Posted inଜାତୀୟ

ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବ୍ୟାପିଲା ଛାତ୍ର ଆନ୍ଦୋଳନ

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ) ପରିସରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧିକାଂଶ ପିଲା ସୋମବାର ପରୀକ୍ଷା ବର୍ଜନ କରିବା ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। ଇଂଲିଶ ବିଭାଗ ଛାତ୍ରୀଛାତ୍ର ରବିବାର ରାତିରେ ସେମାନଙ୍କ ପ୍ରଫେସରଙ୍କୁ ପତ୍ର ଲେଖି ପରୀକ୍ଷା ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧକୁ କର୍ତ୍ତୃପକ୍ଷ ଗ୍ରହଣ ନ କରିବାରୁ ଛାତ୍ରୀଛାତ୍ର ପରୀକ୍ଷା ବର୍ଜନ କରିଛନ୍ତି। ସେହିପରି ଅହମଦାବାଦ ଆଇଆଇଟିର ଛାତ୍ରୀଛାତ୍ର ମଧ୍ୟ ଜାମିଆ ଏବଂ ଏଏମ୍‌ୟୁର ଛାତ୍ରୀଛାତ୍ରଙ୍କୁ ସମର୍ଥନ କରି ସୋମବାର ଶୋଭାଯାତ୍ରା ବାହାର କରିଥିଲେ। କେବଳ ଅହମଦାବାଦ ନୁହେଁ, ବମ୍ବେ ଆଇଆଇଟି, ମାଡ୍ରାସ ଆଇଆଇଟି ଏବଂ କାନପୁର ଆଇଆଇଟିର ଛାତ୍ର ସଂଗଠନ ମଧ୍ୟ ଜାମିଆ ଏବଂ ଆଲିଗଡ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମର୍ଥନରେ ବାହାରିଥିଲେ। ଇସଲାମିକ ସେମିନାରୀ ନଦ୍ୱାତୁଲ ଉଲାମାର ପିଲାମାନେ କ୍ୟାମ୍ପସରେ ଆନ୍ଦୋଳନ କରିବା ସହ ଢେଲାମାଡ଼ କରିଥିଲେ। ପୋଲିସ ସେମାନଙ୍କୁ କ୍ୟାମ୍ପସ ବାହାରକୁ ଆସିବାକୁ ଦେଇ ନ ଥିଲା। ଢେଲାମାଡ଼ରେ ଜଣେ ଆହତ ହୋଇଥିବା ପୋଲିସ କହିଛି।
ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଏଏମ୍‌ୟୁ ଛାତ୍ରୀଛାତ୍ର ଆନ୍ଦୋଳନ ଚଳାଇଥିବାବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପୋଲିସ ୨୧ ଛାତ୍ରଙ୍କୁ ଗିରଫ କରିଛି। ବିଶ୍ୱବି୍ୟାଳୟର ସବୁ ହଷ୍ଟେଲକୁ ଖାଲି କରିବା ପାଇଁ ପୋଲିସ ନିର୍ଦ୍ଦେଶ ଦେଇଛି। ମୋଟ ୫୬ ଛାତ୍ରୀଛାତ୍ର ଓ କେତେଜଣ ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ଦାଏର ହୋଇଛି।
ସିଏଏ ବିରୋଧରେ ରବିବାର ରାତିରେ ଆନ୍ଦୋଳନ ଚାଲିଥିବାବେଳେ ଛାତ୍ରୀଛାତ୍ରଙ୍କ ସହ ପୋଲିସର ସଂଘର୍ଷ ହୋଇଥିଲା। ଏଥିରେ ୨୦ ପୋଲିସ ସମେତ ପ୍ରାୟ ୭୦ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଆଲିଗଡ ଡିଆଇଜି ପରମିନ୍ଦର ସିଂ ଏବଂ ଏସ୍‌ପି ଅଭିଷେକ ରହିଛନ୍ତି। କର୍ତ୍ତୃପକ୍ଷ ଜାନୁୟାରୀ ୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ପୋଲିସ ପ୍ରବେଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ୫୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ପୋଲିସ ଅଟକ ରଖିଥିଲା। ପୋଲିସ ମୁଖ୍ୟାଳୟ ଆଗରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ସେମାନଙ୍କୁ ଛାଡ଼ିଦିଆଯାଇଥିଲା। ଏହା ସତ୍ତ୍ୱେ ଜାମିଆରେ ଉତ୍ତେଜନା ଜାରି ରହିଛି।
ସୋମବାର ଜାମିଆ ମିଲିଆ ଇସ୍‌ଲାମିଆ ମେଟ୍ରୋ ଷ୍ଟେଶନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ସେମାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନକୁ ଯୁଦ୍ଧଭଳି ସ୍ଥିତି ବୋଲି ଜାମିଆ କର୍ତ୍ତୃପକ୍ଷ କହିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ହିଂସା ରୋକିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ହିଂସା ରୋକିବା ଏବଂ ଧନଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରିରେ ସୋସିଆଲ ମିଡିଆରେ ମିଛ ଖବର ଓ ଗୁଜବ ପ୍ରସାରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି। ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହିଂସାର ରୂପ ନେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ପୋଲିସ କାର୍ଯ୍ୟାନୁଷ୍ଠାନ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସ ପ୍ରବେଶ କରି ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ବିଭିନ୍ନ ଦଳ ପକ୍ଷରୁ ଦାବି ହୋଇଛି। ଜାମିଆ ଛାତ୍ରୀଛାତ୍ରଙ୍କ ସମର୍ଥନରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପିଲାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ସଂଶୋଧିତ ନାଗରିକତ୍ୱ ଆଇନ ବିରୋଧରେ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। ଏହା ତୁରନ୍ତ ବନ୍ଦ ହେବା ଦରକାର ବୋଲି ଅଦାଲତ ମତ ଦେଇଛନ୍ତି।
ଜାମିଆ ଏବଂ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାର ବିରୋଧରେ ହୋଇଥିବା ଆବେଦନର ବିଚାର ମଙ୍ଗଳବାର କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆମେ କେବଳ ହିଂସା ବନ୍ଦ ହେବା ଚାହୁଁ। ଆନ୍ଦୋଳନ ନାଁରେ ହିଂସାକୁ ବରଦାସ୍ତ କରାଯିବନି। ଯଦି ହିଂସାକାଣ୍ଡ ଓ ସାଧାରଣ ସମ୍ପତ୍ତି ଭଙ୍ଗାରୁଜା ଜାରି ରହେ ତେବେ ମାମଲାର ଶୁଣାଣି କରାଯିବନି ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ କହିଛନ୍ତି। ଉକ୍ତ ଖଣ୍ଡପୀଠରେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସୂର୍ଯ୍ୟକାନ୍ତ ରହିଛନ୍ତି। ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସର୍ବୋଚ୍ଚ ଅଦାଲତ ନିଜ ଆଡୁ ମାମଲା ଭାବେ ଗ୍ରହଣ କରିବାକୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଏବଂ କୋଲିନ ଗୋନ୍‌ସାଲଭେସ୍‌ଙ୍କ ନେତୃତ୍ୱରେ ଓକିଲମାନଙ୍କ ଏକ ଗୋଷ୍ଠୀ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ହିଂସାର ବାତାବରଣକୁ ବରଦାସ୍ତ କରାଯିବନି। ସର୍ବସାଧାରଣ ସମ୍ପତ୍ତି ଧ୍ୱଂସ କରିବା ବସ୍‌ ପୋଡ଼ିଦେବାର ମାନେ କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ କେହି ବାଧା ଦେଇପାରିବେ ନାହିଁ। ଆମେ ହିଂସା ଚାହୁଁନାହୁଁ, ଛାତ୍ରୀଛାତ୍ରଙ୍କ ବିରୋଧରେ ହିଂସାର ଷଡ଼ଯନ୍ତ୍ର ହୋଇଥିବା ଜୟସିଂ କୋର୍ଟଙ୍କୁ କହିଥିଲେ। ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ରବିବାର ଦିଲ୍ଲୀର ଜାମିଆ ନଗରଠାରେ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଓ ସ୍ଥାନୀୟ ଲୋକେ ବିକ୍ଷୋଭ ଚଳାଇଥିଲେ। ବିକ୍ଷୋଭକାରୀ ୪ଟି ବସ୍‌ ଓ ଦୁଇଟି ପୋଲିସ ଗାଡି ପୋଡିଦେଇଥିଲେ। ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍‌ କଲୋନିରେ ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ଘଟିଥିଲା। ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ତଡିବା ଲାଗି ପୋଲିସ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସର ବର୍ବରତା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆବେଦନ ଏତେ ଜରୁରୀ ହୋଇ ନ ଥିବାରୁ ସୋମବାର ଏହା ଉପରେ ଶୁଣାଣି କରିବାକୁ ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?