Posted inରାଜ୍ୟ

ବିଭାଜିତ ସଂସଦୀୟ ଜନମତ

ଭୁବନେଶ୍ୱର,୨୮।୫: ‘ଉତ୍କଳରେ ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ’। ୨୦୧୯ ସଂସଦୀୟ ନିର୍ବାଚନର ଫଳାଫଳକୁ ଦେଖିଲେ କୌଣସି ଜଣେ ବି ସମଗ୍ର ଓଡ଼ିଶାର ସର୍ବମାନ୍ୟ ନେତା ହେବାର ଦାବିଦାର ହୋଇପାରି ନାହାନ୍ତି। ଚଳିତ ନିର୍ବାଚନରେ ଅଧିକାଂଶ ଆସନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୨୧ ଲୋକ ସଭା ଆସନରୁ ବିଜେଡି ୧୨ଟି ଆସନ ପାଇଥିବାବେଳେ ଭାଜପା ୮ ଏବଂ ଗୋଟିଏ ଆସନ କଂଗ୍ରେସକୁ ଯାଇଛି। ଆଞ୍ଚଳିକ ସ୍ତରରେ ଦେଖିଲେ ପଶ୍ଚିମ ଓଡ଼ିଶାର ସମସ୍ତ ୫ ଆସନ କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ସହ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର ଏବଂ ଉପକୂଳ ଓଡ଼ିଶାର ଭୁବନେଶ୍ୱର ଆସନକୁ ଭାଜପା ଦଖଲ କରିଛି। ଓଡ଼ିଶାର ମାନଚିତ୍ରକୁ ଅନୁଧ୍ୟାନ କଲେ ରାଜ୍ୟର ୨ପାର୍ଶ୍ୱର ସଂସଦୀୟ ଜନମତ ବିଭାଜିତ ହୋଇଯାଇଛି। ରାଜ୍ୟ ରାଜନୀତିରେ ବିଜେଡିର ଶାସନ ଗ୍ରହଣୀୟ ହୋଇଥିବାବେଳେ ଜାତୀୟସ୍ତରରେ ଗୈରିକ ଦଳକୁ ପୂର୍ବାପେକ୍ଷା ଭୋଟର ଅଧିକ ପସନ୍ଦ କରିଥିଲେ। ତେଣୁ ଚଳିତ ବର୍ଷର ନିର୍ବାଚନ ଫଳ ଭବିଷ୍ୟତର ରାଜନୀତିକୁ ମଧ୍ୟ ବିଶେଷଭାବେ ପ୍ରଭାବିତ କରିପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି। .
ଭାଜପାର ଏହି ପ୍ରଦର୍ଶନ ସୂଚାଇ ଦେଉଛି ଯେ, ଏବେ ରାଜ୍ୟର ଲୋକମାନେ ପରିବର୍ତ୍ତନ ମୁହାଁ ହୋଇଥିଲେ। ବିଧାନସଭା ନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲେ ସୁଦ୍ଧା ଲୋକ ସଭାରେ ଦଳ ଆଶାତୀତ ସଫଳତା ପାଇ ନାହିଁ। ୨୦୧୪ ନିର୍ବାଚନରେ ବିଜେଡି ୨୦ଟି ଆସନରେ ଜିତିଥିବାବେଳେ ଭାଜପା ମାତ୍ର ଗୋଟିଏ ଆସନ(ସୁନ୍ଦରଗଡ଼)ରେ ବିଜୟ ଲାଭ କରିଥିଲା। ଦେଖିବାକୁ ଗଲେ ୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଭାଜପା ବହୁ ସଂଖ୍ୟକ ଜିଲା ପରିଷଦ ସିଟ୍‌ ହାତେଇ ପାରିଥିଲା। ଏପରିକି ଅନେକ ଜିଲାରେ ପରିଷଦ ମଧ୍ୟ ଗଠନ କରିଥିଲା। ସେହି ସବୁ ସ୍ଥାନରେ ବିଜେଡି ସ୍ଥିତି ଦୁର୍ବଳ ବୋଲି ଅନୁଭବ କରାଯାଇଥିଲା। ତେଣୁ ବିଜେଡି ନେତୃତ୍ୱ ଉକ୍ତ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଏପରି କି ୨୦୧୮ ଫେବୃୟାରୀରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ତତ୍କାଳୀନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରାଗଲା। ସମସ୍ତ କଳବଳ କୌଶଳ ଖର୍ଚ୍ଚ କରି ବିଜେଡି ନିର୍ବାଚନ ମଧ୍ୟ ଜିତିଲା। ଉପନିର୍ବାଚନରେ କଂଗ୍ରେସର ସିଂହଭାଗ ଭୋଟ ବିଜେଡିକୁ ସ୍ଥାନ୍ତାନ୍ତରିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ତେଣୁ ବିଜେଡି ସାଧାରଣ ନିର୍ବାଚନରେ ଭାଜପାକୁ ଉଚିତ ଜବାବ ଦେଇପାରିବ ବୋଲି ଏକ ଧାରଣା ସୃଷ୍ଟି କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ ଭାଜପାର ପ୍ରଦର୍ଶନ ଉତ୍ତମ ରହିଥିବା କାରଣରୁ ସେହି ଅଞ୍ଚଳର ଭୋଟକୁ ନିଜ ସପକ୍ଷରେ କରିବା ଉଦ୍ଦେଶ୍ୟରେ ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚିନ୍ତା କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଉପସ୍ଥିତି ଦଳକୁ ଶକ୍ତିଶାଳୀ କରିବ। ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବରଗଡ ଲୋକ ସଭା ଆସନର ଏକ ଅଙ୍ଗ। ତେଣୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ସେହି ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ଭାଜପା ସୁରେଶ ପୂଜାରୀଙ୍କୁ ବରଗଡ଼ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବାରୁ ଏଥିରେ ଅସନ୍ତୁଷ୍ଟ ହୋଇ ଭାଜପା ନେତା ସୁବାସ ଚୌହାନ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଏପରି କି କିଛି ଭାଜପା ଜିଲା ପରିଷଦ ସଭ୍ୟ ମଧ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଆଶା କରାଯାଉଥିଲା ଯେ, ବରଗଡ଼ ଲୋକ ସଭା କ୍ଷେତ୍ରକୁ ବିଜେଡି ସହଜରେ ଅକ୍ତିଆର କରିପାରିବ। ମାତ୍ର ତାହା ହେଲା ନାହିଁ। ବରଗଡ଼ରେ ଭାଜପା ପ୍ରାର୍ଥୀ ପୂଜାରୀ ବିଜୟ ଲାଭ କଲେ । ସେତିକି ନୁହେଁ, ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଆସନରେ ଭାଜପା ବିଜୟ ବାନା ଉଡ଼ାଇପାରିଲା, ଯାହାକି ନବୀନଙ୍କ ନେତୃତ୍ୱ ପ୍ରତି ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉତ୍ତର ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି। ମୟୂରଭଞ୍ଜ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଭାଜପା ବାଜିମାତ କରିଥିଲା। ସେହିଭଳି ବାଲେଶ୍ୱର ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରାଯିବା ସହ, ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବିଦା କରିବାର ବାଟ ସୃଷ୍ଟି କରାଯାଇଥିଲା। ତାହାର କୁଫଳ ଶେଷରେ ବିଜେଡିକୁ ଭୋଗିବାକୁ ପଡିଲା। ଅନୁରୂପଭାବେ ଭୁବନେଶ୍ୱରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାଜପା ପ୍ରାର୍ଥତ୍ନୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ତେଣୁ ବିଜେଡି ନେତୃତ୍ୱ, ସ୍ଥାନୀୟ ସଙ୍ଗଠନକୁ ନେଇ ଏକାଧିକ ପ୍ରଶ୍ନ ଉଙ୍କି ମାରିଛି। ଲୋକ ସଭାରେ ବିଜେଡିର ମୋଟ ଭୋଟ ପ୍ରତିଶତ ୪୨.୭୬ ପ୍ରତିଶତ ଥିବାବେଳେ ଭାଜପାର ୩୮.୩୭ ରହିଛି। ଦୁଇ ଦଳ ମଧ୍ୟରେ ଭୋଟ ପ୍ରତିଶତ ଅନ୍ତର ମାତ୍ର ୪.୩୯ ପ୍ରତିଶତ ରହିଛି।
କେତେଜଣ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ବିଜେଡିରେ ନବୀନଙ୍କ ସାରା ରାଜ୍ୟରେ ଗ୍ରହଣୀୟତା କେତେକାଂଶରେ ହ୍ରାସ ପାଇଛି। ଏହାର କାରଣ ଲୋକ ସଭା ଫଳାଫଳରୁ ସ୍ପଷ୍ଟ ଅନୁମେୟ। ଅପରପକ୍ଷରେ ଭାଜପାରେ କୌଣସି ଗ୍ରହଣୀୟ ରାଜ୍ୟସ୍ତରୀୟ ନେତା ନ ଥିବାରୁ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ବୀପରିତ ହୋଇଥିଲା।

(ଚିଦାନନ୍ଦ ଜେନା)


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri