ବିଶ୍ୱର ପ୍ରାୟ ୪୦ ସ୍ଥାନରେ ଏପର୍ଯ୍ୟନ୍ତ ମିଳିନାହାଁନ୍ତି ଜଣେ ବି କରୋନା ସଂକ୍ରମିତ!

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୧୮୦ ଦେଶରେ ତା’ର କାୟା ବିସ୍ତାର କରିସାରିଥିବା ବେଳେ ଆମେରିକା ଭଳି ଶକ୍ତିଶାଳୀ ଦେଶ ବି କରୋନା ଆଗରେ ଯେମିତି ମୁଣ୍ଡ ନୁଆଇଁ ଦେଇଛି । ୟୁରୋପ ମଧ୍ୟ ଏବେ କରୋନାର ଆଉ ଏକ ଠିକଣା ପାଲଟି ଯାଇଛି । ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ସଂକ୍ରମଣ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଏମିତି କିଛି ସ୍ଥାନ ରହିଛି ଏପର୍ଯ୍ୟନ୍ତ ସେଠାରେ କୌଣସି ଗୋଟିଏ ବି କରୋନା ସଂକ୍ରମଣ ଦେଖାଯାଇ ନ ଥିବା କୁହାଯାଏ । ଆମେରିକାର ଜନ୍ ହପକିନ୍‌ସ ୟୁନିଭର୍ସିଟିର ଏକ ରିପୋର୍ଟରୁ ଏହା ଜଣାପଡିଛି । ଉକ୍ତ ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରାୟ ୪୦ଟି ସ୍ଥାନରେ କୌଣସି କରୋନା ସଂକ୍ରମଣ ଦେଖାଯାଇନାହିଁ । ଏଥିମଧ୍ୟରେ ଜନବସତି ଅଞ୍ଚଳ, ଆଇଲ୍ୟାଣ୍ଡ ଓ ଘନ ଜଙ୍ଗଲ ଅଞ୍ଚଳ ରହିଛି ବୋଲି କୁହାଯାଇଛି । ପ୍ରଶାନ୍ତ ମହାସାଗରରେ ଥିବା ଦ୍ୱୀପ ତୁବାଲିରେ କେହି କରୋନା ସଂକ୍ରମିତ ନ ଥିବା ଉକ୍ତ ରିପୋର୍ଟ କହିଛି । ସେହିପରି ପୂର୍ବ ସୋଭିଏତ୍ ରିପବ୍ଲିକ୍ ଦେଶ ତୁର୍କମେନିସ୍ତାନରେ ମଧ୍ୟ କରୋନା ସଂକ୍ରମଣ ଦେଖାଯାଇ ନାହିଁ । ସେହିପରି ଆଦୌ ଜନବସତି ନ ଥିବା ଆଣ୍ଟାର୍କଟିକାରେ ମଧ୍ୟ କରୋନା ସଂକ୍ରମଣ ହୋଇ ନାହିଁ ବୋଲି କୁହାଯାଇଛି । ସେହିପରି ତାଜାକିସ୍ତାନ, ଟୋଙ୍ଗା, ୱେଷ୍ଟର୍ଣ୍ଣ ସାହାରା ଓ ୟମନରେ ଜଣେ ବି କରୋନା ସଂକ୍ରମଣ ହୋଇ ନ ଥିବା ଜଣାପଡିଛି । କାରଣ ସରକାରୀ ଭାବେ ଏଠାରେ କରୋନା ସଂକ୍ରମଣ ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ । ତେବେ ଉକ୍ତ ରିପୋର୍ଟ କହିଛି ଏହାର କାରଣ ହେଉଛି ଏସବୁ ସ୍ଥାନରେ ଜନସଂଖ୍ୟା ବହୁତ କମ୍ ଓ ଏହା ବିଶ୍ୱରୁ ଏକ ପ୍ରକାର ଅଲଗା ହୋଇ ରହିଛି । ଆଉ କେତେକ ସ୍ଥାନକୁ ବିମାନ ସେବା ନ ଥିବାରୁ ଓ ବାହାର ପର୍ଯ୍ୟଟକ ସହଜରେ ନ ପହଞ୍ଚିପାରିବାରୁ ଏଠାରେ କରୋନା ସଂକ୍ରମଣ ହୋଇନାହିଁ ବୋଲି କୁହାଯାଇଛି । ଉତ୍ତର କୋରିଆ ଓ ୟମନରେ କରୋନା ସଂକ୍ରମିତ ନ ମିଳିବା ପଛରେ କାରଣ ମଧ୍ୟ ରହିଛି । ଏବେବି ସେଠାରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ କରୋନା ଉପରେ କାହାର ଧ୍ୟାନ ନାହିଁ ବୋଲି କୁହାଯାଉଛି । ଏହା ସହ କିଛି ଆଫ୍ରିକୀୟ ଦେଶରେ ମଧ୍ୟ କରୋନା ସଂକ୍ରମଣ ଦେଖିବାକୁ ମିଳିନାହିଁ । ଏହାର ଆଉ ଏକ କାରଣ ହେଉଛି ସେଠାରେ କରୋନା ଟେଷ୍ଟ ପାଇଁ କୌଣସି ସୁବିଧା ନ ଥିବାରୁ ଏଠାରେ ଏପର୍ଯ୍ୟନ୍ତ କରୋନାକୁ ନେଇ କେହି ସଂକ୍ରମିତ ହେବାର ଖବର ଆସିନାହିଁ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri