Posted inଫୁରସତ

ବିବାହ ପୋଷାକରେ ୨୩ ଦେଶ ବୁଲିଲେ ନବଦମ୍ପତି

ଓ୍ବାଶିଂଟନ୍‌: ଆମେରିକାର ନ୍ୟୁଜର୍ସିରେ ରହୁଥିବା କପଲ ନିକ୍‌ ଅଷ୍ଟ ଏବଂ ଜୋନ ନେ ଦୁହେଁ ଦୁହିଁଙ୍କୁ ଡେଟ୍‌ ସମୟରେ ବିବାହକୁ ଖାସ୍‌ କରିବା ନେଇ ଶପଥ କରିଥିଲେ। ଯେଉଁଥିପାଇଁ ବିବାହ ପୋଷାକରେ ୨୩ ଦେଶ ବୁଲି ଆସିଛନ୍ତି। ୨୦୧୬ରେ ଏହି ଯୋଡ଼ିଙ୍କର ନିର୍ବନ୍ଧ ହୋଇଥିବା ବେଳେ ୨୦୧୭ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ପରେ ୨୦୧୮ ଜାନୁୟାରୀରେ ହନିମୁନ୍‌ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ। ବିବାହକୁ ଖାସ୍‌ କରିବା ପାଇଁ ସେହି ପୋଷାକରେ ୨୩ଟି ଦେଶ ବୁଲିବା ପାଇଁ ବାହାରିଥିଲେ। ତାଙ୍କର ଏହି ଯାତ୍ରା ପ୍ରଥମେ ଥାଇଲାଣ୍ଡ୍‌ରୁ ଆରମ୍ଭ ହୋଇଥିଲା। ୧୦ ମାସ ମଧ୍ୟରେ ଦମ୍ପତି ମାଉଣ୍ଟ ଏଭରେଷ୍ଟ, ଚାଇନା, ଦୁବାଇ, ଇଟାଲି, ଫ୍ରାନ୍ସ, ତୁର୍କୀ, ଇଣ୍ଡୋନେସିଆ, ଗ୍ରୀସ୍‌, ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ, ଅଷ୍ଟ୍ରିୟା, ସର୍ବିୟା, ଦକ୍ଷିଣଆଫ୍ରିକା, ଇସ୍ରାଇଲ, ସିଙ୍ଗାପୁର, ମିଶର, ଶ୍ରୀଲଙ୍କା, ସୁଇଜରଲାଣ୍ଡ୍‌, ଭାରତ ଆଦି ଦେଶ ବୁଲିଥିଲେ। ଏହି ନବଦମ୍ପତି ଭାରତ ଆସିଥିବା ସମୟରେ ଭାରତର ସଂସ୍କୃତି, ପରମ୍ପରାକୁ ଅନୁକରଣ କରିଥିଲେ। କନ୍ୟା ଜୋ ନେ ଗାଉନ୍‌ ପିନ୍ଧିବା ସହିତ ମୁଣ୍ଡରେ ଓଢ଼ଣା ପକାଇଥିଲେ। ମଥାରେ ଟିକିଲି ମଧ୍ୟ ଲଗାଇଥିଲେ। ନବଦମ୍ପତିଙ୍କ କହିବା ଅନୁସାରେ, ବିବାହ ପୋଷାକ ଥରେ ପିନ୍ଧିବାକୁ ପଡ଼େ। ତେଣୁ ଏମିତି କିଛି କରିବାକୁ ଚାହୁଁଥିଲେ ଯାହା ସ୍ମରଣୀୟ ହୋଇରହିବ। ଦୁନିଆ ବହୁତ ବଡ଼। ଏଥିଲାଗି ବିବାହ ପୋଷାକରେ ସାରା ଦେଶ ବୁଲିବାକୁ ଇଚ୍ଛା ରଖିଥିଲେ। ନବଦମ୍ପତିଙ୍କ ଇଚ୍ଛା ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri