Posted inଜାତୀୟ

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ଖୁବ୍‌ଶୀଘ୍ର ମାନବ ସମାଜ ଏଥିପାଇଁ ଅକଥନୀୟ ଯନ୍ତ୍ରଣାର ସମ୍ମୁଖୀନ ହେବା ଅନିବାର୍ଯ୍ୟ ବୋଲି ସତର୍କ କରାଇଦେଇଛନ୍ତି। ମାନବକୃତ ସବୁଜ ଗୃହ ଗ୍ୟାସ୍‌ ନିର୍ଗମନ ଓ ଅନ୍ୟାନ୍ୟ କାରଣ ଯୋଗୁ ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ହୋଇଚାଲିଛି। ବାୟୋସାଇନ୍ସ ପତ୍ରିକାରେ ମଙ୍ଗଳବାର ପ୍ରକାଶିତ ଏହି ଲେଖାରେ ୧୧,୨୫୮ ଜଣ ବୈଜ୍ଞାନିକ ସ୍ବାକ୍ଷର କରିଛନ୍ତି। ସେଥିରେ ଭାରତରୁ ୬୯ ଜଣ ସାମିଲ ଅଛନ୍ତି। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର ଧାରା ସମ୍ପର୍କରେ ସେମାନେ ସତର୍କ କରାଇଦେବା ସହ ଏହାକୁ ରୋକିବା ଦିଗରେ କେତେକ ପ୍ରଭାବଶାଳୀ ପ୍ରଶମନ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।
ସେମାନେ ଦୀର୍ଘ ୪୦ ବର୍ଷର ତଥ୍ୟକୁ ଅନୁଧ୍ୟାନ କରିବା ପରେ ଏଭଳି ଜରୁରୀ ପରିସ୍ଥିତି ଘୋଷଣା କରିଥିବା କହିଛନ୍ତି। ବିପୁଳ ପରିମାଣରେ ଶକ୍ତିର ବ୍ୟବହାର, ଭୂପୃଷ୍ଠ ତାପମାତ୍ରା ବୃଦ୍ଧି, ଜନସଂଖ୍ୟା ବୃଦ୍ଧି, ଗଛ କଟା ଓ ଜଙ୍ଗଲ ହ୍ରାସ, ମେରୁ ଅଞ୍ଚଳରୁ ପର୍ଯ୍ୟାପ୍ତ ବରଫ ତରଳିବା, ଉର୍ବରତା ହାର, ମୋଟ ଘରୋଇ ଉତ୍ପାଦ (ଜିଡିପି) ଏବଂ ଅଙ୍ଗାରକ ନିର୍ଗମନ ଆଦିର ତଥ୍ୟକୁ ଅନୁଧ୍ୟାନ କରିବା ପରେ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବକୁ ନେଇ ୪୦ ବର୍ଷ ହେଲା ବିଶ୍ୱ ସ୍ତରରେ ବିଭିନ୍ନ ଆଲୋଚନା ଜାରି ରହିଥିଲେ ମଧ୍ୟ ପ୍ରକୃତରେ ଏହାକୁ ରୋକିବା ଦିଗରେ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ତାହା ହୋଇନାହିଁ। ପୂର୍ବ ଧାରା ଅବ୍ୟାହତ ରହିଥିବାରୁ ସଙ୍କଟ ସମାଧାନ କରିବାରେ ସଫଳତା ମିଳିନାହିଁ ବୋଲି ଆମେରିକାର ଓରେଗନ୍‌ ଷ୍ଟେଟ୍‌ ୟୁନିଭର୍ସିଟି (ଓଏସ୍‌ୟୁ) କଲେଜ ଅଫ୍‌ ଫରେଷ୍ଟ୍ରିର ପ୍ରଫେସର ଓ୍ବିଲିୟମ ଜେ. ରିପ୍ପଲ୍‌ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯେଉଁ ହାରରେ ହେଉଥିବା ବୈଜ୍ଞାନିକମାନେ ଆଶା କରୁଥିଲେ ତାହାଠାରୁ ଯଥେଷ୍ଟ ଦ୍ରୁତଗତିରେ ଏହା ବଦଳୁଥିବା ରିପ୍ପଲ୍‌ ସୂଚନା ଦେଇଛନ୍ତି। ବିଶ୍ୱ ତାପମାତ୍ରାକୁ ହ୍ରାସ କରିବାକୁ ହେଲେ ତୁରନ୍ତ ଶକ୍ତି, ସ୍ବଳ୍ପମିଆଦୀ ପ୍ରଦୂଷକ, ପ୍ରକୃତି, ଖାଦ୍ୟ, ଅର୍ଥନୀତି ଓ ଜନସଂଖ୍ୟା କ୍ଷେତ୍ରରେ ପଦକ୍ଷେପ ନେବାକୁ ହେବ ବୋଲି ଓଏସ୍‌ୟୁ ପ୍ରଫେସର ରିପ୍ପଲ ଏବଂ କ୍ରିଷ୍ଟୋଫର ଓ୍ବଲ୍ଫଙ୍କ ନେତୃତ୍ୱରେ ବିଶ୍ୱ ବୈଜ୍ଞାନିକମାନଙ୍କ ସଂଘ ମତ ପ୍ରକାଶ କରିଛି।
ଗବେଷଣାରୁ ଜଣାପଡିଛି, ଜନସଂଖ୍ୟା ବୃଦ୍ଧି ସହ ସମସ୍ତଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଓ ଶକ୍ତ ଯୋଗାଇଦେବା ପାଇଁ ଆମେ ପ୍ରକୃତିର ଶୋଷଣ କରିଚାଲିଛୁ, ଯାହା ପରିବେଶର ଗୁରୁତର କ୍ଷତି କରୁଛି ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଜ୍ଞାନପ୍ରକାଶ ଶର୍ମା କହିଛନ୍ତି। ସେ ମଧ୍ୟ ଉକ୍ତ ଘୋଷଣାନାମାର ଅନ୍ୟତମ ସ୍ବାକ୍ଷରକାରୀ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାରତରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଯାହା ଫଳରେ ମୌସୁମୀ ସମେତ ପରିବେଶ ଢାଞ୍ଚାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଏଥିପାଇଁ କୃଷି ପଦ୍ଧତି ବଦଳାଇବାକୁ ପଡିଥିବା ଶର୍ମା କହିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ବିଶ୍ୱ ସମାଜର କାର୍ଯ୍ୟଧାରାରେ ଭିନ୍ନତା ଆଣିବାକୁ ହେବ ବୋଲି ଉକ୍ତ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି। ଏକ ଦୀର୍ଘସ୍ଥାୟୀ ତଥା ନ୍ୟାୟସଙ୍ଗତ ଭବିଷ୍ୟତ ଗଠନ ଲାଗି ନୀତି ନିର୍ଦ୍ଧାରକମାନଙ୍କୁ ସହାୟତା କରିବା ଲାଗି ଆମେ ପ୍ରସ୍ତୁତ ବୋଲି ବୈଜ୍ଞାନିକ ସଂଘ କହିଛନ୍ତି। ମାନବ ସମାଜ ପାଇଁ ବଡ଼ ବିପଦ ଦେଖାଦେଇଥିଲାବେଳେ ଏନେଇ ସତର୍କ କରାଇବା ବୈଜ୍ଞାନିକମାନଙ୍କର ନୈତିକ କର୍ତ୍ତବ୍ୟ ବୋଲି ସିଡ୍‌ନୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ୍‌ ନ୍ୟୁସମ୍‌ କହିଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ ଆମେ ଜଳବାୟୁ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଥିବାର ସ୍ପଷ୍ଟ ସୂଚନା ମିଳୁଛି ବୋଲି ସେ ମତ ଦେଇଛନ୍ତି।
ଜଳବାୟୁ ବଦଳୁଥିବାର ସୂଚନା ମିଳିବା ପରେ ୪୦ ବର୍ଷ ତଳେ ପ୍ରଥମ ବିଶ୍ୱ ଜଳବାୟୁ ସମ୍ମିଳନୀ ୧୯୭୯ରେ ଜେନେଭାରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଅନେକ ବିଶ୍ୱ ସମ୍ମିଳନୀ ହୋଇଛି ଏବଂ ଏଦିଗରେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନେଇ ସମସ୍ତେ ସହମତ ହୋଇଛନ୍ତି। ବିଶ୍ୱ ସ୍ତରରେ ଶିଶୁ ଜନ୍ମହାର ହ୍ରାସ ପାଇଥିବା ଏକ ଭଲ ସୂଚନା। ତେବେ ବ୍ରାଜିଲ୍‌ରେ ଆମାଜନ ଅଞ୍ଚଳରେ ଜଙ୍ଗଲ କ୍ଷୟ ବଢ଼ିଚାଲିବା ଚିନ୍ତାଜନକ ହୋଇଛି। ସେହିପରି ଭୂପୃଷ୍ଠ ଓ ସମୁଦ୍ରର ତାପ ବଢ଼ିବା ସହ ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ, ସମୁଦ୍ର ସ୍ତର ବୃଦ୍ଧି, ସମୁଦ୍ର ଜଳରେ ଅମ୍ଳତା ବଢ଼ିବା ଓ ଜଙ୍ଗଲ ନିଆଁ ବଢ଼ିଚାଲିଛି। ମେରୁ ବରଫ ଦ୍ରୁତବେଗରେ ତରଳିବା ଫଳରେ ସମୁଦ୍ରର ଜଳସ୍ତର ବଢ଼ିଚାଲିଛି। ତେଣୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଜରୁରୀ ପଦକ୍ଷେପ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri