Posted inଫୁରସତ

ବରକନ୍ୟାଙ୍କୁ ଉପହାର ମିଳିଲା ୫ ହାର୍ଟ, ୩୦ କିଡ୍‌ନୀ, ୧୪୦ ଚକ୍ଷୁ

ରାଜସ୍ଥାନ: ବିବାହ ଉତ୍ସବରେ ବରକନ୍ୟାଙ୍କୁ ଅନେକ ଉପହାର ମିଳିଥାଏ। ଅଳଙ୍କାରଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ। ମାତ୍ର ଏକ ବିବାହ ଉତ୍ସବରେ ଉପହାର ସ୍ବରୂପ ବରକନ୍ୟାଙ୍କୁ ୫ଟି ହାର୍ଟ, ୩୦ କିଡ୍‌ନୀ ଏବଂ ୧୪୦ ଚକ୍ଷୁ ମିଳିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଖିବାକୁ ମିଳିଛି ରାଜସ୍ଥାନର ଏକ ବିବାହ ଉତ୍ସବରେ।

ବିଗତ ୮ ବର୍ଷ ଧରି ଏଠାକାର ଏକ ସଂସ୍ଥା ଚକ୍ଷୁଦାନ, ଅଙ୍ଗଦାନ ଏବଂ ହୃଦୟ ଦାନ ପାଇଁ କାର୍ଯ୍ୟ କରିଆସୁଛି। ଏହି ସଂସ୍ଥା ସହିତ ଜଡ଼ିତ ଟିଙ୍କୁ ଓଝା ନାମକ ଜଣେ ଯୁବକଙ୍କ ବିବାହ ରାଜସ୍ଥାନର ମୁଣ୍ଡିୟର ଗ୍ରାମରେ ସମ୍ପନ୍ନ ହୋଇଛି। ବିବାହ ପୂର୍ବରୁ ସମସ୍ତ ଅତିଥିଙ୍କୁ କାର୍ଡ ଯୋଗେ ନିମନ୍ତ୍ରଣ ପଠାଯାଇଥିଲା। ଆଉ ଏଥିରେ ଲେଖାଥିଲା, ଯଦି ଆପଣ ବରକନ୍ୟାଙ୍କୁ କୌଣସି ଉପହାର ଦେବାକୁ ଚାହୁଁଥାନ୍ତି ତେବେ ଚକ୍ଷୁ, କିଡ୍‌ନୀ ଏବଂ ହାର୍ଟ ଦାନ କରିବେ। କିଛି ଲୋକ ଏହି କାର୍ଡ ପାଇବା ପରେ ବିବାହ ଉତ୍ସବରେ ଯୋଗ ଦେବାକୁ ମନା କରିଦେଇଥିଲେ। ମାତ୍ର ଆଉ କିଛି ଅତିଥି ଆସିବା ପାଇଁ ରାଜି ହୋଇଥିଲେ। ଏଥିପାଇଁ ଏକ ଫର୍ମ ପୂରଣ କରିବାକୁ ସର୍ତ୍ତ ଥିଲା। ଏହି ସର୍ତ୍ତ ଅନୁଯାୟୀ ଯେଉଁମାନେ ଭୋଜିରେ ଯୋଗଦେବେ ସେମାନେ ଫର୍ମ ପୂରଣ କରି ପଠାଇଥିଲେ।

ଏହା ପରେ ସାଇନ୍‌ ଇଣ୍ଡିଆ ଫାଉଣ୍ଡେଶନର ୫ ଜଣ ସଦସ୍ୟ ବିବାହ ଭୋଜିର ଗୋଟଏ ଦିନ ପୂର୍ବରୁ ମୁଣ୍ଡିୟର ଗାଁରେ ପହଞ୍ଚିଥିଲେ। ଏଠାକାର ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ଅଙ୍ଗଦାନ, ଚକ୍ଷୁଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକ କିଡ୍‌ନୀ, ୧୧୦ରୁ ଅଧିକ ଲୋକ ଚକ୍ଷୁ ଏବଂ ୫ ଜଣ ହାର୍ଟ ଦାନ କରିବାକୁ ରାଜି ହୋଇଥିଲେ। ବର ଟିଙ୍କୁ ଏବଂ କନ୍ୟା ତୃପ୍ତିଙ୍କ ବିବାହ ୨୦୦୦ରୁ ଅଧିକ ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଏଥିରେ ବରକନ୍ୟା ମଧ୍ୟ ଅଙ୍ଗଦାନ ପାଇଁ ସଂକଳ୍ପ ପତ୍ର ପୂରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଷିଲେ ମୋଦି: କହିଲେ, ବନ୍ଦ କର ନଚେତ୍‌…

ନୂଆଦିଲ୍ଲୀ,୧।୯: ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ଏକ ଦୃଢ଼ ମତ ଗ୍ରହଣ କରି କହିଛନ୍ତି। କେବଳ…

ବଦଳିବ ବ୍ୟାଙ୍କିଂ -UPI ସିଷ୍ଟମ! କ’ଣ ଏହି ‘ୱାନ ନେଶନ, ୱାନ ଟାଇମ’ ନୀତି, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ,…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ! ତା’ପରେ…

ନୂଆଦିଲ୍ଲୀ,୧।୯: ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri