ବିପଦ ସଙ୍କେତ ନିକଟତର ୩ ନଦୀ

ଛତ୍ରପୁର,୨୫ା୧୦(ଡି.ଏନ.ଏ)- ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିଛି। ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୨୫.୧୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭନ୍ନ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଛି। ବିଶେଷକରି ଋଷିକୁଲ୍ୟା, ବଡନଦୀ ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ୩ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଥିବାରୁ ସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି। ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରୁ ଗୁରୁବାର ସନ୍ଧ୍ୟାରେ ମିଳିଥିବା ସୂଚନା ଅନୁସାରେ ସୋରଡାଠାରେ ଋଷିକୁଲ୍ୟାର ଜଳସ୍ତର ୮୦.୮୦ ମିଟର ରହିଛି। ଏଠାରେ ବିପଦସଙ୍କେତ ୮୧.୯୯ ମିଟର। ସେହିପରି ଜାନିବିଲିଠାରେ ବିପଦସଙ୍କେତ ୫୩.୧୮ ମିଟର ଥିବାବେଳେ ୫୨.୬୩ ମିଟରରେ ଜଳ ପ୍ରବାହିତ ହେଉଛି। ହୀରାଧାରାବାଟି ଠାରେ ୨୩.୧୬ ମିଟର ବିପଦସଙ୍କେତ ଥିବାବେଳେ ଜଳସ୍ତର ୨୧.୧୯ ମିଟର ଓ ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର ବିପଦସଙ୍କେତ ୧୬.୮୪ ମିଟର ଥିବାବେଳେ ୧୩.୪୫ ମିଟରରେ ଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ବଡନଦୀର ଜଳସ୍ତର ସୋରିଷମୂଳ ବ୍ୟାରେଜ୍‌ଠାରେ ବିପଦସଙ୍କେତ ୧୦୨.୧୧ ମିଟର ଥିବାବେଳେ ୧୦୧.୨୩ ମିଟରରେ, ନୂଆଗାଁ ବ୍ରିଜ୍‌ ଠାରେ ବିପଦସଙ୍କେତ ୭୦.୯୩ ମିଟର ରହିଥିବା ବେଳେ ୬୮.୧୩ ମିଟର, ମାଧବରିଡାଠାରେ ବିପଦସଙ୍କେତ ୬୦.୬୫ ମିଟର ଥିବାବେଳେ ୫୯.୧୩ ମିଟରରେ ଜଳ ପ୍ରବାହିତ ହୋଇଛି। ସେହିପରି ବାହୁଦା ନଦୀର ବିପଦସଙ୍କେତ କଳିଙ୍ଗଦୋଳାଠାରେ ୩୨.୫୦ ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜଳସ୍ତର ୩୧.୩୬ ମିଟର ରହିଛି।
ଆହୁରି ୨୪ ଘଣ୍ଟା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବାରୁ ନଦୀଗୁଡିକର ଜଳସ୍ତର ଆହୁରି ବଢିବ ବୋଲି ଜଣାପଡିଛି। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ତହସିଲଦାର, ବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଚିକିଟି ବ୍ଲକରେ ସର୍ବାଧିକ ୨୦୩ ମିମି ବର୍ଷା ହୋଇଥିବାବେଳେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୯୨.୪ ମିମି, ଛତ୍ରପୁର ବ୍ଲକରେ ୧୧୨ ମିମି, ଗଞ୍ଜାମ ବ୍ଲକରେ ୧୧୩ ମିମି ବର୍ଷା ହୋଇଛି। ସେହିପରି ପୁରୁଷୋତ୍ତମପୁର ବ୍ଲକରେ ୧୨୦ ମିମି, କବିସୂର୍ଯ୍ୟନଗର ବ୍ଲକରେ ୧୨୦ ମିମି. ବେଗୁନିଆପଡା ବ୍ଲକରେ ୧୦୬.୪ ମିମି, ଖଲ୍ଲିକୋଟ ବ୍ଲକରେ ୧୦୭ ମିମି, ହିଞ୍ଜିିଳି ବ୍ଲକରେ ୧୧୪ ମି.ମି., କୁକୁଡାଖଣ୍ଡି ବ୍ଲକରେ ୧୭୫ ମିମି, ପାତ୍ରପୁର ବ୍ଲକରେ ୧୮୫.୫ ମି.ମି., ସାନଖେମୁଣ୍ଡି ବ୍ଲକରେ ୧୪୭ ମିମି ବର୍ଷା ହୋଇଛି। ଦିଗପହଣ୍ଡି ବ୍ଲକରେ ୧୧୫ ମିମି, ପୋଲସରା ବ୍ଲକରେ ୮୦.୨ ମିମି, ଭଞ୍ଜନଗର ବ୍ଲକରେ ୮୬ ମିମି, ବେଲଗୁଣ୍ଠା ବ୍ଲକରେ ୧୧୨ ମିମି, ଜଗନ୍ନାଥପ୍ରସାଦ ବ୍ଲକରେ ୮୭ ମିମି, ବୁୁଗୁଡା ବ୍ଲକରେ ୮୯ ମିମି, ଆସିକା ବ୍ଲକରେ ୧୨୭.୬ ମିମି, ଧରାକୋଟ ବ୍ଲକରେ ୧୨୦ ମିମି, ଶେରଗଡ ବ୍ଲକରେ ୧୪୨ ମିମି ଓ ସୋରଡା ବ୍ଲକରେ ୧୦୦ ମିମି ବର୍ଷା ହୋଇଥିବା କଣ୍ଟ୍ରୋଲ ରୁମ୍‌ରୁ ସୂଚନା ମିଳିଛି। ସନ୍ଧ୍ୟାରୁ ବର୍ଷାର ପରିମାଣ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri