ବିପଦକୁ ଠେଲି ଦେଉଛି ରିଜର୍ଭ ବ୍ୟାଙ୍କ

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା
ଜଣେ ବ୍ୟବସାୟୀ ଉପାର୍ଜନ କରୁଥିବା ଅର୍ଥରୁ କିଛି ଅଂଶ ବ୍ୟାଙ୍କରେ ସ୍ଥାୟୀଜମା ଭାବେ ସଞ୍ଚୟ କରେ। ଏହା ବ୍ୟତୀତ ଆୟର କିଛି ଅଂଶକୁ ସୁରକ୍ଷିତ ଜାଗା କିମ୍ବା ସୁନା କିଣିବାରେ ବିନିଯୋଗ କରି ପରୋକ୍ଷରେ ଗଚ୍ଛିତ ରଖେ। ଏହା ହିଁ ତାଙ୍କର ବଳକା ବା ସଞ୍ଚିତ ଅର୍ଥ। ଜୀବନରେ ଯେବେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏହା ତାଙ୍କ କାମରେ ଲାଗେ। ଏହା ବ୍ୟତୀତ ଲାଭାଂଶରୁ ଆଉ ଯାହା ରହେ ସେଥିରେ ସେ ଘର ଖର୍ଚ୍ଚ କିମ୍ବା ନୂଆ ବ୍ୟବସାୟିକ ପ୍ରତିଷ୍ଠାନରେ ବିନିଯୋଗ କରେ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କ୍ଷେତ୍ରରେ ବି ଏମିତି ବ୍ୟବସ୍ଥା ପରିଲକ୍ଷିତ ହୁଏ। ଏହା ମଧ୍ୟ ଲାଭ ପାଏ। ଏହି ଲାଭାଂଶରୁ କେତେ ସଞ୍ଚିତ ହିସାବରେ ରହିବ ଆଉ କେତେ ସରକାରଙ୍କୁ ଦିଆଯିବ ତାହା ଆର୍‌ବିଆଇ ସ୍ଥିର କରିଥାଏ। ଏହିପରି ରିଜର୍ଭ ବ୍ୟାଙ୍କରେ ସଞ୍ଚିତ ଅର୍ଥ ଭାବେ ଯେଉଁ ଲାଭାଂଶ ଜମା ହୋଇ ରହିଥାଏ ତାହା ସରକାରଙ୍କୁ ପ୍ରଦାନ କରାଯାଏ।
କହିବାକୁ ଗଲେ ଏହି ସଞ୍ଚିତ ଅର୍ଥ ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଦରକାର ପଡ଼େ। ଏହାକୁ ରିଜର୍ଭ ବ୍ୟାଙ୍କ୍‌ ଉପଯୋଗ କରି ଦେଶର ଅର୍ଥନୈତିକ ସଙ୍କଟ ଟାଳିବାରେ ସାହାଯ୍ୟ କରେ। ଏଠାରେ ଏକ ଉଦାହରଣ ଦିଆଗଲେ ସହଜରେ ବୁଝିହେବ। ଧରାଯାଉ କୌଣସି ରାଷ୍ଟ୍ର ସହ ଭାରତର ଯୁଦ୍ଧ ହେଲା। ସେହି ସମୟରେ ତୈଳ ଇନ୍ଧନର ଅଭାବ ଦେଖାଦେବ। ଏହାକୁ ଭରଣା କରିବାକୁ ବିଦେଶରୁ ତେଲ ଆମଦାନି କରିବାକୁ ପଡିବ। କିନ୍ତୁ ଯୁଦ୍ଧ ଯୋଗୁ ସେତେବେଳେ ଦେଶ ପାଖରେ ଆବଶ୍ୟକ ବୈଦେଶିକ ମୁଦ୍ରା (ଡଲାର)ନ ଥିବ। ସେହି କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କରେ ଥିବା ଗଚ୍ଛିିତ ବୈଦେଶିକ ମୁଦ୍ରା ତୈଳ ଆମଦାନି କରିବାରେ ସାହାଯ୍ୟ କରିବ।
ରିଜର୍ଭ ବ୍ୟାଙ୍କ ପ୍ରତିବର୍ଷ ଯାହା ଲାଭ କରେ ସେଥିରୁ କିଛି ସଞ୍ଚିତ ଅର୍ଥ ଆକାରରେ ୨୦୧୩ ଯାଏ ରଖିଆସୁଥିଲା। ୨୦୧୩ରେ ରିଜର୍ଭ ବ୍ୟାଙ୍କ ପାଖରେ ସଞ୍ଚିତ ଅର୍ଥ ଥିଲା ୨୭,୦୦୦ କୋଟି। ୨୦୧୨ରେ ଏହା ଥିଲା ୨୮,୦୦୦ କୋଟି। କିନ୍ତୁ ୨୦୧୪ରୁ ରିଜର୍ଭ ବ୍ୟାଙ୍କ ଆଉ ତା’ର ଲାଭାଂଶରୁ ସଞ୍ଚିତ ଅର୍ଥ ରଖିନାହିଁ।
ସମ୍ପ୍ରତି ଦେଶରେ ରିଜର୍ଭ ବ୍ୟାଙ୍କରେ ଥିବା ସଞ୍ଚିତ ଅର୍ଥକୁ ନେଇ ଦେଖାଦେଇଥିବା ବିବାଦ ସମ୍ପର୍କରେ ବିଚାର କରିବା। ୨୦୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ୧.୨୬ ଲକ୍ଷ କୋଟି ଟଙ୍କା ଲାଭ ପାଇଛି ଓ ପୂରା ରାଶିକୁ ସରକାରଙ୍କୁ ପ୍ରଦାନ କରିଛି। ଗୋଟେହେଲେ ଟଙ୍କା ବଳକା ରଖିନାହିଁ। କେବଳ ଏତିକି ନୁହେଁ, ଆର୍‌ବିଆଇ ଏହାର ପୂର୍ବତନ ଗଭର୍ନର ବିମଳ ଜଲାନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା। ରିଜର୍ଭ ବ୍ୟାଙ୍କ ନିକଟରେ ସର୍ବନିମ୍ନ କେତେ ପରିମାଣର ସଞ୍ଚିତ ଅର୍ଥ ରହିବା ଉଚିତ ତାହା ସୁପାରିଶ କରିବା ଲାଗି ଏହି କମିଟି ଗଠନ କରାଯାଇଥିଲା। କମିଟି ସୁପାରିସ କରିଥିଲା ଯେ, ଆର୍‌ବିଆଇ ତା’ ଆସେଟ୍‌ର ୨୪.୫ରୁ ୨୦.୦ ପ୍ରତିଶତ ମଧ୍ୟରେ ସଞ୍ଚିତ ରଖିପାରିବ। ୨୦୧୯ ଜୁନ୍‌ ସୁଦ୍ଧା ତା’ ଆସେଟ୍‌ର ୨୩.୩ ପ୍ରତିଶତ ସଞ୍ଚିତ ଥିଲା। ଜଲାନ କମିଟି ଦେଇଥିବା ପ୍ରସ୍ତାବ ଭିତରେ ହିଁ ତାହା ରହିଥିଲା। କିନ୍ତୁ, ଆର୍‌ବିଆଇ ତାହାକୁ ଜଲାନ୍‌ କମିଟି ନିର୍ଦ୍ଧାରଣ କରିଥିବା ସଞ୍ଚିତ ଅର୍ଥର ଶେଷସ୍ତର ୨୦.୦ ପ୍ରତିଶତକୁ ନେଇ ଆସିବାକୁ ବିଚାର କରିଥିଲା। ସେହି ଅନୁସାରେ ଆର୍‌ବିଆଇ ସରକାରଙ୍କୁ ୫୨,୦୦୦ କୋଟି ଟଙ୍କା ତା’ ସଞ୍ଚୟରୁ ପ୍ରଦାନ କରିଥିଲା। ସଞ୍ଚିତକୁ ସର୍ବନିମ୍ନ ସ୍ତରରେ ରଖାଯିବା ଉଚିତ ବୋଲି ଆର୍‌ବିଆଇ ଯାହା ଅନୁମାନ କରିଥିଲା ସେହି ନିଷ୍ପତ୍ତିକୁ ନିଜସ୍ବ ତ୍ରୁଟି ବୋଲି କୁହାଯାଇପାରେ।
ମୋଟ୍‌ରେ ଆର୍‌ବିଆଇ ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେଇ ଦେଶର ଅର୍ଥନୀତି ସୁରକ୍ଷାକୁ ବିଭିନ୍ନ ଉପାୟରେ ସଙ୍କଟକୁ ଠେଲିିଦେଇଛି। ପ୍ରଥମତଃ ଆର୍‌ବିଆଇର ପ୍ରତିବର୍ଷ ଆୟର କିଛି ଅଂଶକୁ ସଞ୍ଚିତ ଭାବେ ୨୦୧୩ ପର୍ଯ୍ୟନ୍ତ ରଖୁଥିଲା। ଦେଶରେ ଭବିଷ୍ୟତରେ ଅର୍ଥନୈତିକ ସଙ୍କଟ କାଳେ ଦେଖାଦେବ ତାହାକୁ ସୁରକ୍ଷା କବଚ ମନେକରି ଆର୍‌ବିଆଇ ଏହି ବ୍ୟବସ୍ଥା ଗ୍ରହଣ କରୁଥିଲା। କିନ୍ତୁ ଏବେ ତାହା ଓଲଟିଯାଇଛି। ଅତୀତରେ ଅର୍ଥନୀତିର ସୁରକ୍ଷା ପାଇଁ ରଖାଯାଇଥିବା ଏହି ସଞ୍ଚିତ ଅର୍ଥକୁ ଦେଶର ଏବକାର ବ୍ୟୟ ନିମନ୍ତେ ବ୍ୟବହାର କରାଯାଉଛି। ଆର୍‌ବିଆଇ ତା’ ରୁପା ଗହଣା ବିକି ପଞ୍ଚତାରକା ହୋଟେଲରେ ମିିଲ୍‌ ଖାଇବା ଭଳି ପରିସ୍ଥିତି ଉପୁଜିଛି। ଏହା ଆର୍‌ବିଆଇର ଅଯୋଗ୍ୟପଣ। ଏହାକୁ ପ୍ରକାଶ ନ କରିପାରିଲେ ମଧ୍ୟ ଆମକୁ ଗ୍ରହଣ କରିନେବାକୁ ପଡିବ ଯେ, ଆମେ ଅର୍ଥନୈତିକ ସଙ୍କଟ ମଧ୍ୟରେ ରହିଛେ।
ଦ୍ୱିତୀୟରେ, ଜଲାନ କମିଟି ସୁପାରିସ କରିଥିଲେ ଯେ, ଆର୍‌ବିଆଇ ବଳକାକୁ ତା’ ଆସେଟ୍‌ର ୨୪.୫ ଏବଂ ୨୦.୦ ପ୍ରତିଶତ ମଧ୍ୟରେ ରଖିବ। କିନ୍ତୁ ଆର୍‌ବିଆଇ ଏହି ସୀମାର ସର୍ବନିମ୍ନ ସ୍ତରରେ ରଖିବାକୁ ନିଷ୍ପତ୍ତି ଗ୍ରହଣ କଲା। ଏହାର ଅର୍ଥ ଆମ ଅର୍ଥନୀତିର ସୁରକ୍ଷା ତନ୍ତ୍ର ଶେଷ ସୀମାରେ ପହଞ୍ଚିଛି। ତୃତୀୟରେ, ସଞ୍ଚିତ ଥିବା ବିଦେଶୀ ଅର୍ଥକୁ ଟଙ୍କାରେ ପରିବର୍ତ୍ତନ କରାଯିବା ସହଜ ହେବ ନାହିଁ। ଯେକୌଣସି ସଙ୍କଟରେ ଆର୍‌ବିଆଇ ବି ଏହାକୁ ବିନିଯୋଗ କରିବା ସମ୍ଭବ ହୋଇ ନ ପାରେ।
ଚତୁର୍ଥରେ, ଅର୍ଥନୈତିକ ସଙ୍କଟର ଅନେକ ସଙ୍କେତ ଏବେ ଆଗକୁ ଆସିବା ଦେଖାଗଲାଣିି। ପାକିସ୍ତାନ ସହ ଏବକାର ସମ୍ପର୍କ ଶେଷ ସୀମାରେ ପହଞ୍ଚତ୍ବା, ଇରାନରୁ ଶସ୍ତା ତେଲ ଆମଦାନି ହୋଇ ନ ପାରିବା, ବ୍ୟାଙ୍କର ଅଚଳ ପରିସମ୍ପତ୍ତି ( ଏନପିଏ) ସମସ୍ୟା ଦୂର ନ ହେବା, ଆମେ ଆମେରିକା ଚାପ ଆଗରେ ନତମସ୍ତକ ହୋଇ ତା’ଠାରୁ ଆମଦାନି ବୃଦ୍ଧି କରିବା, ସରକାରଙ୍କ କଞ୍ଜମ୍ପ୍‌ସନ ଏକ୍ସପେଣ୍ଡିଚର (ଉପଭୋଗ ବ୍ୟୟ)ରେ କଚ୍ଛପଗତି ପରିସ୍ଥିତି ଥିବାବେଳେ ପୁଞ୍ଜିନିବେଶ ବ୍ୟୟ ଦ୍ରୁତଗତିରେ ହ୍ରାସ ପାଇବା ଏବଂ ବିଗତ ତିନି ବର୍ଷ ମଧ୍ୟରେ ଆମ ଅର୍ଥନୀତି କ୍ରମାଗତଭାବେ ତଳକୁ ଖସିବା ଯୋଗୁ ଏଭଳି ପରିସ୍ଥିତିରେ ଆମେ ଉଚ୍ଚସ୍ତରର ସଞ୍ଚିତ ଅର୍ଥ ରହିବା ଦରକାର କରୁଛୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଆର୍‌ବିଆଇ କେମିତି ସରକାରଙ୍କୁ ତାହା ଦେବାକୁ ରାଜି ହୋଇ ଦେଶର ଅର୍ଥନୀତିକୁ ସଙ୍କଟକୁ ଠେଲିଦେଲା ତାହା ଚିନ୍ତାର ବିଷୟ। ବ୍ୟବସାୟରେ କ୍ଷତି କରୁଥିବା ସତ୍ତ୍ୱେ ଜଣେ ବ୍ୟବସାୟୀ ଅତୀତର ସଞ୍ଚତ୍ତ ଧନକୁ ପାର୍ଟିରେ ବ୍ୟୟ କରିବା ଭଳି ଏଠାରେ ରିଜର୍ଭ ବ୍ୟାଙ୍କ ଓ ସରକାର କାର୍ଯ୍ୟକଳାପ ଅଦୂରଦର୍ଶୀ ମନେହେଉଛି।
Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri