ବିମାନ ଚଳାଚଳ କ୍ଷେତ୍ରର ୨୦ ଲକ୍ଷ ଚାକିରି ବିପଦରେ

ନୂଆଦିଲ୍ଲୀ,୧୬ା୪: ଭାରତର ବିମାନ ଚଳାଚଳ କ୍ଷେତ୍ର ଏବଂ ସ୍ବାଧୀନ କ୍ଷେତ୍ରଗୁଡିକରେ ୨୦ ଲକ୍ଷ ଚାକିରି ଏବେ ବିପଦରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ ହେବାରୁ ଏଭଳି ବିପଦ ଆସିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ( ଆଇଏଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଏବେ ସାରା ଦେଶରେ ବିମାନ ସେବା ମେ ୩ ତାରିଖ ଯାଏ ବନ୍ଦ ରହିଛି। ବର୍ତ୍ତମାନ ବାଣିଜ୍ୟ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ ହେବା ଯୋଗୁ ବିମାନ କମ୍ପାନୀଗୁଡିକ ପରିଚାଳନାରେ ବିଭିନ୍ନ ଅସୁବିଧା ସାମ୍ନା କରୁଛନ୍ତି। ଏବେ ବିମାନ ଚଳାଚଳ କ୍ଷେତ୍ରରେ କିଛି କମ୍ପାନୀ ଛଟେଇ ଆରମ୍ଭ କରିଥିବା ବେଳେ ଅନ୍ୟ କିଛି କମ୍ପାନୀ ବେତନ ହ୍ରାସ କରିବା ସହ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇଛନ୍ତି।
କୋଭିଡ-୧୯ ଯୋଗୁ ସାରା ବିଶ୍ୱରେ ବିମାନ କମ୍ପାନୀଙ୍କ ସାମ୍ନାରେ ଏବେ ପରିଚାଳନା ଚାଲୁ ରଖିବା ଏବଂ ଅସ୍ତିତ୍ୱ ବଜାୟ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ବିଭିନ୍ନ ସମସ୍ୟା ଲାଗି ବିମାନ ଶିଳ୍ପରେ ଯାତ୍ରୀ ରାଜସ୍ବ ୮.୮ ବିଲିୟନ ଡଲାର କ୍ଷତି ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ବିମାନ ଯାତ୍ରା ସୁବିଧା ୩୬% ଖସିଛି। ବିମାନ ଶିଳ୍ପ ଏବଂ ଅନ୍ୟ ସ୍ବାଧୀନ କ୍ଷେତ୍ରରେ ୨ ନିୟୁତ ନିଯୁକ୍ତି ଏବେ ସଙ୍କଟ ସ୍ଥିତିକୁ ଚାଲି ଯାଇଛି ବୋଲି ଆଇଏଟିଏର ଏସିଆ ପ୍ରଶାନ୍ତ ମହାସାଗରୀୟ କର୍ପୋରେଟ ବ୍ୟାପାର ସହକାରୀ ନିର୍ଦ୍ଦେଶକ ଏ.ଜୋଏଙ୍ଗ କହିଛନ୍ତି।
ବିମାନ କମ୍ପାନୀଗୁଡିକର ପରିଚାଳନାରେ ଯେଭଳି କୌଣସି ଅସୁବିଧା ନ ହୁଏ ସେ ପ୍ରସଙ୍ଗକୁ ଭାରତ ସରକାର ଧ୍ୟାନରେ ରଖିବାର ଆବଶ୍ୟକତା ରହିଛି । ଭାରତ ସରକାର ଆର୍ଥତ୍କ ସହାୟତା, ଋଣ ଯୋଗାଣ ଏବଂ ଋଣ ଗ୍ୟାରେଣ୍ଟି ଭଳି ପଦକ୍ଷେପ ନିଅନ୍ତୁ ବୋଲି ଜୋଏଙ୍ଗ ମତ ଦେଇଛନ୍ତି। କୋଭିଡ-୧୯ଲାଗି ସାରା ବିଶ୍ୱରେ ବିମାନଶିଳ୍ପକୁ ୩୧୪ ବିଲିୟନ ଡଲାରର କ୍ଷତି ସହିବାକୁ ପଡିବ। ଏହାବାଦ ଯାତ୍ରୀ ଚାହିଦା ୪୮% ଖସିବ ବୋଲି ସେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ଆମେରିକା-ଇରାନର ଶାନ୍ତି ଚୁକ୍ତିକୁ ବିଶ୍ୱର ସ୍ବାଗତ

ଓ୍ବାଶିଂଟନ,୧୫ା୬: ଇରାନ-ଆମେରିକା ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିବାରୁ ସାରା ବିଶ୍ୱ ଏହାକୁ ସ୍ବାଗତ କରିଛି। କତାର, ତୁର୍କି, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ…

ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ ରାଜି, ଖୋଲିବ ହର୍ମୁଜ, ଅବରୋଧ ହଟାଇ…

ଓ୍ବାଶିଂଟନ,୧୫ା୬: ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା ଏବଂ ଇରାନ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

ରଜରେ ବଡ଼ ଅଘଟଣ; ୨ ଘଣ୍ଟା ବ୍ୟବଧାନରେ ୨ ଦୁର୍ଘଟଣା, କେନ୍ଦୁଝରରେ ୫ ମୃତ

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ପ୍ରଥମ ରଜ ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ରହିଥିବା ବେଳେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri