍ମ ନିୟୋଜନ ପନ୍ଥା ସୃଷ୍ଟି ହୋଇପାରିନି ା ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇପଡିଥିବା ବେଳେ ଶିକ୍ଷାର ମାନେ ବି ବୁଝାପଡୁନି ା ମାଟି ଝୁମ୍ପୁଡି ଭଙ୍ଗା ଘରେ ଦହଗଞ୍ଜରେ ଜୀବନ ବିତୁଥିବା ବେଳେ ବହୁ ଲୋକ ଏବେ ବି ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବାରେ ବ୍ୟତିକ୍ରମ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

କେନ୍ଦେଇପଶି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଗଲା ଛପର

ପାଟଣା, ୨୯।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଓ ଆଖପାଖ  ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପ୍ରାୟ ୧ ଘଣ୍ଟା…

ଗୋରୁ ଚାଲାଣ ବେଳେ ମାଡିବସିଲା ପୋଲିସ : ୪ ଗିରଫ

ବଞ୍ଚୋ,୨୯।୫ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା  ଘଷିପୁରା ଥାନା  ଅଞ୍ଚଳରେ ଗୁରୁବାର ରାତିରେ ଏକ ପିକ୍-ଅପ୍ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଗାଡ଼ିଟିକୁ…

ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ଅଭିଯୁକ୍ତ

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁକ୍ରବାର ସ୍ଥାନୀୟ ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ମୋନାଲିସା ମହାନ୍ତି ଜଣେ ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଜୟ କୁମାର ନାଏକଙ୍କୁ…

ଆମେ ବନବାସୀ ନୋହୁଁ, ଆଦିବାସୀ, ଅମିତ ଶାହା ଭୁଲ ମାଗନ୍ତୁ କହି…

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ସମାଜମାନଙ୍କୁ ଏକତ୍ରିତ କରି ନୂଆଦିଲ୍ଲୀରେ ଏକ ଆଦିବାସୀ ସମାବେଶରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଭାଷଣ ଆଦିବାସୀମାନଙ୍କୁ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri