Posted inଖେଳ

ବିଶ୍ୱର ୫ କ୍ରିକେଟର୍ସ ବିଷୟରେ ଜାଣନ୍ତୁ, ଯାହାଙ୍କ ସ୍ତ୍ରୀ ବି ଜଣେ ଜଣେ ବିଶ୍ୱସ୍ତରୀୟ ଖେଳାଳି

କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଜଣେ ଖେଳାଳିଙ୍କୁ ବିବାହ କରିଛନ୍ତି। ଆସନ୍ତୁ ସେଭଳି ୫ ଯୋଡିଙ୍କ ବିଷୟରେ ଜାଣିବା…


ମିଚେଲ ଷ୍ଟାର୍କ ଏବଂ ଏଲିସା ହିଲି
ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭଳି ତାଙ୍କ ସ୍ତ୍ରୀ ଏଲିସା ହିଲି ମଧ୍ୟ ଜଣେ କ୍ରିକେଟର। ଉଭୟ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଲିସା ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ହୋଇଥିବାବେଳେ ମିଚେଲ ଜଣେ ବୋଲର୍‌। ଉଭୟ ୨୦୧୬ ଏପ୍ରିଲ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସୋଏବ ମଲିକ ଏବଂ ସାନିଆ ମିର୍ଜା
ପାକିସ୍ତାନ କ୍ରିକେଟର ସୋଏବ ମଲିକ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ୨୦୧୦ରେ ହୋଇଥିଲା।

ଦିନେଶ କାର୍ତ୍ତିକ ଏବଂ ଦୀପିକା ପାଲିକଲ
ଭାରତୀୟ କ୍ରିକେଟ ଦଳର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ସ୍କ୍ବାସ୍‌ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ୨୦୧୫ରେ ହୋଇଥିଲା। ଦୀପିକା ପ୍ରଥମ ଭାରତୀୟ ସ୍କ୍ବାସ୍‌ ଖେଳାଳି ଭାବେ ବିଶ୍ୱର ଶୀର୍ଷ ୧୦ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସେ ଅର୍ଜୁନ ପୁରସ୍କାରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ଇଶାନ୍ତ ଶର୍ମା ଏବଂ ପ୍ରତିମା ସିଂହ
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ବାସ୍କେଟବଲ୍‌ ଖେଳାଳି ପ୍ରତିମା ସିଂଙ୍କୁ ବିବାହ କରିଛନ୍ତି। ଉଭୟ ୨୦୧୬ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରତିମା ଭାରତୀୟ ବାସ୍କେଟବଲ ଦଳର ପୂର୍ବତନ ଅଧିନାୟିକା ମଧ୍ୟ ଥିଲେ।

ଶିଥଲ ଗୌତମ ଏବଂ ରବିନ ଉଥାପା
ଭାରତୀୟ କ୍ରିକେଟ ଷ୍ଟାର୍‌ ରବିନ୍‌ ଉଥାପାଙ୍କୁ ବିବାହ କରିବା ପୂର୍ବରୁ ଶିଥଲ ଗୌତମ ଜଣେ ଟେନିସ୍‌ ଖେଳାଳି ଥିଲେ। ବିବାହ ପରେ ଶିଥଲ ଖେଳ ଛାଡିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri